ETV Bharat / bharat

‘କଚ୍ଚାତିବୁ ପ୍ରସଙ୍ଗରେ ତାମିଲନାଡୁବାସୀ ସତ ଜଣିବା ଉଚିତ’ - Kachchatheevu island row - KACHCHATHEEVU ISLAND ROW

Jaishankar slams DMK over Kachchatheevu island issue: କଚ୍ଚାତିବୁ ଦ୍ବୀପ ହସ୍ତାନ୍ତର ପ୍ରସଙ୍ଗରେ କଂଗ୍ରେସ ଓ ଡିଏମକେକୁ ଟାର୍ଗେଟ କଲେ ଜୟଶଙ୍କର । କହିଲେ ତାମିଲନାଡୁବାସୀ ସତ ଜଣିବା ଉଚିତ । ଅଧିକ ପଢନ୍ତୁ

‘କଚ୍ଚାତିବୁ ପ୍ରସଙ୍ଗରେ ତାମିଲନାଡୁ ବାସୀ ସତ ଜଣିବା ଉଚିତ’

author img

By ETV Bharat Odisha Team

Published : Apr 4, 2024, 10:17 PM IST

ନୂଆଦିଲ୍ଲୀ/ଥିରୁଅନନ୍ତପୁରମ : ନିର୍ବାଚନୀ ମୋହଲକୁ ସରଗରମ କରୁଛି କଚ୍ଚାତିବୁ ଦ୍ବୀପ ହସ୍ତାନ୍ତର ପ୍ରସଙ୍ଗ । ଆଜି ବିଦେଶ ମନ୍ତ୍ରୀ ଜୟଶଙ୍କର ତାମିଲନାଡୁ ସରକାରଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ତାଙ୍କୁ ଏକାଧିକ ଥର ଏହି ପ୍ରସଙ୍ଗରେ ଚିଠି ଲେଖି ସାରିଛନ୍ତି । ସର୍ବଦା ମତ୍ସ୍ୟଜୀବୀଙ୍କ ସୁରକ୍ଷା ଓ ଉନ୍ନତିର କଥା କହୁଥିବା ଡିଏମକେ ସେତେବେଳେ ଶାସନରେ ଥିବା ସମୟରେ ଏହି ଦ୍ବୀପ ହସ୍ତାନ୍ତର ଚୁକ୍ତିନାମା ହୋଇଥିଲା । କେନ୍ଦ୍ରରେ କଂଗ୍ରେସ ଶାସନରେ ଥିଲା ଓ ରାଜ୍ୟରେ ଡିଏମକେ ଶାସନରେ ଥିଲା । ମାତ୍ର ଏହି ବୁଝାମଣାକୁ ଗୁପ୍ତ ରଖିବା ପାଇଁ ତତ୍କାଳୀନ ଡିଏମକେ ସରକାର ଠିକ ମନେ କରିଥିଲେ । ଏବେ ଏହି ପ୍ରସଙ୍ଗ ମତ୍ସ୍ୟଜୀବୀଙ୍କ ସମସ୍ୟା ବଢାଇଛି । ଏହି ପ୍ରସଙ୍ଗରେ ସତ କ’ଣ ରଜ୍ୟବାସୀ ଜାଣିବା ଉଚିତ ବୋଲି ଜୟଶଙ୍କର କହିଛନ୍ତି ।

ଆଜି କେନ୍ଦ୍ରମନ୍ତ୍ରୀ ତଥା କେରଳ ରାଜଧାନୀ ଥିରୁଅନନ୍ତପୁରମରୁ ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖରଙ୍କ ପାଇଁ ପ୍ରଚାର କରିଛନ୍ତି ଜୟଶଙ୍କର । ଗଣମାଧ୍ୟମର ଏହି ପ୍ରସଙ୍ଗ ସମ୍ପର୍କିତ ପ୍ରଶ୍ନରେ ସେ କହିଛନ୍ତି, ‘‘ଏବେ ଷ୍ଟାଲିନ ସରକାର ବାରମ୍ବାର ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇ କେନ୍ଦ୍ର ସରକାରଙ୍କୁ ଦାୟୀ କରୁଛି । ବର୍ତ୍ତମାନ ଯଦି ଏହା ଏତେ ବଡ ପ୍ରସଙ୍ଗ ଓ ଏଥିପାଇଁ ଡିଏମକେ କେନ୍ଦ୍ରକୁ ଦାୟୀ କରିଆସୁଛି, ତେବେ ମୁଁ ଭାବୁଛି ତାମିଲନାଡୁ ରାଜ୍ୟବାସୀ ସତ୍ୟ ଜାଣିବା ଉଚିତ୍ । ଏହା କିପରି ଘଟିଲା ? ସେତେବେଳେ ତତ୍କାଳୀନ କେନ୍ଦ୍ରର କଂଗ୍ରେସ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରୁଥିଲେ । ସେମାନେ ତତ୍କାଳୀନ ରାଜ୍ୟ ସରକାରଙ୍କ ସହିତ ପରାମର୍ଶ ମଧ୍ୟ କରିଥିଲେ । ସେତେବେଳେ ରାଜ୍ୟରେ ଡିଏମକେ ଶାସନ ଥିଲା । କିନ୍ତୁ, ଏହି ବୁଝାମଣା ସମ୍ପର୍କରେ ଜାଣି ମଧ୍ୟ ଏହାକୁ ଗୁପ୍ତ ରଖାଯାଇଥିଲା । ସବୁବେଳେ ମତ୍ସ୍ୟଜୀବୀଙ୍କ କଥା କହୁଥିବା ଡିଏମକେ ଏହାକୁ କାହିଁକି ଗୋପନୀୟ ରଖିଲା, ତାହା ସମସ୍ତ ରାଜ୍ୟବାସୀ ଜାଣିବା ଉତିତ ।’’

ଏହା ମଧ୍ୟ ପଢନ୍ତୁ :- ଚର୍ଚ୍ଚାରେ ଭଗତ ସିଂ ଓ ଆମ୍ବେଦକରଙ୍କ ଫଟୋ ମଝିରେ କେଜ୍ରିଓ୍ବାଲଙ୍କ ଫଟୋ - Kejriwal picture row

ତେବେ ଗତକିଛି ଦିନ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ତମାମ ବିଜେପି ନେତା ଏହି ପ୍ରସଙ୍ଗକୁ ଭାରତୀୟ ଅଖଣ୍ଡତା ଓ ସୁରକ୍ଷା ସହ ଯୋଡି କଂଗ୍ରେସକୁ କ୍ରମାଗତ ଟାର୍ଗେଟ କରିବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରେ ଜୟଶଙ୍କର ମଧ୍ୟ ଏହି ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ତାମିଲନାଡୁରେ ଶାସନରେ ଥିବା ଡିଏମକେକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ପାଲଟା ବିଜେପିକୁ ଟାର୍ଗେଟ କରିଛି । 2015ରେ ଏକ ଆରଟିଆଇ ତଥ୍ୟରେ ବିଜେପି ସରକାର ଏହି ଦ୍ବୀପ ଶ୍ରୀଲଙ୍କାର ଏକ ଅଂଶ ବୋଲି ଗ୍ରହଣ କରିଥିବା କହିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦାମ୍ବରମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.