ETV Bharat / bharat

ମନ୍‌ କି ବାତ; ପ୍ରାଣ ପ୍ରତିଷ୍ଠା ଉତ୍ସବ କୋଟି କୋଟି ଲୋକଙ୍କୁ ଏକତା ସୁତ୍ରରେ ବାନ୍ଧିଛି - ମନ୍ କି ବାତ୍ କାର୍ଯ୍ୟକ୍ରମ

109th edition of Mann Ki Baat: 109ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନର କଥା କହିଲେ ମୋଦି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ କୋଟି କୋଟି ଲୋକଙ୍କୁ ଏକତା ସୁତ୍ରରେ ବାନ୍ଧିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Mann Ki Baat
Mann Ki Baat
author img

By ETV Bharat Odisha Team

Published : Jan 28, 2024, 1:50 PM IST

ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ ରହିଥିଲା । 109ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଣତନ୍ତ୍ର ଦିବସ ଠାରୁ ଆରମ୍ଭ କରି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ନିଜର ଅନୁଭୂତିକୁ ରୋଡିଓ ମାଧ୍ୟମରେ ଉପସ୍ଥାପନ କରିଥିଲେ ମୋଦି । ଚଳିତ ମାସର ଏହା ପ୍ରଥମ ମନ କି ବାତ କର୍ଯ୍ୟକ୍ରମ କହି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ପ୍ରଥମେ କହିଛନ୍ତି,''ଦୁଇ ଦିନ ପୂର୍ବେ ସମସ୍ତ ଦେଶବାସୀ 75 ତମ ଗଣତନ୍ତ୍ର ଦିବସକୁ ଅତି ଉତ୍ସାହର ସହିତ ପାଳନ କରିଥିଲେ । ଏହି ବର୍ଷ ଆମର ସମ୍ବିଧାନକୁ 75 ବର୍ଷ ପୂରଣ ହୋଇଛି ଏବଂ ସୁପ୍ରିମକୋର୍ଟ ମଧ୍ୟ 75 ବର୍ଷ ପୂରଣ ହୋଇଛି । ଆମର ଗଣତନ୍ତ୍ରର ଏହି ମହାନ ପର୍ବ ଭାରତର ମାତା ଭାବରେ ଗଣତନ୍ତ୍ରକୁ ଆହୁରି ମଜବୁତ କରିଛି ।''

ଏହା ମଧ୍ୟ ପଢନ୍ତୁ-ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ; ଭାରତ ଉଦ୍ଭାବନର ହବ୍ ପାଲଟିଛି କହିଲେ ମୋଦି

ପ୍ରାଣ ପ୍ରତିଷ୍ଠା ଉତ୍ସବ କୋଟି କୋଟି ଲୋକଙ୍କୁ ଏକତା ସୁତ୍ରରେ ବାନ୍ଧିଛି: ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଶର କୋଟି କୋଟି ଲୋକଙ୍କୁ ଏକତା ସୁତ୍ରରେ ବାନ୍ଧିଥିଲା । ସମସ୍ତଙ୍କ ଭାବନା ଏକ, ସମସ୍ତଙ୍କର ଭକ୍ତ ଏକ, ସମସ୍ତଙ୍କ କଥାରେ ରାମ, ସମସ୍ତଙ୍କ ହୃଦୟରେ ରାମ । ଦେଶର ଅନେକ ଲୋକ ଏହା ଦ୍ବାରା ରାମ ଭଜନ ଗାନ କରି ଶ୍ରୀ ରାମଙ୍କ ପାଦତଳେ ନିଜକୁ ଉତ୍ସର୍ଗ କରିଥିଲେ । ଜାନୁଆରୀ 22 ତାରିଖ ସନ୍ଧ୍ୟାରେ ସମଗ୍ର ଦେଶ ରାମଜ୍ୟୋତି ଜାଳି ଦିପାବଳୀ ପାଳନ କରିଥିଲେ । ପ୍ରଭୁ ରାମଙ୍କ ଶାସନ ମଧ୍ୟ ଆମ ସମ୍ବିଧାନ ନିର୍ମାତାମାନଙ୍କ ପାଇଁ ପ୍ରେରଣାର ଉତ୍ସ ଅଟେ । ଏଥିପାଇଁ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ମୁଁ 'ଦେବଙ୍କୁ ଦେଶ', 'ରାମ ରାଷ୍ଟ୍ର' ବିଷୟରେ କହିଥିଲି ।

ଗଣତନ୍ତ୍ର ଦିବସ ପରେଡରେ ଚର୍ଚ୍ଚାରେ ଥିଲା ନାରୀ ଶକ୍ତି: ଏଥର ଜାନୁଆରୀ 26ର ପରେଡ୍ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । ପରେଡରେ ସବୁଠାରୁ ଚର୍ଚ୍ଚାରେ ଥିଲା ନାରୀ ଶକ୍ତି । ଯେତେବେଳେ କର୍ତ୍ତବ୍ୟପଥରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ଦିଲ୍ଲୀ ପୋଲିସର ମହିଳା କଣ୍ଟିଜେଣ୍ଟ ପରେଡ କରିଥିଲେ ସେତେବେଳେ ପୁରା ଦେଶ ନିଜକୁ ଗର୍ବିତ ଅନୁଭବ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.