ETV Bharat / bharat

3 ମାସ ପାଇଁ ବନ୍ଦ ‘ମନ କି ବାତ’: ନିର୍ବାଚନ ପୂର୍ବରୁ ଶେଷ ସମ୍ବୋଧନରେ ଯୁବପିଢିଙ୍କୁ ଭୋଟ ଦେବାକୁ ମୋଦିଙ୍କ ଆହ୍ବାନ - ମନ କି ବାତ

Mann Ki Baat: ଆସନ୍ତା 3 ମାସ ପର୍ଯ୍ୟନ୍ତ ବନ୍ଦ ‘ମନ କି ବାତ’ । ନିର୍ବାଚନ ପୂର୍ବରୁ ଶେଷ ସମ୍ବୋଧନରେ ଯୁବପିଢିଙ୍କୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ । ଅଧିକ ପଢନ୍ତୁ

ମନ କୀ ବା3ମାସ ପାଇଁ ବନ୍ଦ ରହିଲା ‘ମନ କୀ ବାତ’: ନିର୍ବାଚନ ପୂର୍ବ ସମ୍ବୋଧନରେ ଯୁବପିଢିଙ୍କ ଭୋଟଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ
3ମାସ ପାଇଁ ବନ୍ଦ ରହିଲା ‘ମନ କୀ ବାତ’: ନିର୍ବାଚନ ପୂର୍ବ ସମ୍ବୋଧନରେ ଯୁବପିଢିଙ୍କ ଭୋଟଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ
author img

By ETV Bharat Odisha Team

Published : Feb 25, 2024, 5:29 PM IST

ହାଇଦ୍ରାବାଦ: ସାଧାରଣ ନିର୍ବାଚନ ପୂର୍ବରୁ ଆଜି (ରବିବାର) ନିଜ ଦ୍ବିତୀୟ ପାଳିର ଶେଷ ରେଡିଓ ସମ୍ବାଦ କାର୍ଯ୍ୟକ୍ରମ ‘ମନ କି ବାତ’ରେ ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବା କାରଣରୁ ଏହି କାର୍ଯ୍ୟକ୍ରମ ଆସନ୍ତା 3 ମାସ ପର୍ଯ୍ୟନ୍ତ ବନ୍ଦ ରହିବାକୁ ଯାଉଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର 110ତମ ଏପିସୋଡକୁ ସମ୍ବୋଧିତ କରି ଯୁବପିଢିଙ୍କୁ ଚଳିତ ନିର୍ବାଚନରେ ସକ୍ରିୟତାର ସହ ଭୋଟ ଦେବାକୁ ଆହ୍ବାନ ଦେଇଛନ୍ତି ।

ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହି କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇସାରିଛି । ଏହି କାର୍ଯ୍ୟକ୍ରମ ଲୋକମାନଙ୍କର, ଲୋକମାନଙ୍କ ପାଇଁ ଓ ଲୋକମାନଙ୍କ ଦ୍ବାରା ଏକ କାର୍ଯ୍ୟକ୍ରମ । ଏଥିରେ ଦେଶର ସାମଗ୍ରିକ ସାମର୍ଥ୍ୟ ପ୍ରତିଫଳତି ହୋଇଛି । ଦେଶରେ ଏବେ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ମାସରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ନିର୍ବାଚନ ଆଚରଣ ବିଧି ଅନୁସାରେ, ସରକାରୀ କଳ କୌଣସି କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇ ପାରିବ ନାହିଁ । ତେଣୁ ନିର୍ବାଚନୀ ନୈତିକତା ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମକୁ ଆସନ୍ତା 3 ମାସ ପର୍ଯ୍ୟନ୍ତ ବନ୍ଦ ରଖାଯାଉଛି ।"

ଯୁବଭୋଟରଙ୍କୁ ଆହ୍ବାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଯେଉଁ ଭୋଟରମାନେ ଏବେ 18 ବର୍ଷରେ ଆୟୁରେ ପଦାର୍ପଣ କରିଛନ୍ତି, ସେମାନେ ଏବେ 18ଦଶ ଲୋକସଭା ପାଇଁ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ତେଣୁ ଏହି ନିର୍ବାଚନ ସେମାନଙ୍କ ଆକାଂକ୍ଷାର ନିର୍ବାଚନ ହେବାକୁ ଯାଉଛି । ସେମାନେ ନିଜର ପ୍ରଥମ ନିର୍ବାଚନରେ ବହୁସଂଖ୍ୟାରେ ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରନ୍ତୁ । ନିର୍ବାଚନ ଆୟୋଗ ଏହି ନିର୍ବାଚନରେ ନବାଗତ ଭୋଟରଙ୍କ ଅଂଶଗ୍ରହଣ ବଢାଇବା ପାଇଁ ‘ମେରା ପେହେଲା ଭୋଟ ଦେଶ କେଲିୟେ’ ନାମରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ବହୁସଂଖ୍ୟାରେ ଯୁବ ତଥା ପ୍ରଥମ ଥରର ମତାଦାତଙ୍କ ମାତାଧିକାର ସାବ୍ୟସ୍ତ ଦେଶ ପାଇଁ ଲାଭଦାୟୀ ହେବ ।"

ଏହା ମଧ୍ୟ ପଢନ୍ତୁ :- ଅଲିଗଡରେ ପହଞ୍ଚିଲା ରାହୁଲଙ୍କ ନ୍ୟାୟ ଯାତ୍ରା, ଚାଷୀ ଆନ୍ଦୋଳନରୁ ନେଇ ପେପର ଲିକ୍‌ ପ୍ରସଙ୍ଗରେ ବର୍ଷିଲେ

ପ୍ରଧାନମନ୍ତ୍ରୀଙ୍କ ସାପ୍ତାହିକ ରେଡିଓ ସମ୍ବାଦ କାର୍ଯ୍ୟକ୍ରମ ‘ମନ କି ବାତ’ରେ ଦେଶର ବିଭିନ୍ନ ପ୍ରସଙ୍ଗକୁ ସ୍ଥାନ ମିଳିଥାଏ । କଳା, ସାହିତ୍ୟ, ସମାଜସେବା, କୃଷି, ଶିକ୍ଷା ଓ ଷ୍ଟାର୍ଟଅପ ପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିଚୟ ସୃଷ୍ଟି କରିଥିବା ସାଧାରଣ ବ୍ୟକ୍ତିବିଶେଷଙ୍କ କଥା ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଉଲ୍ଲେଖ କରିଥାନ୍ତି । ଯାହା ପରବର୍ତ୍ତୀ ସମୟରେ ଦେଶର ଗଣମାଧ୍ୟମର ଶିରୋନାମା ପାଲଟିଥାଏ । ଆଜି ମଧ୍ୟ ନିଜ କାର୍ଯ୍ୟକାଳର ଶେଷ ଏପିସୋଡରେ ଓଡିଆ ଦମ୍ପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । କଳାହାଣ୍ଡି ଜିଲ୍ଲାରେ ଛେଳି ପାଳନ ଆରମ୍ଭ କରିଥିବା ଜୟନ୍ତୀ ମହାପାତ୍ର ଏବଂ ତାଙ୍କ ପତି ବିରେନ ସାହୁଙ୍କର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.