ETV Bharat / bharat

ଯୁବକଙ୍କ ଅଜବ କାରନାମା, ଶରୀର ମଜବୁତ କରିବାକୁ ଗିଳିଲେ ୩୯ଟି କଏନ ଓ ୩୭ ଖଣ୍ଡ ଚୁମ୍ବକ - ଯୁବକ ଗିଳିଛି କଏନ

Patient swallowed 39 coins: ୨୬ ବର୍ଷୀୟ ଯୁବକ ଶରୀର ମଜବୁତ ହେବା ପାଇଁ ଗିଳିଲେ ୩୯ଟି କଏନ ଓ ୩୭ ଖଣ୍ଡ ଚୁମ୍ବକ । କଏନରେ ଜିଙ୍କ ଥିବା ଜାଣି ସେ ନିୟମିତ କଏନ ଖାଇବା ଆରମ୍ଭ କରିଥିଲ । ଅଧିକ ପଢନ୍ତୁ

ଯୁବକଙ୍କ ଉନ୍ମୁକ୍ତ କାଣ୍ଡ, ଶରୀର ମଜବୁତ ହେବା ପାଇଁ ଗିଳିଲେ ୩୯ଟି କଏନ ଓ ୩୭ ଖଣ୍ଡ ଚୁମ୍ବକ

author img

By ETV Bharat Odisha Team

Published : Feb 28, 2024, 8:10 AM IST

ନୂଆଦିଲ୍ଲୀ: କଏନ ଗିଳି ଯୁବକ ଅସୁସ୍ଥ । କେବଳ କଏନ ନୁହଁ ତା ସହିତ ଗିଳିଛନ୍ତି ଚୁମ୍ବକ । ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଗୋଟେ କି ଦୁଇଟା ନୁହଁ ମୋଟ ୩୯ଟି କଏନ ଗିଳିଥିଲେ ୨୬ ବର୍ଷୀୟ ଯୁବକ ଜଣକ । ଏହା ସହ ଗିଳିଥିଲେ ୩୭ଟି ଚୁମ୍ବକ ଖଣ୍ଡ । ସୂଚନା ଅନୁଯାୟୀ ଯୁବକ ଜଣକ ମାନସିକ ରୋଗୀ ଅଟନ୍ତି ଏବଂ ତାଙ୍କୁ କଏନ ଗିଳିବାର ବଦଭ୍ୟାସ ରହିଛି । କିଛି ଦିନ ତଳେ ଯୁବକଙ୍କୁ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହସ୍ପିଟାଲର ଲାପାରୋସ୍କୋପିକ୍ ସର୍ଜନ ଡାକ୍ତର ତରୁଣ ମିତ୍ତଲ କହିଛନ୍ତି ଯେ ଉକ୍ତ ଯୁବକଙ୍କ ସମ୍ପର୍କୀୟ ମାନେ ଯୁବକଙ୍କ ଏକ୍ସରେ ଆଣିଥିଲେ । ସେହି ଏକ୍ସରେ କଏନ ଭଳି କିଛି ବସ୍ତୁ ଦେଖାଯାଉଥିଲା । ଏହାପରେ ଡାକ୍ତରୀ ପରାମର୍ଶରେ ଯୁବକଙ୍କ ପେଟର ସିଟି ସ୍କାନ କରାଯାଇଥିଲା । ସେଥିରେ କଏନ ଓ ଚୁମ୍ବକର ଅତ୍ୟଧିକ ବୋଝ ଫଳରେ ଯୁବକଙ୍କ ଅନ୍ତରେ ବାଧା ସୃଷ୍ଟି ହୋଇଥିବାର ଦେଖାଯାଇଥିଲା । ଏହାପରେ ଯୁବକଙ୍କୁ ସର୍ଜରୀ କରାଯାଇଥିଲା । ସର୍ଜରୀ କରିବା ସମୟରେ ଜଣା ପଡିଥିଲା ଯେ ଚୁମ୍ବକ ଓ କଏନ କ୍ଷୁଦ୍ରାନ୍ତ୍ରର ୨ଟି ଅଲଗା ଅଲଗା ଲୁପ୍ ମଧ୍ୟରେ ଫସିଯାଇଥିଲା । ଚୁମ୍ବକୀୟ ପ୍ରଭାବ ଫଳରେ ଏହି ଦୁଇଟି ଲୁପ ପରସ୍ପର ପ୍ରତି ଟାଣି ହୋଇରହିଥିଲା ଯାହା ଫଳରେ ଏହାକୁ ନଷ୍ଟ କରିବା ଆରମ୍ଭ କରିଦେଇଥିଲା ।

ଏହା ମଧ୍ୟ ପଢନ୍ତୁ ... ମହଙ୍ଗା ପଡିଲା ଅଜବ ସଉକ, ଯୁବକଙ୍କ ପେଟରୁ ବାହାରିଲା ୨ ଫୁଟର ଲୁହା ବେଲଣା

ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ ଏବଂ ସେହି ସମୟରେ ରୋଗୀର ପେଟରୁ ଏକ ଟଙ୍କିଆ, ଦୁଇ ଟଙ୍କିଆ ଓ ପାଞ୍ଚ ଟଙ୍କିଆ କଏନ ମିଶାଇ ୩୯ଟି କଏନ ବାହାର କରାଯାଇଥିଲା । ରୋଗୀକୁ ସଠିକ ଉପଚାର ପରେ ସାତ ଦିନ ପରେ ହସ୍ପିଟାଲରୁ ଘରକୁ ଫେରିଥିଲେ । ଡାକ୍ତରଙ୍କ କହିବା ମୁତାବକ, ଯୁବକ ଜଣକ ମାନସିକ ରୋଗୀ ଅଟନ୍ତି । ସେ କେଉଁଠି ପଢିଥିଲେ ଯେ ଶରୀର ପାଇଁ ଜିଙ୍କର ଆବଶ୍ୟକତା ରହିଛି । ଏହା ପରେ କଏନରେ ଜିଙ୍କ ଥିବା ଜାଣି ସେ ନିୟମିତ କଏନ ଖାଇବା ଆରମ୍ଭ କରିଥିଲେ । ଏହା ଦ୍ବାରା ତାର ଶରୀର ମଜବୁତ ହେବ ବୋଲି ଅନ୍ଧବିଶ୍ବାସ ରହିଥିଲା । ସେହିପରି କଏନ ଗୁଡିକୁ ଶରୀର ବାହାରକୁ ନ ବାହାର କରିବା ପାଇଁ ଚୁମ୍ବକ ଗିଳିଥିଲେ ଯୁବକ । ଯାହାଦ୍ବାରା କଏନରୁ ଜିଙ୍କ୍ କୁ ଶରୀର ମଧ୍ୟରେ ଅବଶୋଷିତ କରେଇବାରେ ସହାୟକ ହେବ ବୋଲି ଯୁବକଙ୍କ ଭ୍ରାନ୍ତ ଧାରଣା ରହିଥିଲା ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.