ଅଯୋଧ୍ୟା: ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମାରୋହରେ ଭାବବିହ୍ବଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ରାମଲାଲାଙ୍କୁ କଲେ କ୍ଷମା ପ୍ରାର୍ଥନା । ବର୍ଷ ବର୍ଷ ଧରି ମନ୍ଦିର ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିବାରୁ ସେ ରାମଲାଲାଙ୍କୁ କ୍ଷମା ମାଗିଥିବା ଜଣାପଡ଼ିଛି । ଏଣିକି ରାମଲାଲା ଆଉ ଟେଣ୍ଟ ହାଉସରେ ରହିବେନି, ତାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ବୋଲି କହିଛନ୍ତି ମୋଦି ।
-
#WATCH | Ayodhya: Prime Minister Narendra Modi says, "Today, I also apologise to Lord Shri Ram. There must be something lacking in our effort, sacrifice and penance that we could not do this work for so many centuries. Today the work has been completed. I believe that Lord Shri… pic.twitter.com/v6F8cLcO23
— ANI (@ANI) January 22, 2024 " class="align-text-top noRightClick twitterSection" data="
">#WATCH | Ayodhya: Prime Minister Narendra Modi says, "Today, I also apologise to Lord Shri Ram. There must be something lacking in our effort, sacrifice and penance that we could not do this work for so many centuries. Today the work has been completed. I believe that Lord Shri… pic.twitter.com/v6F8cLcO23
— ANI (@ANI) January 22, 2024#WATCH | Ayodhya: Prime Minister Narendra Modi says, "Today, I also apologise to Lord Shri Ram. There must be something lacking in our effort, sacrifice and penance that we could not do this work for so many centuries. Today the work has been completed. I believe that Lord Shri… pic.twitter.com/v6F8cLcO23
— ANI (@ANI) January 22, 2024
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ତ୍ତା ହୋଇ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ । ଏଥିଲାଗି ପ୍ରଧାନମନ୍ତ୍ରୀ ଗତ ୧୧ ଦିନ ଧରି ଉପବାସ କରିଥିଲେ । ଏହାସହ ଦକ୍ଷିଣ ଭାରତର ଏକାଧିକ ଧାର୍ମିକ ସ୍ଥଳ ବୁଲି ପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଆଜି ରୀତିନୀତି ଅନୁସାରେ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ଶ୍ରୀବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ପୂଜାର୍ଚ୍ଚନା ଶେଷ ହେବା ପରେ ମନ୍ଦିର ପରିସରରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ରାମଲାଲାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।
ଏହା ବି ପଢନ୍ତୁ- ପ୍ରାଣ ପ୍ରତିଷ୍ଠା ଉତ୍ସବ, ଅତିଥିଙ୍କୁ ମିଳିବ ରାମ ମନ୍ଦିର ମଡେଲ ଓ ମହାପ୍ରସାଦ
ଏ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, " ମୁଁ ପ୍ରଭୁ ଶ୍ରୀରାମଙ୍କୁ କ୍ଷମା ପ୍ରାର୍ଥନା କରୁଛି । ଶତାବ୍ଦୀ ଶତାବ୍ଦୀ ଧରି ରାମ ମନ୍ଦିର ନିର୍ମାଣରେ ବିଳମ୍ବ ହୋଇଥିଲା । ଆମ ତ୍ୟାଗ, ଉଦ୍ୟମ ଓ ବଳିଦାନରେ କେଉଁଠି ନା କେଉଁଠି ଅଭାବ ରହିଯାଇଥିଲା । ହେଲେ ଆଜି ସେହି ବର୍ଷ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ରାମଲାଲା ତାଙ୍କ ଆସନରେ ବିରାଜି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମୋର ବିଶ୍ବାସ ଆଜି ରାମଲାଲା ଆମ ସମସ୍ତଙ୍କୁ କ୍ଷମା ପ୍ରଦାନ କରିବେ । ଆଉ ରାମଲାଲା ଟେଣ୍ଟ ଭିତରେ ରହିବେ ନାହିଁ, କାରଣ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୨୦୨୪ ଜାନୁଆରୀ ୨୨ ତାରିଖରେ ଦେଶରେ ନୂଆ ସୁରୁଜ ଉଇଁଛି । କ୍ୟାଲେଣ୍ଡରରେ ଏହା କେବଳ ଏକ ତାରିଖ ନୁହେଁ, ବରଂ ଏକ ନୂଆ ସମୟ ଚକ୍ର ।"
ଏହା ବି ପଢନ୍ତୁ- ଜନ୍ମସ୍ଥାନକୁ ଫେରିଲେ ରଘୁନନ୍ଦନ; ଦିବ୍ୟ ରୂପ ଦର୍ଶନ କରି କୃତାର୍ଥ ଭକ୍ତ
ଆଜି ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କ ଉପବାସ ଭଙ୍ଗ କରିଥିଲେ । ଅତି ପବିତ୍ର ୮୪ ସେକେଣ୍ଡର 'ଅଭିଜିତ ମୁହୂର୍ତ୍ତ' ୧୨.୨୯ରୁ ୧୨.୩୦ ମଧ୍ୟରେ ରାମଲାଲାଙ୍କ ଚକ୍ଷୁଦାନ କରାଯାଇଥିଲା । ଏହାରି ସହିତ ଗତ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ମହୋତ୍ସବ ଶେଷ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