ETV Bharat / bharat

‘କତାରରୁ ଭାରତୀୟ ନୌଅଧିକାରୀଙ୍କ ମୁକ୍ତି ମାମଲାର ପ୍ରତ୍ୟେକ୍ଷ ତଦାରଖ କରୁଥିଲେ ପ୍ରଧାନମନ୍ତ୍ରୀ’ - Vinay Kwatra

PM Modi personally supervised to return of eighth national:କତାରରେ ଭାରତୀୟ ନୌଅଧିକାରୀଙ୍କ ମୁକ୍ତି ପ୍ରସଙ୍ଗରେ ପ୍ରତ୍ୟେକ୍ଷ ତଦାରଖ କରୁଥିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

କତାରରେ ଭାରତୀୟ ନୌଅଧିକାରୀଙ୍କ ମୁକ୍ତି ପ୍ରସଙ୍ଗରେ ପ୍ରତ୍ୟେକ୍ଷ ତଦାରଖ କରୁଥିଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Feb 12, 2024, 6:17 PM IST

ନୂଆଦିଲ୍ଲୀ: ଗୁପ୍ତଚରଗିରି କରିବା ଅଭିଯୋଗରେ କତାରରେ ଗିରଫ ହୋଇ ଫାଶୀ ଦଣ୍ଡାଦେଶ ପାଇଥିବା 8 ଭାରତୀୟ ପୂର୍ବତନ ନୌସେନାଧିକାରୀଙ୍କୁ ଆଜି ସ୍ଥାନୀୟ ସରକାର ମୁକ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ 7 ଜଣ ସ୍ବଦେଶ ମଧ୍ୟ ଫେରିଛନ୍ତି । ଏହି ମାମଲାରେ ଭାରତ ଜଟିଳ ଆଇନଗତ ଓ କୂଟନୈତିକ ଲଢେଇ ଲଢିଥିଲା । ଏହି ମାମଲାର ପ୍ରତିଟି ଘଟଣାକ୍ରମ ଉପରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ତଦାରଖ କରୁଥିଲେ । ସେ କୌଣସି ପଦକ୍ଷେପ ଗ୍ରହଣ କରିବାରେ ବିଳମ୍ବ କରିନଥିଲେ ବୋଲି ବିଦେଶ ମନ୍ତ୍ରଣାଳୟ କହିଛି ।

ଆଜି ଏହି ପ୍ରସଙ୍ଗରେ ବିଦେଶ ସଚିବ ବିନୟ ମୋହନ କ୍ବାତ୍ରା କହିଛନ୍ତି, ‘‘କତାରରେ ଦଣ୍ଡାଦେଶ ପାଇଥିବା ଭାରତୀୟ ନାଗରିକ ମୁକ୍ତ ହୋଇ ସ୍ବଦେଶ ଫେରିବା ଭାରତର ବଡ କୂଟନୈତିକ ବିଜୟ । ଆମେ କତାର ସରକାର ଓ ସ୍ଥାନୀୟ ଅମିରଙ୍କୁ ଏଥିପାଇଁ ଧନ୍ୟବାଦ ଦେଉଛୁ । 8 ମଧ୍ୟରୁ 7ଜଣ ସ୍ବଦେଶ ଫେରିଆସିବା ଆମ ପାଇଁ ବେଶ ଖୁସିର ବିଷୟ । ଏମାନଙ୍କୁ ସ୍ବଦେଶ ଫେରାଇବା ପାଇଁ ଭାରତ ସରକାର ପ୍ରାଥମିକତାର ସହ ସମସ୍ତ ଉଦ୍ୟମ କରିଥିଲେ । ଏହି ମାମଲାର ପ୍ରତ୍ୟେକ କ୍ରମବିକାଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବ୍ୟକ୍ତିଗତ ଭାବେ ତଦାରଖ କରୁଥିଲେ ।

ସୂଚନା ଅନୁସାରେ, ଏହି 8 ପୂର୍ବତନ ନୌସେନା ଅଧିକାରୀଙ୍କୁ ଗତବର୍ଷ ସେପ୍ଟେମ୍ବରର ଇସ୍ରାଏଲ ପାଇଁ ଗୁପ୍ତଚରଗିରି କରିବା ଅଭିଯୋଗରେ କତାର ଗିରଫ କରିଥିଲା । ଏମାନେ ପୂର୍ବରୁ ନୌସେନାରେ ଉଚ୍ଚପଦସ୍ଥ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଏମାନଙ୍କ ମଧ୍ୟରେ ଭାରତୀୟ ନୌସେନା ଜାହାଜର କମାଣ ସମ୍ଭାଳିଥିବା ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ରହିଥିଲେ । ଏହି ସମସ୍ତ ପୂର୍ବ ଅଧିକାରୀମାନେ ଭାରତୀୟ ନୌସେନାରୁ ସେବାନିବୃତ୍ତ ହେବା ପରେ କତାରରେ ଏକ ଗ୍ଲୋବାଲ୍ ଟେକ୍ନୋଲୋଜି ଏବଂ କନ୍ସଲଟାନ୍ସ ସର୍ଭିସେସ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହି କମ୍ପାନୀ କତାର ସଶସ୍ତ୍ର ବାହିନୀକୁ ତାଲିମ ଏବଂ ଆନୁସଙ୍ଗିକ ସେବା ଯୋଗାଇ ଆସୁଛି ।

ଏହା ମଧ୍ୟ ପଢନ୍ତୁ:- କତାର କବଳରୁ ମୁକୁଳିଲେ 8 ପୂର୍ବ ନୌସେନା ଅଧିକାରୀ, ଗୁଇନ୍ଦାଗିରି ଅଭିଯୋଗରେ ମିଳିଥିଲା ଫାଶୀ ଦଣ୍ଡ

ତେବେ ଏହି ପୂର୍ବ ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ବିଦେଶ ମନ୍ତ୍ରୀ ଜୟଶଙ୍କର ଭେଟିଥିଲେ । କତାର ରାଜଧାନୀ ଦୋହାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ମଧ୍ୟ ଜେଲ ଗସ୍ତ କରି ଏହି ପୂର୍ବତନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଉଭୟ ଦେଶର ଦୂତାବାସ ଜରିଆରେ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା । କତାର ସରକାରଙ୍କ ସହ ନିଜେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ ଯୋଗାଯୋଗ କରିଥିବାର କୁହାଯାଏ । ଆଜି ସେମାନଙ୍କ ମଧ୍ୟରୁ 7 ଜଣ ଭାରତ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.