ETV Bharat / bharat

ରାତି ଅଧରେ ଗାଡିରୁ ଓହ୍ଲାଇ ଫ୍ଲାଏ ଓଭରରେ ଚାଲି ଚାଲି ଗଲେ ପ୍ରଧାନମନ୍ତ୍ରୀ - ବାରଣାସୀରେ ମୋଦି

PM Walked On Phulwariya Flyover: ଫ୍ଲାଏ ଓଭର ଉପରେ ଚାଲି ଚାଲି ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଅଧିକ ପଢନ୍ତୁ

PM Walked On Flyover
PM Walked On Flyover
author img

By ETV Bharat Odisha Team

Published : Feb 23, 2024, 12:48 PM IST

PM Walked On Flyover

ଲକ୍ଷ୍ନୌ: ଦୁଇ ଦିନିଆ ବାରଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି (ଗୁରୁବାର) ରାତିରେ ଫ୍ଲାଏ ଓଭର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ହଠାତ୍ କାରରୁ ବାହାରି ମୋଦି ଏଭଳି ଚାଲି ଚାଲି ଯିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରିକି ସେହି ସମୟରେ ସେଠାରେ ଉପସ୍ଥିତ ଥିବା ପୋଲିସ ମଧ୍ୟ ଦୌଡ଼ିବାକୁ ଲାଗିଥିଲେ । ପ୍ରଧାନମନ୍ତ୍ରୀଙ୍କ ପଛକୁ ରହିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୂଚନା ଅନୁସାରେ, ଗତକାଲି ରାତିରେ ବାରଣାସୀ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ ।

ପ୍ରଥମେ ବାବତପୁର ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ସେଠାରୁ 25 କିଲୋମିଟର ଦୂରରେ ଅବସ୍ଥିତ ଗେଷ୍ଟ ହାଉସକୁ ସଡ଼କପଥରେ ଯାତ୍ରା କରୁଥିଲେ । ସେହି ସମୟରେ ପୁଷ୍ପ ବୃଷ୍ଟି କରାଯାଇ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସ୍ଥାନୀୟଲୋକେ ନିଜ ନିଜ ବାଲକୋନିରୁ ମୋଦିଙ୍କୁ ଦେଖୁଥିବାବେଳେ ସେମାନଙ୍କୁ ଅଭିବାଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ତେବେ ଯିବା ବାଟରେ ଘଟିଥିଲା ଆଶ୍ଚର୍ଯ୍ୟଜନକ ଘଟଣା । ପୁଲୱରିଆ ଫ୍ଲାଏ ଓଭର ଉପରେ ଗାଡ଼ି ରଖି ହଠାତ ବାହାରକୁ ବାହାରିଥିଲେ ପ୍ରଧାନମନ୍ତ୍ରୀ । ଯାହା ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀମାନେ ଦୌଡ଼ିବାକୁ ଲାଗିଥିଲେ । ଏହାପରେ ସେହି ଓଭର ବ୍ରିଜ ଉପରେ ପ୍ରଧାନମମନ୍ତ୍ରୀ ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଧୀରେ ଧୀରେ ପାଦରେ ଚାଲି ଚାଲି ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଜମ୍ମୁରେ 'ଆର୍ଟିକିଲ ୩୭୦' ଫିଲ୍ମ ବିଷୟରେ କହିଲେ ମୋଦି, କୃତଜ୍ଞତା ଜଣାଇଲେ ୟାମୀ

ସୂଚନା ଅନୁସାରେ, ଫୁଲୱରିଆ ଫ୍ଲାଇଓଭରର ନିର୍ମାଣ କାମ 2018 ମସିହାରେ ଆରମ୍ଭ ହୋଇଥିଲା । ଗତ ବର୍ଷ ଅର୍ଥାତ୍ 2023ରେ ସରିଥିଲା ନିର୍ମାଣ । ଗତ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଏହାକୁ ଲୋକାର୍ପଣ କରିଥିଲେ । ବାବତପୁର ବିମାନବନ୍ଦର ଓ ଗାଜିପୁର ସମେତ ଅନ୍ୟ ଜିଲ୍ଲାରୁ ବାରଣାସୀକୁ ଯିବା ପାଇଁ ପୂର୍ବରୁ ଅଧିକ ସମୟ ଲାଗୁଥିଲା । ହେଲେ ଏହି ବ୍ରିଜ ନିର୍ମାଣ ପରେ ପାଖାପାଖି 45 ମିନିଟ୍ କମ୍ ସମୟ ଲାଗୁଥିବା ଜଣାପଡ଼ିଛି । ତେବେ ଏୟାରପୋର୍ଟରୁ ଆସିବା ପରେ ଏହି ରାସ୍ତା ଦେଇ ବନାରସ ଲୋକୋମୋଟିଭ ୱାର୍କସପ୍ ଅଭିମୁଖେ ଯାତ୍ରା କରିଥିଲେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରଧାନମନ୍ତ୍ରୀ ଆଗରେ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପଛେ ପଛେ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପାଖାପାଖି 5-7ମିନିଟ ଧରି ଏହି ଫ୍ଲାଏ ଓଭର ଉପରେ ପାଦରେ ଚାଲି ଚାଲି ଯାଉଥିବା ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.