ETV Bharat / bharat

ଝାଡଖଣ୍ଡରେ କ୍ରାସ ଲ୍ୟାଣ୍ଡିଂ କଲା ବାୟୁସେନା ଟ୍ରେନିଂ ବିମାନ, ଦୁଇ ପାଇଲଟ ନିଖୋଜ - CRASH LANDING OF TRAINEE PLANE - CRASH LANDING OF TRAINEE PLANE

Plane crash in Jamshedpur: କ୍ରାସ ଲ୍ୟାଣ୍ଡିଂ କଲା ଟ୍ରେନିଂ ବିମାନ । ସର୍ଚ୍ଚ ଅପରେସନ ଆରମ୍ଭ । ବିମାନରେ ଥିଲେ ଦୁଇ ପାଇଲଟ୍ । ଅଧିକ ପଢନ୍ତୁ

କ୍ରାସ ଲ୍ୟାଣ୍ଡିଂ କଲା ଟ୍ରେନିଂ ବିମାନ
କ୍ରାସ ଲ୍ୟାଣ୍ଡିଂ କଲା ଟ୍ରେନିଂ ବିମାନ (ETV Bharat Odisha)
author img

By ETV Bharat Odisha Team

Published : Aug 20, 2024, 6:07 PM IST

Updated : Aug 20, 2024, 8:48 PM IST

ରାଞ୍ଚି: କ୍ରାସ ଲ୍ୟାଣ୍ଡିଂ କଲା ଭାରତୀୟ ବାୟୁ ସେନାର ଟ୍ରେନିଂ ବିମାନ । ଝାଡଖଣ୍ଡ ଜାମସେଦପୁରର ସୋନାରୀ ବିମାନବନ୍ଦରରୁ ବିମାନ ଉଡ଼ାଣ ପରେ ବାୟୁସେନାର ଟ୍ରେନିଂ ବିମାନ କ୍ରାସ ଲ୍ୟାଣ୍ଡିଂ କରିଛି । ବିମାନଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ବିମାନର ଦୁଇ ପାଇଲଟ ନିଖୋଜ ଅଛନ୍ତି । ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ତେବେ ବିମାନର କ୍ରାସ୍ ଲ୍ୟାଣ୍ଡିଂ ସମୟରେ ଉଭୟ ପାଇଲଟ୍ ଇଜେକ୍ଟ କରିଥାଇପାରନ୍ତି ବୋଲି ଆଶା କରାଯାଉଛି । ବର୍ତ୍ତମାନ ଉଭୟଙ୍କ ସନ୍ଧାନରେ ହେଲିକପ୍ଟରର ସହାୟତା ନିଆଯାଉଛି ।

ଦୁଇ ପାଇଲଟ ନିଖୋଜ
ଦୁଇ ପାଇଲଟ ନିଖୋଜ (ETV Bharat Odisha)

ଏହା ବି ପଢନ୍ତୁ- ବ୍ରାଜିଲରେ ଭୟାନକ ବିମାନ ଦୁର୍ଘଟଣା, ଚାଲିଗଲା ୬୨ ଯାତ୍ରୀଙ୍କ ଜୀବନ, କ୍ରାସ୍ ଭିଡିଓ ଭାଇରାଲ - Plane crashes in Brazil

ଦୁର୍ଘଟଣାଗ୍ରସ୍ତ ପ୍ରଶିକ୍ଷଣ ବିମାନଟି ଦିନ 11 ଟା ସମୟରେ ଉଡାଣ ଭରିଥଇଲା । ଉଡାଣର କିଛି ସମୟ ପରେ ଏଟିସି ସହିତ ସମ୍ପର୍କ ନଷ୍ଟ ହୋଇଥିଲା । ଏହା ପରେ ଜାମସେଦପୁର ଏବଂ ସରାଇକେଲା ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ତଦନ୍ତରେ ନିୟୋଜିତ ହୋଇଛନ୍ତି । ବିମାନଟି ଚିହ୍ନଟ ହୋଇଛି । ଜିଜିକା ପଞ୍ଚାୟତର ବାରୁବେରା ନାମକ ଏକ ସ୍ଥାନରୁ ବିମାନର ଧ୍ୱଂସାବଶେଷ ମିଳିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ ଓ ବାୟୁସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି ।

ଏହା ବି ପଢନ୍ତୁ-ବିମାନ ଯାତ୍ରୀଙ୍କ ପାଇଁ ମୃତ୍ୟୁର ଯନ୍ତା ପାଲଟିଛି କାଠମାଣ୍ଡୁ ! ପୁଣି ହେଲିକପ୍ଟର କ୍ରାସ, ୫ ମୃତ - Helicopter Crash in Nepal

ଏହା ବି ପଢନ୍ତୁ- ଟେକଅଫ୍‌ ବେଳେ ରନୱେରେ ପ୍ଲେନ୍ କ୍ରାସ: ଜଳିଗଲେ ୧୮ ଯାତ୍ରୀ, ନେପାଳରେ ବାରମ୍ବାର ବିମାନ ଦୁର୍ଘଟଣା ପଛର ରହସ୍ୟ ! - Nepal Plane crash

ତେବେ ରାଜସ୍ଥାନର ଜୈସଲମେରର ଜିଲ୍ଲା ମୁଖ୍ୟାଳୟଠାରୁ 30 କିଲୋମିଟର ଦୂରରେ ଥିବା ରୋଜାନିର ଧାନି ଜଜିଆ ଗ୍ରାମ ନିକଟରେ ଗତ ଏପ୍ରିଲ ମାସ 25 ତାରିଖରେ ନିୟମିତ ପ୍ରଶିକ୍ଷଣ ସମୟରେ ଭାରତୀୟ ବାୟୁସେନାର ବିମାନ କ୍ରାସ ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ ଓ ବାୟୁସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣା ପରେ ବିମାନଟିରେ ନିଆଁ ଲାଗିଯାଇଥିଲା । ଏହା ଜଜିଆ ଗ୍ରାମରେ ପଡିବା ପରେ ନିଆଁକୁ ଆୟତ କରିତିଲା ଅଗ୍ନିଶମ ବିଭାଗ । ବିମାନଟି ମାନବବିହୀନ ଅଟେ ଯାହା, ଗୁପ୍ତଚର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ବ୍ୟବହୃତ ହୋଇଥାଏ । କେଉଁ କାରଣରୁ ବିମାନଟି ଦୁର୍ଘଟଣାର ଶିକାର ହେଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରାଯାଇଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ବିମାନଟି ମାନବହିନ ହୋଇଥିବା ବେଳେ ରିମୋଟ ଦ୍ବାରା ପରିଚାଳିତ ହୋଇଥାଏ ।

Last Updated : Aug 20, 2024, 8:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.