ETV Bharat / bharat

ଦେବଭୂମିରେ କଂଗ୍ରେସକୁ ଧୋଇଲେ ମୋଦି, 'ନିଆଁ ଲଗାଇଲା ଭଳି କହୁଥିବା ବ୍ୟକ୍ତିଙ୍କୁ ସଫା କର' - PM Modi In Rudrapur - PM MODI IN RUDRAPUR

PM Modi Rudrapur Rally: ଦେବଭୂମି ଉତ୍ତରାଖଣ୍ଡରେ କଂଗ୍ରେସକୁ ଧୋଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ' ଗୋଟିଏ ପଟେ ଆମେ ଦୁର୍ନୀତି ହଟାଓ ନାରା ଦେଉଥିବା ବେଳେ ଅନ୍ୟପଟେ ଦୁର୍ନୀତି ବଞ୍ଚାଓ ନାରା ଦେଉଛନ୍ତି ସେମାନେ ।' ଅଧିକ ପଢନ୍ତୁ

PM Modi Rudrapur Rally
PM Modi Rudrapur Rally
author img

By ETV Bharat Odisha Team

Published : Apr 2, 2024, 5:16 PM IST

ଡେରାଡୁନ: ନିର୍ବାଚନ ପାଖେଇ ଆସୁଥିବା ବେଳେ ମଇଦାନକୁ ଓହ୍ଲାଇଛନ୍ତି ନେତା ଓ ମନ୍ତ୍ରୀ । ତେବେ ଆଜି ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ରୁଦ୍ରପୁର ଯାଇ ନିର୍ବାଚନ ପ୍ରଚାର କରିବା ସହିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏତେ ସଂଖ୍ୟାରେ ଜନସମାଗମ ଦେଖି ଖୁସିବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ଏହା କ୍ୟାମ୍ପେନ ବୈଠକ ନା ବିଜୟ ରାଲି । ଆପଣମାନଙ୍କ ପ୍ରେମ ପାଇଁ ମୁଁ କୃତଜ୍ଞ, ଦେବଭୂମୀର ଆଶୀର୍ବାଦ ପାଇଁ ମୁଁ ଆଜି ଉତ୍ତରାଖଣ୍ଡ ଆସିପାରିଛି । ଏଠାରେ ବିଜେପିର ପ୍ରେମ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତରାଖଣ୍ଡର ବିକାଶ ବନେଇବା ଜରୁରୀ ଅଟେ । କେନ୍ଦ୍ର ସରକାର ମଧ୍ୟ ପ୍ରୟାସ ଜାରି ରଖିଛନ୍ତି । 10 ବର୍ଷ ମଧ୍ୟରେ ଅନେକ ବିକାଶ କାର୍ଯ୍ୟ ହୋଇଛି । 12 ଲକ୍ଷ ଘରକୁ ଜଳ ସଂଯୋଗ କରାଯାଇଛି । ତିନି ଲକ୍ଷଙ୍କୁ ସ୍ବାମିତ୍ବ (ସମ୍ପତ୍ତିର ମାଲିକାନା ସ୍ବତ୍ବ) ଯୋଜନାର ଲାଭ ମିଳିଛି । 35 ଲକ୍ଷ ଲୋକଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିଲା । ଆଜି ଉତ୍ତରାଖଣ୍ଡରେ ଅନେକ ପ୍ରକାରର ଆଧୁନିକ ସଂଯୋଗୀକରଣ ହୋଇଛି । ଉତ୍ତରପ୍ରଦେଶର 35 ଲକ୍ଷ ଲୋକଙ୍କର ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନଥିଲା । ବିଜେପି ସରକାର 35 ଲକ୍ଷ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲି ସେମାନଙ୍କୁ ବ୍ୟାଙ୍କ ସହ ଯୋଡିଥିଲେ । 85,000 ଘର ନିର୍ମାଣ, ସାଢେ ପାଞ୍ଚ ଲକ୍ଷରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି । ଉଦ୍ଦେଶ୍ୟ ଠିକ୍ ହେଲେ ଅନେକ କାର୍ଯ୍ୟ ସମ୍ଭବପର ଅଟେ । ସେଥିପାଇଁ ମୁଁ କହୁଛି ଉଦ୍ଦେଶ୍ୟ ଠିକ ଥିଲେ ଫଳାଫଳ ମଧ୍ୟ ସଠିକ ଆସିବ ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନକୁ ସରଗରମ କଲା କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗ: ମୋଦି କହିଲେ, କଂଗ୍ରେସର ଭୁଲ କର୍ମ ପାଇଁ ଦେଶକୁ ଏବେ ବହୁମୁଲ୍ୟ ଦେବାକୁ ପଡୁଛି - PM Modi target congress

