ETV Bharat / bharat

ଜି-7 ସମ୍ମିଳନୀରେ ଅଂଶଗ୍ରହଣ କରି ଇଟାଲୀରୁ ଫେରିଲେ ପ୍ରଧାନମନ୍ତ୍ରୀ - PM Modi returns to Delhi - PM MODI RETURNS TO DELHI

PM Modi returns to Delhi: ଜି-7 ସମ୍ମିଳନୀରେ ଅଂଶଗ୍ରହଣ କରି ଇଟାଲୀରୁ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି । ଚର୍ଚ୍ଚାରେ ଥିଲା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମୋଦିଙ୍କ ଆଲୋଚନା । ଅଧିକ ପଢନ୍ତୁ

ଜି-7 ସମ୍ମିଳନୀରେ ଅଂଶଗ୍ରହଣ କରି ଇଟାଲୀରୁ ଫେରିଲେ ପ୍ରଧାନମନ୍ତ୍ରୀ
ଜି-7 ସମ୍ମିଳନୀରେ ଅଂଶଗ୍ରହଣ କରି ଇଟାଲୀରୁ ଫେରିଲେ ପ୍ରଧାନମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Jun 15, 2024, 10:54 AM IST

ନୂଆଦିଲ୍ଲୀ: ଜି-7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଦୁଇ ଦିନିଆ ଇଟାଲୀ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ ଫେରିଛନ୍ତି । ସେ ଆଜି ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହାଥିଲା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ ଓ ପ୍ରଥମ ଶିଖର ସମ୍ମିଳନୀ । ବୁଧବାର ସେ ଇଟାଲୀ ଗସ୍ତରେ ବାହାରିଥିବା ବେଳେ ଗତକାଲି ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହାପରେ ପାର୍ଶ୍ବ କାର୍ଯ୍ୟକ୍ରମ ଭାବେ ଏକାଧିକ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ବ୍ୟକ୍ତିଗତ ସାକ୍ଷାତ ଓ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଇଟାଲୀ ଗସ୍ତ କରିଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ବ୍ୟକ୍ତିଗତ ସାକ୍ଷାତ ମଧ୍ୟ ହୋଇଛି । ଋଷ ୟୁକ୍ରେନ ଯୁଦ୍ଧ ଓ ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ଉପରେ ଉଭୟ ନେତା ଆଲୋଚନା କରିଥିଲେ ।

ଅନ୍ୟତମ ଅନ୍ତର୍ଜାତୀୟ ତଥା ଶିଖର ସଂଗଠନ ହେଉଛି G-7 । ଏଥିରେ ଆମେରିକା, ଜାପାନ, କାନାଡା, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ବ୍ରିଟେନ ପରି ଶକ୍ତିଶାଳୀ ୟୁରୋପୀୟ ଦେଶମାନେ ସଦସ୍ୟ ଭାବେ ରହିଛନ୍ତି । ପ୍ରତିବର୍ଷ ଏହି ସଂଗଠନର ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଥାଏ । ବିଭିନ୍ନ ସାମ୍ପ୍ରତିକ ଓ ବୈଶ୍ବିକ ପ୍ରସଙ୍ଗରେ ମାନସ ମନ୍ଥନ କରିବା ସହ ପାରସ୍ପରିକ ସହଯୋଗ ଓ ବୁଝାମଣା ବୃଦ୍ଧି କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଚଳିତଥରର ଆୟୋଜନ ଇଟାଲୀ ଗ୍ରହଣ କରିଥିଲା । ସଂଗଠନର ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ବ୍ୟତୀତ ବହୁ ରାଷ୍ଟ୍ରମାନେ ନିମନ୍ତ୍ରିତ ଅତିଥି ଭାବେ ମଧ୍ୟ ଅଂଶଗ୍ରହଣ କରିଥାନ୍ତି । ଚଳିତଥର ଭାରତ ସମେତ ଏକାଧିକ ରାଷ୍ଟ୍ର ନିମନ୍ତ୍ରିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନ: ଉଦାରବାଦୀ ୟୁରୋପରେ ବଢୁଛି ଦକ୍ଷିଣପନ୍ଥୀ ସମର୍ଥନ - European Parliament Elections 2024

ଚଳିତ ବର୍ଷ ଆୟୋଜକ ଇଟାଲୀ, ଭାରତ ସମେତ ୟୁକ୍ରେନ, ବ୍ରାଜିଲ, ଆର୍ଜେଣ୍ଟିନା, ତୁର୍କୀ, ୟୁଏଇ, କେନିଆ, ଆଲଜେରିଆ, ଟ୍ୟୁନିସିଆ ଏବଂ ମାରୁଟାନିଆର ନେତାମାନଙ୍କୁ ନିମନ୍ତ୍ରଣ କରିଥିଲା । ସାଧାରଣ ନିର୍ବାଚନରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ବୈଦେଶିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ନିର୍ବାଚନୀ ସଫଳତା ପାଇଁ ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ମୋଦିଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.