ETV Bharat / bharat

ଆଜି ମୋଦିଙ୍କ ମାରାଥନ ବୈଠକ, 100 ଦିନର ଏଜେଣ୍ଡା ନେଇ କରିବେ ଆଲୋଚନା - PM Modi Marathon Meetings

Modi to Hold Meetings: ଆଜି 7ଟି ପ୍ରସଙ୍ଗରେ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଏକଜିଟ ପୋଲ ବିଜେପି ସପକ୍ଷରେ ଯାଇଥିବା ବେଳେ 100 ଦିନର ଏଜେଣ୍ଡା ନେଇ ଆଲୋଚନା କରିବେ ମୋଦି । ଅଧିକ ପଢନ୍ତୁ

PM Modi
PM Modi (ANI)
author img

By ETV Bharat Odisha Team

Published : Jun 2, 2024, 1:03 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଶେଷ ହୋଇଛି । ଦେଶରେ କିଏ ଗଢିବ ସରକାର, କାହାକୁ ଭରସା କରିଛନ୍ତି ଜନତା ତାହା ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ । ଏହା ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ପ୍ରକାଶ ପାଇଛି । ଏକଜିଟ ପୋଲ ଅନୁଯାୟୀ ବିଜେପିକୁ ବହୁମତ ମିଳିବା ନେଇ ଆକଳନ କରାଯାଉଛି । ତେଣୁ ନୂତନ ସରକାର ଗଠନ ହେବାର ପ୍ରଥମ 100 ଦିନର ଏଜେଣ୍ଡା ନେଇ ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିବେ । ଏଥିସହ 7ଟି ପ୍ରସଙ୍ଗ ଉପରେ ଆଜି ମାରଥନ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଥମେ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ହୋଇଥିବା ବାତ୍ୟା ରେମାଲ ପ୍ରଭାବକୁ ନେଇ ସମୀକ୍ଷା କରିବେ ମୋଦି । ପରେ ଦେଶରେ ଗ୍ରୀଷ୍ମ ପ୍ରବାହ ନେଇ ନେଇ ସମୀକ୍ଷା କରିବେ । ସେହିପରି ବିଶ୍ବ ପରିବେଶ ଦିବସ ପାଳନ ନେଇ ମଧ୍ୟ କରିବେ ସମୀକ୍ଷା । ଶେଷରେ 100 ଦିନର ଏଜେଣ୍ଡା ନେଇ ବୈଠକ କରିବେ ।

ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା: ଆଜି ବାତ୍ୟା ରେମାଲର ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଉତ୍ତର-ପୂର୍ବ ରାଜ୍ୟରେ ବାତ୍ୟା ରେମାଲ ତାଣ୍ଡ ରଚିଥିବା ବେଳେ ଅନେକଙ୍କ ଜୀବନ ଯାଇଛି । ମେ' 28ରେ ପଶ୍ଚିମବଙ୍ଗର ସାଗର ଦ୍ବୀପ ଓ ବାଂଲାଦେଶ ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଥିଲା ରେମାଲ । ଲ୍ୟାଣ୍ଡଫଲ କରିବା ସମୟରେ ପବନର ସର୍ବାଧିକ ଘଣ୍ଟା ପ୍ରତି 130 କି.ମି ରହିଥିଲା । ପ୍ରବଳ ବର୍ଷା ସହ ପବନରେ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଲା ବାତ୍ୟା ‘ରେମାଲ’; ପଶ୍ଚିମବଙ୍ଗ ସର୍ବାଧିକ ପ୍ରଭାବିତ, ଜଣେ ମୃତ - LANDFALL OF CYCLONE REMAL

ଗ୍ରୀଷ୍ମ ପ୍ରବାହର ସମୀକ୍ଷା: ଦେଶରେ ଜାରି ରହିଛି ଗ୍ରୀଷ୍ମର ଲହରୀ । ତାପମାତ୍ରା ଅନେକ ସ୍ଥାନରେ 46 ଡିଗ୍ରୀ ପାର କରୁଛି । ସୂର୍ଯ୍ୟଙ୍କ ପ୍ରଖର କିରଣକୁ ସହ୍ୟ ନକରିପାରି ଅନେକଙ୍କ ଜୀବନ ଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ଅଂଶୁଘାତରେ 50ରୁ ଅଧିକଙ୍କ ଜୀବନ ଯାଇଛି । ଏନେଇ ଆଜି ପ୍ରଧାନମନ୍ତ୍ରୀ ବୈଠକ କରିବେ ।

ବିଶ୍ୱ ପରିବେଶ ଦିବସ ପାଳନ ନେଇ ବୈଠକ: ବିଶ୍ବ ପରିବେଶ ଦିବସ ପାଳନ ନେଇ ପ୍ରଧାନମନ୍ତ୍ରୀ ଆଜି ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଲୋକସଭା ନିର୍ବାଚନ 2024ର ଫଳାଫଳ ଘୋଷଣା ହେବାର ଦିନକ ପରେ ବିଶ୍ବ ପରିବେଶ ଦିବସ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.