ଉତ୍ତରଖଣ୍ଡରେ ଘରେ ଘରେ ସୁବିଧା, ମୋଦିଙ୍କ ଗ୍ୟାରେଣ୍ଟି: ମୋଦି କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟିମାନେ କାର୍ଯ୍ୟକ୍ଷମ ହେବାର ଗ୍ୟାରେଣ୍ଟି ଅଟେ । ମୋଦିଙ୍କ ଗ୍ୟାରେଣ୍ଟି ଉତ୍ତରାଖଣ୍ଡର ପ୍ରତ୍ୟେକ ପରିବାର ପାଇଁ ସୁବିଧା ଆଣିଛି ଏବଂ ଲୋକଙ୍କ ଆତ୍ମ ସମ୍ମାନ ବଢାଇଛି । ତୃତୀୟ ଟର୍ମରେ ମଧ୍ୟ ଆପଣଙ୍କ ପୁଅ(ପ୍ରଧାନମନ୍ତ୍ରୀ) ଆହୁରି ଅନେକ ବଡ କାର୍ଯ୍ୟ କରିବାକୁ ଯାଉଛି । ଆପଣ 24 ଘଣ୍ଟା ବିଦ୍ୟୁତ୍, ବିନା ଦେୟରେ ବିଜୁଳି ପାଇପାରିବେ । ଏଥିପାଇଁ ଆମ ସରକାର ସୂର୍ଯ୍ୟ ଘର ଫ୍ରି ଇଲେକ୍ଟ୍ରିସିଟି ସ୍କିମ ଆରମ୍ଭ କରିଛନ୍ତି । "

କଚ୍ଚାତିବୁ ନେଇ କଂଗ୍ରେସକୁ ଟାର୍ଗେଟ: ଉତ୍ତରଖଣ୍ଡ ଆସି କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "କଂଗ୍ରେସ ଭାରତମାତାକୁ ବିଭାଜିତ କରିଛି । ଉତ୍ତରାଖଣ୍ଡ ଅନେକ ବୀର ସନ୍ତାନକୁ ଜନ୍ମ ଦେଇଛି । କିନ୍ତୁ କଂଗ୍ରେସ କଚ୍ଚାତିବୁ ଦ୍ବୀପକୁ ଶ୍ରୀଲଙ୍କାକୁ ସମର୍ପି ଦେଇଛି । ବର୍ତ୍ତମାନ ଯଦି କେହି ମତ୍ସଜୀବୀ ମାଛ ଧରିବା ପାଇଁ ଯାଆନ୍ତି ତେବେ ସେମାନେ ଜେଲରେ ବନ୍ଧା ହେଉଛନ୍ତି । ଯେଉଁମାନେ ଦେଶକୁ ବିଭାଜିତ କରନ୍ତି ସେମାନଙ୍କୁ ଟିକେଟ ଦେଉଛି କଂଗ୍ରେସ । ନେତା ବିପିନ ରାଓ୍ବତଙ୍କୁ ମଧ୍ୟ ଅପମାନିତ କରିଥିଲେ । କଂଗ୍ରେସ ଦେଶପ୍ରେମ କଣ ଜାଣେ ନାହିଁ । କ୍ଷମତା ହରାଇବା ପରେ ବିରୋଧୀମାନେ ନିଆଁ ଲଗାଇବା ପାଇଁ ଚେଷ୍ଟା କରୁଛନ୍ତି । ଜଣେ ବରିଷ୍ଠ କଂଗ୍ରେସ ନେତା ଦକ୍ଷିଣ ଭାରତକୁ ପୃଥକ କରିବା ନେଇ କହିଥିଲେ । ତେବେ ଯେଉଁମାନେ ଏଭଳି ଦେଶକୁ ବିଭକ୍ତ କରୁଛନ୍ତି ସେମାନଙ୍କୁ ଦଣ୍ଡ ଦେବା ଉଚିତ ।"

ତୃତୀୟ ଟର୍ମରେ ଭ୍ରଷ୍ଟାଚାର ଉପରେ କଡା ପ୍ରଭାବ: ମୋଦି କହିଛନ୍ତି, "ଚଳିତ ନିର୍ବାଚନରେ ଦୁଇଟି କ୍ୟାମ୍ପ ରହିଛି । ଗୋଟିଏପଟେ ଆମେ ଦୁର୍ନୀତି ହଟାଓ ନାରା ଦେଉଥିବା ବେଳେ ଅନ୍ୟପଟେ ଦୁର୍ନୀତି ବଞ୍ଚାଓ ନାରା ଦେଉଛନ୍ତି । ମୋଦି ଦେଶବାସୀଙ୍କ ସ୍ବର ଶୁଣିଛନ୍ତି । ମେତେ ଯେତେ ଦୁର୍ବ୍ୟବହାର ଏବଂ ଧମକ ଦେଲେ ମଧ୍ୟ ମୁଁ ଭୟ କରେ ନାହିଁ । ତୃତୀୟ ଟର୍ମରେ ଦୁର୍ନୀତି ଉପରେ ପ୍ରହାର ହେବ । "

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.