ETV Bharat / bharat

ମୋଦି 3.0: NCPକୁ ମିଳିଲାନି ଗୋଟିଏ ବି କ୍ୟାବିନେଟ ମନ୍ତ୍ରୀପଦ, ନିରାଶ ଅଜିତ ପାୱାର ଗୋଷ୍ଠୀ - No cabinet post for NCP

author img

By ETV Bharat Odisha Team

Published : Jun 10, 2024, 4:35 PM IST

NO CABINET POST FOR NCP: ମୋଦିଙ୍କ ତୃତୀୟ ପାଳିରେ ଅଜିତ ପାୱାରଙ୍କ NCPକୁ ମିଳିଲାନି କ୍ୟାବିନେଟ ପାହ୍ୟା । ନିରାଶ ଅଜିତ ପାୱାର ଗୋଷ୍ଠୀ । ଅଧିକ ପଢନ୍ତୁ

NO CABINET POST FOR NCP
NO CABINET POST FOR NCP (ETV Bharat)

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି । ପ୍ରଧାନମନ୍ତ୍ରୀଙ୍କ ସମେତ 72ଜଣ ମନ୍ତ୍ରୀ ରବିବାର ସନ୍ଧ୍ୟାରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ଏନଡିଏର ଅନ୍ୟତମ ସହଯୋଗୀ ଦଳ ଅଜିତ ପାୱାରଙ୍କ ଏନସିପିକୁ ଗୋଟିଏ ବି କ୍ୟାବିନେଟ ମନ୍ତ୍ରୀପଦ ମିଳିନାହିଁ । ଅଜିତ ନିଜ ଦାଦା ଶରଦ ପାୱାରଙ୍କ ସହ ବିଦ୍ରୋହ କରି ବିଜେପି ନେତୃତ୍ବାଧୀନ NDAରେ ସାମିଲ ହୋଇଥିଲେ । ସେ ଏବେ ମହାରାଷ୍ଟ୍ରରେ ଥିବା ମେଣ୍ଟ ସରକାର 'ମହାୟୁତି'ର ସଦସ୍ୟ ଅଛନ୍ତି । ଦଳକୁ ମୋଦିଙ୍କ କ୍ୟାବିନେଟରେ ଗୋଟିଏ ବି ମନ୍ତ୍ରୀ ପଦ ନ ମିଳିବା ପରେ ଅଜିତ ପାୱାରଙ୍କ ଗୋଷ୍ଠୀ ନିରାଶ ଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଏନସିପିକୁ ଗୋଟିଏ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ପଦ ଅଫର୍‌ କରାଯାଇଥିଲା । ଏଥିଲାଗି ଦଳ ପକ୍ଷରୁ ପ୍ରଫୁଲ୍ଲ ପଟେଲଙ୍କ ନାମ ଚୟନ କରାଯାଇଥିଲା । କିନ୍ତୁ ସେମାନେ ଏହାକୁ ଅସ୍ବୀକାର କଲେ ବୋଲି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ କହିଛନ୍ତି । ଏନସିପିର କହିବା କଥା ହେଲା ପୂର୍ବରୁ ଦଳର ପ୍ରଫୁଲ୍ଲ ପଟେଲ କ‍୍ୟାବିନେଟ ମନ୍ତ୍ରୀ ଥିଲେ । ତେଣୁ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ଦେବା ଗ୍ରହଣୀୟ ନୁହେଁ । ଆଗାମୀ ଦିନରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ଅଜିତ ପାୱାରଙ୍କ ଦଳକୁ ଧ୍ୟାନରେ ରଖାଯିବ ବୋଲି କହିଛନ୍ତି ଫଡନାଭିସ ।

ଏହା ବି ପଢନ୍ତୁ- ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ; 71ମନ୍ତ୍ରୀ ନେଲେ ଶପଥ, ଓଡ଼ିଶାକୁ 3 ମନ୍ତ୍ରୀପଦ

ଅନ୍ୟପଟେ ରବିବାର ସନ୍ଧ୍ୟାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ । ସେ ମଧ୍ୟ ସମାନ କଥା କହିଛନ୍ତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ତାଙ୍କୁ କ୍ୟାବିନେଟ ପଦ ମିଳିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି । ଏନେଇ ଅଜିତ ପାୱାର କହିଛନ୍ତି, "ପ୍ରଫୁଲ୍ଲ ପଟେଲଙ୍କୁ କେନ୍ଦ୍ର ସରକାରରେ କ୍ୟାବିନେଟ ପଦ ମିଳିଛି । ଏଣୁ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିବା ଗ୍ରହଣୀୟ ନୁହେଁ । ଏଣୁ କ୍ୟାବିନେଟ ପଦ ପାଇବା ପର୍ଯ୍ୟନ୍ତ ସେ ଅପେକ୍ଷା କରିବେ । ଆମ ନିକଟରେ ଗୋଟିଏ ରାଜ୍ୟସଭା ଓ ଲୋକସଭା ସାଂସଦ ଅଛନ୍ତି । 2ରୁ 3 ମାସ ମଧ୍ୟରେ ଆମ ନିକଟରେ ମୋଟ 3ଟି ରାଜ୍ୟସଭା ସଦସ୍ୟ ଓ ଲୋକସଭାରେ ଜଣେ ସାଂସଦଙ୍କୁ ମିଶାଇ 4ରେ ପହଞ୍ଚିବ । ଏଣୁ ଆମକୁ ଗୋଟିଏ କ୍ୟାବିନେଟ ପଦ ଆବଶ୍ୟକ ।"

ସୂଚନା ଥାଉ କି ରବିବାର ମୋଦିଙ୍କ ସମେତ ମୋଟ 72ଜଣ ମନ୍ତ୍ରୀ ଶପଥ ପାଠ କରିଛନ୍ତି । ସେମାନଙ୍କ ମଧ୍ୟରୁ 30ଜଣ କ୍ୟାବିନେଟ ମନ୍ତ୍ରୀ, 5 ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଓ 36 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ଏହି ମନ୍ତ୍ରୀମାନଙ୍କ ମଧ୍ୟରେ 27 ଜଣ ଓବିସି ବର୍ଗ, 10ଜଣ ଅନୁସୂଚିତ ଜାତି ଓ 5 ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ରହିଛନ୍ତି । ଏହାସହିତ 43ଜଣ ମନ୍ତ୍ରୀଙ୍କୁ ତୃତୀୟ ଥର ଲାଗି ରିପିଟ୍‌ କରାୟାଇଥିବା ବେଳେ 39ଜଣ ପୂର୍ବରୁ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.