ETV Bharat / bharat

ମନ୍‌ କି ବାତ୍‌ରେ ସମ୍ବଲପୁର ଶାଢୀର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଜଣାଇଲେ ମୋହନ - PM Modi Mann Ki Baat

author img

By ETV Bharat Odisha Team

Published : Jul 28, 2024, 12:32 PM IST

Updated : Jul 28, 2024, 1:05 PM IST

PM Modi Mann Ki Baat: ମନ୍‌ କି ବାତ୍‌ରେ ଓଡିଶାର ସମ୍ବଲପୁରୀ ଶାଢୀ କଥା କହିଲେ ମୋଦି । ଏଥିପାଇଁ ଓଡ଼ିଶାବାସୀଙ୍କ ତରଫରୁ ମୋଦିଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକ ପଢନ୍ତୁ

PM Modi Mann Ki Baat
PM Modi Mann Ki Baat (@narendramodi)

ନୂଆଦିଲ୍ଲୀ: 112ତମ ମନ୍‌ କି ବାତ୍‌ରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍‌ କି ବାତ୍‌ରେ ଓଡ଼ିଶାର ସମ୍ବଲପୁର ଶାଢୀର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଗକୁ ଜାତୀୟ ହସ୍ତତନ୍ତ ଦିବସ ଥିବାବେଳେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡିଶାର ହ୍ୟାଣ୍ଡଲୁମ ଶାଢୀର ଲୋକପ୍ରିୟତା ବିଷୟରେ କହିଥିଲେ । ସେହିପରି ଦେଶର ବିଭିନ୍ନ ପ୍ରାନ୍ତରେ କିପରି ହ୍ୟାଣ୍ଡଲୁମ ଶାଢୀକୁ ଲୋକପ୍ରିୟ କରିବାକୁ ସମସ୍ତେ ଲାଗି ପଡିଛନ୍ତି ସେ ବିଷୟରେ କହିଥିଲେ ।

ମନ୍‌ କି ବାତ୍‌ରେ ସମ୍ବଲପୁର ଶାଢୀ:

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ହସ୍ତତନ୍ତ ଶାଢୀର ଚାହିଦା ବଢିବାର ଲାଗିଛି । ବିଭିନ୍ନ ପ୍ରାନ୍ତରେ ହସ୍ତତନ୍ତ କାରିଗରୀକୁ ଲୋକପ୍ରିୟତା କରାଇବାରେ ଲୋକେ ଲାଗି ପଡିଛନ୍ତି । ଓଡ଼ିଶାର ସମ୍ବଲପୁରୀ ଶାଢୀ ହେଉ, ମଧ୍ୟପ୍ରଦେଶର ମାହେଶ୍ବରୀ ଶାଢୀ, ମହାରାଷ୍ଟ୍ରର ପୈଥାନୀ, ହିମାଚଳର ବୁଟିକୋ ସାଲ ଓ ଜମ୍ମୁ-କାଶ୍ମୀରର କନିସାଓ୍ବାଲ । ଦେଶର କୋଣ କୋଣରେ ହ୍ୟାଣ୍ଡଲୁମ କାରିଗରୀ ଛାଇଯାଇଛି । 7 ଅଗଷ୍ଟରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ । ଆଜିକାଲି ଯେଉଁଭଳି ହସ୍ତତନ୍ତ ଉତ୍ପାଦ ଲୋକଙ୍କ ହୃଦୟରେ ନିଜ ଜାଗା ବନାଇଛି ତାହା ନିଶ୍ଚିତ ସଫଳଦାୟକ ଓ ଜବରଦସ୍ତ । ବର୍ତ୍ତମାନ ଅନେକ ଘରୋଇ କମ୍ପାନୀ ମଧ୍ୟ AI ମାଧ୍ୟମରେ ହ୍ୟାଣ୍ଡଲୁମ୍ ଉତ୍ପାଦ ଏବଂ ଦୀର୍ଘସ୍ଥାୟୀ ଫ୍ୟାଶନକୁ ପ୍ରୋତ୍ସାହିତ କରୁଛନ୍ତି ।

ମୋଦିଙ୍କୁ କୃତଜ୍ଞତା ଜଣାଇଲେ ମୋହନ ମାଝୀ:

ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ସମ୍ବଲପୁରୀ ଶାଢୀ କଥା କହିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୋହନ ଟ୍ବିଟ କରି କହିଛନ୍ତି, ''ମନ୍‌ କି ବାତ୍‌ରେ ଓଡ଼ିଶାର ଗର୍ବ ସମ୍ବଲପୁରୀ ଶାଢ଼ିର ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାବାସୀଙ୍କ ତରଫରୁ କୃତଜ୍ଞତା ଜଣାଉଛି । ଏହି ପ୍ରୟାସ ଓଡ଼ିଶା ତଥା ଦେଶର ସମସ୍ତ ହସ୍ତତନ୍ତର ପ୍ରଚାର ପ୍ରସାର ସହ ସ୍ଥାନୀୟ ବୁଣାକାରଙ୍କ ସର୍ବାଙ୍ଗୀନ ବିକାଶରେ ନିଶ୍ଚୟ ସହାୟକ ହେବ ।''

ରୋଜଗାର ସୃଷ୍ଟି କରୁଛି ଖଦି ଓ ହସ୍ତତନ୍ତ:

ମୋଦି କହିଛନ୍ତି, ''ଖଦି ଗ୍ରାମ ଉଦ୍ୟୋଗ କାରବାର ପ୍ରଥମ ଥର ପାଇଁ 1.5 ଲକ୍ଷ କୋଟି ଅତିକ୍ରମ କରିଛି ଏବଂ ଖଦିର ବିକ୍ରି 400% ବୃଦ୍ଧି ପାଇଛି । ଖଦି ଏବଂ ହସ୍ତତନ୍ତର ଚାହିଦା ଦିନକୁ ଦିନ ବଢୁଥିବାରୁ ଏହା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଅଧିକାଂଶ ମହିଳା ଏହି ଶିଳ୍ପ ସହିତ ଜଡିତ, ତେଣୁ ସେମାନେ ମଧ୍ୟ ଅଧିକ ଲାଭବାନ ହୁଅନ୍ତି । ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଖଦି ପୋଷାକ କିଣି ନାହାଁନ୍ତି, ତେବେ ଏହି ବର୍ଷରୁ କିଣିବା ଆରମ୍ଭ କରନ୍ତୁ । ଅଗଷ୍ଟ ମାସ ଆସୁଛି, ଏହା ସ୍ୱାଧୀନତା ଓ କ୍ରାନ୍ତିର ମାସ । ଖଦି କିଣିବା ପାଇଁ ଏହାଠାରୁ ଭଲ ସୁଯୋଗ ଆଉ କ'ଣ ହୋଇପାରେ ।''

ଅନ୍ତର୍ଜାତୀୟ ମ୍ୟାଥମେଟିକ୍ସ ଅଲମ୍ପିଆଡରେ ଟପ୍‌ 5ରେ ଭାରତ:

ମୋଦି ଆହୁରି ମଧ୍ୟ କହିଥିଲେ ଯେ, ନିକଟରେ ଅନ୍ତର୍ଜାତୀୟ ମ୍ୟାଥମେଟିକ୍ସ ଅଲମ୍ପିଆଡ ହୋଇଥିଲା । ଏଥିରେ 100ରୁ ଅଧିକ ଦେଶର ଯୁବକ ଭାଗ ନିଅନ୍ତି । ଆମର ଟିମ୍‌ ଟପ୍ 5ରେ ଆସିଛି । ଏଥିରେ ଆମ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ଚାରିଟି ସ୍ୱର୍ଣ୍ଣ ପଦକ ଏବଂ ଗୋଟିଏ ସିଲଭର ପଦକ ଜିତିଛି । ଦେଶ ପାଇଁ ଗୌରବ ଆଣିଥିବା ଏହି ଛାତ୍ର ହେଉଛନ୍ତି ପୁଣେର ଆଦିତ୍ୟ ଭେଙ୍କଟ ଗଣେଶ, ପୁଣେର ସିଦ୍ଧାର୍ଥ ଚୋପ୍ରା, ଦିଲ୍ଲୀର ଅର୍ଜୁନ ଗୁପ୍ତା, ଗ୍ରେଟର ନୋଏଡାର କାନାଭ ତଲୱାର, ମୁମ୍ବାଇର ରୁଶିଲ ମଥୁର ଏବଂ ଗୌହାଟିର ଆନନ୍ଦ ବାହାଦୁରୀ ।'' ମ୍ୟାଥସ୍ ଅଲିମ୍ପିୟାନ୍‌ ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

Last Updated : Jul 28, 2024, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.