ETV Bharat / bharat

ହିଟଓ୍ବେଭ ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ - PM chairs meeting for heat wave

author img

By ETV Bharat Odisha Team

Published : Apr 11, 2024, 10:57 PM IST

PM Modi chairs high-level meeting on heat wave conditions :ହିଟଓ୍ବେଭ ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ । କେନ୍ଦ୍ର ଗୃହ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମେତ ଓ ପାଣିପାଗ ବିଭାଗର ଅଧିକାରୀ ଥିଲେ ସାମିଲ । ଅଧିକ ପଢନ୍ତୁ

ହିଟଓ୍ବେଭ ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏପ୍ରିଲ ପ୍ରଥମ ସପ୍ତାହରୁ ଦେଶର ବିଭିନ୍ନ ରାଜ୍ୟରେ ଦେଖାଗଲାଣି ଗ୍ରୀଷ୍ମପ୍ରବାହ ବା ହିଟ-ଓ୍ବେଭ କଣ୍ଡିସନ । ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରିବା ସହ ଅଂଶୁଘାତ ଭୟ ମଧ୍ୟ ବଢାଇଲାଣି ଏହିପରି ସ୍ଥିତି । ଆଜି ଏହି ସ୍ଥିତିର ମୁକାବିଲା ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଛନ୍ତି । ଗୃହ ଓ ସ୍ବାସ୍ଥ୍ୟ ସମେତ ଅନ୍ୟ ମନ୍ତ୍ରଣାଳୟର ସଚିବ, ବରିଷ୍ଠ ଅଧିକାରୀଙ୍କ ସମେତ ପାଣିପାଗ ବିଭାଗର ଶୀର୍ଷ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରି ତମାମ ଦିଗ ଉପରେ ଆଲୋଚନା କରିଛନ୍ତି ।

ଏପ୍ରିଲ- ଜୁନ ମାସ ମଧ୍ୟରେ ଦେଶର ଅଧିକାଂଶ ଭାଗରେ ଅଧିକ ତାପମାତ୍ରା ରହିବା ସହ ଗ୍ରୀଷ୍ଣପ୍ରବାହର ଆଶଙ୍କା ରହିଥାଏ । ବିଶେଷତଃ କେନ୍ଦ୍ରୀୟ ଭାରତ ଏବଂ ପଶ୍ଚିମ-ଉପଦ୍ୱୀପ କ୍ଷେତ୍ରରେ ଏହି ସମୟରେ ଏହି ସ୍ଥିତିର ସର୍ବାଧିକ ସମ୍ଭାବନା ରହିଥାଏ । ଅଂଶୁଘାତ ପରି ସଙ୍କଟର ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ ଜରୁରୀ ପ୍ରସ୍ତୁତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା । ଜରୁରୀ ଔଷଧ, ତରଳ ପଦାର୍ଥ, ବରଫ ପ୍ୟାକ୍, ORS ପାନୀୟ ଓ ପାନୀୟ ଜଳ ମହଜୁଦ ରଖିବା ଉପରେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ମିଳିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି ।

ଟେଲିଭିଜନ୍, ରେଡିଓ ଏବଂ ସୋସିଆଲ୍ ମିଡିଆ ଭଳି ସମସ୍ତ ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ଆଞ୍ଚଳିକ ଭାଷାରେ ଏହି ସ୍ଥିତି ସମ୍ପର୍କିତ ଅତ୍ୟାବଶ୍ୟକ ସୂଚନା ଓ ନିର୍ଦ୍ଦେଶାବଳି ଜାରି କରାଯିବ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଏହି ଗାଇଡଲାଇନ ଜାରି କରିବ । ଏହାକୁ ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁବାଦ କରାଯିବ ଏବଂ ବ୍ୟାପକ ଭାବରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରସାରିତ କରି ଲୋକଙ୍କୁ ସତର୍କ ରହିବା ପାଇଁ ପାଇଁ ସଚେତନ କରାଯିବ ।

ଏହା ମଧ୍ୟ ପଢନ୍ତୁ :- ନିଯୁକ୍ତି ଅନିୟମିତତା ଅଭିଯୋଗରେ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବରଖାସ୍ତ - Kejriwals Private Secretary Sacked

ହସ୍ପିଟାଲଗୁଡିକରେ ପର୍ଯ୍ୟାପ୍ତ ପ୍ରସ୍ତୁତି ସହିତ ସଚେତନତା ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଜଙ୍ଗଲ ନିଆଁ ଲିଭାଇବା ଉପରେ ସେ ଆଲୋଚନା ହୋଇଛି । ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ସଚିବ, ଅନ୍ୟ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ । ଏବେ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ହିଟ ଓ୍ବେଭ ସ୍ଥିତି ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.