ETV Bharat / bharat

PM Awas Yojana: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରୁଛନ୍ତି କି ? ଜାଣନ୍ତୁ କେଉଁମାନଙ୍କୁ ମିଳିବ ଘର - Pradhan Mantri Awas Yojana

author img

By ETV Bharat Odisha Team

Published : Sep 8, 2024, 3:12 PM IST

PM Awas yojana: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରୁଥିଲେ ଏ ଖବର ଆପଣଙ୍କ ପାଇଁ । କେଉଁମାନେ ଏହି ଯୋଜନା ପାଇଁ ଯୋଗ୍ୟ ? କେଉଁମାନେ ପଡ଼ିବେ ବାଦ ? ଜାଣିବା ପାଇଁ ପଢ଼ନ୍ତୁ

PM Awas yojana
PM Awas yojana (ETV Bharat Odisha)

ହାଇଦ୍ରାବାଦ: ଆପଣ କ'ଣ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପାଇଁ ଆବେଦନ କରିଛନ୍ତି କି ? ଏହି ଯୋଜନାକୁ ନେଇ ଆସିଛି ବଡ଼ ଖବର । କେଉଁମାନଙ୍କୁ ମିଳିବ ଏହି ଯୋଜନାର ଲାଭ ? ଆଉ କେଉଁମାନେ ପଡ଼ିବେ ବାଦ ? ପ୍ରଧାନମନ୍ତ୍ରୀ ଯୋଜନାରେ ଆବେଦନ କରିଥିବା ଲୋକମାନଙ୍କ ସତ୍ୟତା ଯାଞ୍ଚ କରିବା ପାଇଁ ସର୍ଭେ ଆରମ୍ଭ ହୋଇଛି । ଏହି ସର୍ଭେ ପରେ ଯଦି ଏହି ଯୋଜନା ପାଇବା ପାଇଁ କେହି ଅଯୋଗ୍ୟ ହୁଅନ୍ତି ତେବେ ସେମାନଙ୍କ ଆବେଦନ ପତ୍ରକୁ ଖାରଜ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପାଇଁ କେଉଁମାନେ ପ୍ରକୃତ ହିତାଧିକାରି ସେନେଇ ଅନେକ ଲୋକ ନ ଜାଣି ଆବେଦନ କରିଦେଇଥନ୍ତି । ଏହି କାରଣରୁ ସେମାନଙ୍କ ଆବେଦନ ଫର୍ମକୁ ରିଜେକ୍ଟ କରିଦିଆଯାଏ । ଏହି ଯୋଜନାରେ ଘର କରିବା ପାଇଁ ଯୋଗ୍ୟ ହିତାଧିକାରିଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପାଇଁ ଯୋଗ୍ୟ ।

ଏମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଅଯୋଗ୍ୟ:

  • ଯେଉଁ ପରିବାରରେ ୩ ଚକିଆ, ୪ ଚକିଆ ସହ ବଡ ଗାଡ଼ି ଥିବ ।
  • ଯେଉଁମାନଙ୍କର ୩ ଚକିଆ, ୪ ଚକିଆ କୃଷି ଯନ୍ତ୍ରପାତି ଥିବ ।
  • ଯାହାର ୫୦ ହଜାରରୁ ଊର୍ଦ୍ଧ୍ବ ଲିମିଟ କିଷାନ କ୍ରେଡିଟ କାର୍ଡ ଥିବ ।
  • ପରିବାର ମଧ୍ୟରେ ଯଦି କେହି ସରକାରୀ କର୍ମଚାରୀ ଥିବେ ।
  • ଯଦି ପରିବାର ସଦସ୍ୟ ମଧ୍ୟରୁ କେହି ମାସକୁ ୧୫ ହଜାର ଟଙ୍କାରୁ ଅଧିକ ରୋଜଗାର କରୁଥିବେ ।
  • ଯେଉଁମାନେ ଆୟ କର ଭରୁଥିବେ ।
  • ୨.୫ ଏକର ଜଳସେଚିତ ଜମିର ମାଲିକ ହୋଇଥିଲେ ।
  • ଯଦି ପରିବାରର ୫ ଏକର ଅଣ ଜଳସେଚିତ ଜମିଥିବ ।
  • ଯେଉଁମାନେ ବ୍ୟବସାୟିକ କର ଦେଉଥିବେ ।
  • ଯେଉଁ ପରିବାର ଅଣ କୃଷି ଶିଳ୍ପ ଭାରତ ସରକାରଙ୍କ ନିକଟରେ ପଞ୍ଜିକୃତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ମୋଦିଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି; ଗୃହହୀନଙ୍କ ପାଇଁ ଆଉ 3କୋଟି ଘର - 3 Crore Additional PMAY Homes

କେଉଁମାନେ ପାଇବା ପାଇଁ ଯୋଗ୍ୟ:

  • ଯେଉଁମାନଙ୍କର ଘର ନଥିବ ।
  • ଅସହାୟ, ଭିକ୍ଷାବୃତ୍ତି କରୁଥିବା ଲୋକ ।
  • ଆଦିମ ଜନଜାତି ସମୂହ ।
  • ଶ୍ରମିକ ଶ୍ରେଣୀର ଲୋକ ।
  • ସଫେଇ କାର୍ଯ୍ୟ କରୁଥିବା ଶ୍ରମିକ ପରିବାର ।

ଏହା ମଧ୍ୟ ପଢ଼ନ୍ତୁ...ଲକ୍ଷ ଲକ୍ଷ ଲୋକ ପାଇବେ ପକ୍କା ଘର, ବର୍ଷା ଦିନ ପରେ ନନଷ୍ଟପ୍ ଘର ବାଣ୍ଟିବେ ମୋହନ ସରକାର - PM Awas Yojana in Odisha

ଏମାନେ ମଧ୍ୟ ଯୋଜନା ପାଇବାକୁ ଯୋଗ୍ୟ:

ଯେଉଁମାନଙ୍କର ଗୋଟିଏ ଘର ଥିବ । ଏହା ମାଟିଘର ହୋଇଥିବା ଆବଶ୍ୟକ । ପରିବାର ମଧ୍ୟରେ ୧୬ରୁ ୫୯ ବର୍ଷ ବୟସର ବ୍ୟକ୍ତି ନଥିବେ । ଘରର ମୁଖ୍ୟ ମହିଳା ହୋଇଥିବେ, ଯେଉଁ ଘରେ ୧୬ରୁ ୫୯ ବର୍ଷ ବୟସର ବ୍ୟକ୍ତି ନଥିବେ । ଜଣେ ଦିବ୍ୟାଙ୍ଗ ଥିବେ, ପରିବାରରେ ଅନ୍ୟ କେହି ରୋଜଗାର କରୁଥିବା ବ୍ୟକ୍ତି ନଥିବେ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଯେଉଁମାନଙ୍କ ପରିବାରରେ ୨୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଶିକ୍ଷିତ ନଥିବେ । ଭୂମିହୀନ ପରିବାର, ଯେଉଁମାନେ ଶ୍ରମିକ ଶ୍ରେଣୀର ହୋଇଥିବେ ସେମାନେ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ ।

ଏହା ମଧ୍ୟ ପଢ଼ନ୍ତୁ...ବଢିବ ପିଏମ୍ ଆବାସ ଟଙ୍କା; ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି, ଶୌଚାଳୟ ପାଇଁ 20ହଜାର ଟଙ୍କା - PM Awas Yojana in Odisha

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.