ETV Bharat / bharat

ମୋଦିଙ୍କ ମନ କି ବାତ୍‌ରେ କଳାହାଣ୍ଡି ଦମ୍ପତି, ‘ଗୋଟ୍‌ ବ୍ୟାଙ୍କ’କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Mann Ki Baat:ମନ୍ କି ବାତରେ କଳାହାଣ୍ଡିର ଦମ୍ପତିଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଜାଣନ୍ତୁ ଦମ୍ପତିଙ୍କ ବିଷୟରେ।

କଳାହାଣ୍ଡି ଦମ୍ପତିଙ୍କ ପ୍ରଶଂସା
କଳାହାଣ୍ଡି ଦମ୍ପତିଙ୍କ ପ୍ରଶଂସା
author img

By ETV Bharat Odisha Team

Published : Feb 25, 2024, 1:01 PM IST

ହାଇଦ୍ରାବାଦ: ମନ୍ କି ବାତରେ କଳାହାଣ୍ଡିର ଦମ୍ପତିଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଗୋପାଳନ ସହ ଚାଷୀଙ୍କୁ ସଶକ୍ତ କରିବାର ଉଦ୍ୟମ ବିଷୟରେ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, "ହଜାର ହଜାର ବର୍ଷ ଧରି ଆମେ ପ୍ରକୃତି ସହ ଜଡ଼ିତ ହୋଇ ରହିଆସିଛେ । ପ୍ରକୃତି ସହ ତାଳମେଳ ଭାରତୀୟ ସଂସ୍କୃତିର ଅଭିନ୍ନ ଅଂଶ । ପଶୁପାଳନ କହିଲେ ଗାଈ କିମ୍ବା ମଇଁଷିର କଥା ମନକୁ ଆସେ । ହେଲେ ଏହାବ୍ୟତୀତ ଆଉ ଏମିତି ବି କିଛି ପଶୁ ଅଛନ୍ତି ଯାହାଙ୍କୁ ପାଳନ କରାଯାଏ । ସେଥିମଧ୍ୟରୁ ଛେଳି ଅନ୍ୟତମ । ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଛେଳି ପାଳନ କରିବା ଅଞ୍ଚଳବାସୀଙ୍କ ଜୀବିକା ସହ ଜଡ଼ିତ । ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଦିଗରେ ଏହା ଏକ ମାଧ୍ୟମ ସାଜିଛି ।"

"ଏହି ପ୍ରୟାସ ପଛରେ ଜୟନ୍ତୀ ମହାପାତ୍ର ଏବଂ ତାଙ୍କ ପତ୍ନୀ ବିରେନ ସାହୁଙ୍କର ବଡ଼ ଭୂମିକା ରହିଛି । ବେଙ୍ଗାଲୁରୁରେ ସେମାନେ ମ୍ୟାନେଜମେଣ୍ଟ ପ୍ରଫେସନାଲ ଥିଲେ । ହେଲେ ସେଥିରୁ ବ୍ରେକ୍ ନେଇ ସେମାନେ ନୂଆ କିଛି କରିବାକୁ ମନ ବଳାଇଥିଲେ । ସେମାନେ ଏମିତି କିଛି କରିବାକୁ ଚାହୁଁଥିଲେ ଯାହାଦ୍ବାରା ଗ୍ରାମବାସୀଙ୍କ ଉନ୍ନତି ହୋଇପାରିବା ସହ ରୋଜଗାର ମଧ୍ୟ ମିଳିପାରିବ । ସେବା ଓ ସମର୍ପଣର ଏହି ଭାବନାକୁ ନେଇ ସେମାନେ 'ମାଣିକସ୍ତୁ ଏଗ୍ରୋ'ର ସ୍ଥାପନା କରି କୃଷକଙ୍କ ସହ କାମ ଆରମ୍ଭ କଲେ । ଏହାସହ 'ମାଣିକସ୍ତୁ ଗୋଟ୍ ବ୍ୟାଙ୍କ' ବି ଖୋଲିଲେ । ଏହି ଗୋଟ ବ୍ୟାଙ୍କ ସାମୁଦାୟିକ ସ୍ତରରେ ଛେଳି ପାଳନକୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି । ଏହି ଯୋଜନା ଅନୁଯାୟୀ, ଗୋପାଳକଙ୍କୁ 24 ମାସ ପାଇଁ 2ଟି ଛେଳି ପ୍ରଦାନ କରାଯାଇଥାଏ । 2 ବର୍ଷରେ ଛେଳି ଗୁଡ଼ିକ 9ରୁ 10ଟି ଛୁଆ ଜନ୍ମ କରିଥାନ୍ତି । ଯେଉଁଥିରୁ 2ଟି ଛେଳି ବ୍ୟାଙ୍କ ରଖେ ଓ ଅନ୍ୟ ଛେଳିଗୁଡ଼ିକୁ ପାଳନ କରିଥିବା ବ୍ୟକ୍ତିଙ୍କୁ ଦିଆଯାଇଥାଏ" ବୋଲି କହିଛନ୍ତି ମୋଦି ।

ଏହା ମଧ୍ୟ ପଢନ୍ତୁ...'ମନ କି ବାତ' ଶୁଣିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏହା ମଧ୍ୟ ପଢନ୍ତୁ...ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ, ଦେଶବାସୀଙ୍କ ମନର କଥା କହୁଛନ୍ତି ମୋଦି

ସେ ଆହୁରି ମଧ୍ୟ କହିଛନ୍ତି, "ଛେଳିଙ୍କ ରକ୍ଷଣାବେକ୍ଷଣ ପାଇଁ ଜରୁରୀ ସେବା ମଧ୍ୟ ପ୍ରଦାନ କରାଯାଇଥାଏ । 50 ଗାଁର 1 ହଜାରରୁ ଅଧିକ ଗୋପାଳକ ଏହି ଦମ୍ପତିଙ୍କ ସହ ଯୋଡି ହୋଇଛନ୍ତି । ମତେ ଏହା ଦେଖି ଖୁସି ଲାଗୁଛି । ଯେ ଛୋଟରୁ ଛୋଟ ଉଦ୍ୟମ ବି କୃଷକ ସଶକ୍ତିକରଣରେ ସହାୟକ ହେଉଛି । ଏଭଳି ଉଦ୍ୟମ ସମସ୍ତଙ୍କୁ ପ୍ରେରିତ କରୁଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.