ETV Bharat / bharat

ବିଜ୍ଞାପନ ବିବାଦ: ପତଞ୍ଜଳିର ସାର୍ବଜନୀନ କ୍ଷମାପ୍ରାର୍ଥନା, ସୁପ୍ରିମକୋର୍ଟରେ ପହଞ୍ଚିଲେ ରାମଦେବ - Patanjali Misleading Ad Case - PATANJALI MISLEADING AD CASE

Patanjali Misleading Ad Case: ସୁପ୍ରିମକୋର୍ଟରେ ପହଞ୍ଚିଲେ ରାମଦେବ ଓ ବାଳକୃଷ୍ଣ । ଆରମ୍ଭ ହେଲା ପତଞ୍ଜଳି ବିଜ୍ଞାପନ ମାମଲାର ଶୁଣାଣି । ଖବର କାଗଜରେ ପ୍ରକାଶିତ ହେଲା ସଂସ୍ଥାର ସାର୍ବଜନୀନ କ୍ଷମାପ୍ରାର୍ଥନା । ଅଧିକ ପଢନ୍ତୁ

Etv Bharatବିଜ୍ଞାପନ ବିବାଦ: ପତଞ୍ଜଳିର ସାର୍ବଜନୀନ କ୍ଷମାପ୍ରାର୍ଥନା, ସର୍ବୋଚ୍ଚକୋର୍ଟରେ ପହଞ୍ଚିଲେ ରାମଦେବ

author img

By ETV Bharat Odisha Team

Published : Apr 23, 2024, 11:59 AM IST

ନୂଆଦିଲ୍ଲୀ: ପତଞ୍ଜଳି ଆର୍ୟୁବେଦ କମ୍ପାନୀର ଭ୍ରମାତ୍ମକ ବିଜ୍ଞାପନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ସଂସ୍ଥା ମୁଖ୍ୟ ଯୋଗଗୁରୁ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ମଧ୍ୟ କୋର୍ଟରେ ହାଜର ହୋଇସାରିଛନ୍ତି । ଏହା ପୂର୍ବରୁ ସଂସ୍ଥା ଏକ ସାର୍ବଜନୀନ କ୍ଷମାପ୍ରାର୍ଥନା କରିଛି । ଏହି କ୍ଷମାପ୍ରର୍ଥନା ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି । କମ୍ପାନୀର ବିଭିନ୍ନ ଉତ୍ପାଦ ସମ୍ପର୍କରେ ଏହି ଭ୍ରମାତ୍ମକ ବିଜ୍ଞାପନ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ମଧ୍ୟ କୋର୍ଟ ଏହି ମାମଲାର ଶୁଣାଣି କରି ରାମଦେବ ଓ ବାଳକୃଷ୍ଣଙ୍କୁ ସମାଲୋଚନା କରିସାରିଛନ୍ତି । ଆଜିର ଶୁଣାଣି ଓ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ସମଗ୍ର ନଜର ରହିଛି ।

ସଂସ୍ଥା ଦ୍ବାରା ଜାରି କରାଯାଇଥିବା ଏହି ସାର୍ବଜନୀନ କ୍ଷମାପ୍ରାର୍ଥନା କିଛି ଜାତୀୟ ଖବର କାଗଜରେ ପ୍ରକାଶିତ କରାଯାଇଛି । ତେବେ ରାମଦେବ ନିଜ ଓକିଲଙ୍କ ଜରିଆରେ ସର୍ବୋଚ୍ଚ କୋର୍ଟରେ ଉତ୍ତର ରଖିବା ପରେ ମଧ୍ୟ ବିଭିନ୍ନ ସଂସ୍ଥାରେ ପତଞ୍ଜଳି ବିଜ୍ଞାପନ ପ୍ରକାଶ ହେବା କାରଣରୁ କୋର୍ଟ ଉଦବେଗ ପ୍ରକାଶ କରିଥିଲେ । ଏହି ସମ୍ପର୍କରେ ସାର୍ବଜନୀନ କ୍ଷମାପ୍ରାର୍ଥନାରେ ସଂସ୍ଥା କହିଛି ଯେ, ‘‘ଆମେ କୋର୍ଟଙ୍କ ନିର୍ଦ୍ଦେଶ ଓ ଗାରିମା ବଜାୟ ରଖିବା ପାଇଁ ପୁରା ପ୍ରତିବଦ୍ଧ । ଆମ ଓକିଲଙ୍କ ମାଧ୍ୟମରେ କୋର୍ଟଙ୍କ ନିକଟରେ ଉତ୍ତର ରଖିବା ପରେ ମଧ୍ୟ ବିଜ୍ଞାପନ ପ୍ରକାଶିତ କରିବା ଓ ପ୍ରେସମିଟ କରିବା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ । ଏପରି କାର୍ଯ୍ୟକଳାପ ସମ୍ପର୍କରେ ଆମେ ଆଗକୁ ଯତ୍ନବାନ ହେବୁ ।’’

ଏହା ମଧ୍ୟ ପଢନ୍ତୁ :- ତିହାର ଜେଲରେ କେଜ୍ରିୱାଲଙ୍କୁ ଦିଆଗଲା ଇନସୁଲିନ୍ - Kejriwal given insulin

ଏଠାରେ ସୂଚନାଯୋଗ୍ୟ ଯେ, ଯୋଗଗୁରୁ ରାମଦେବଙ୍କ ନିୟନ୍ତ୍ରଣରେ ଥିବା ପତଞ୍ଜଳି ବିଭିନ୍ନ ପ୍ରକାର ଆର୍ୟୁବେଦ ସାମଗ୍ରୀ ଉତ୍ପାଦନ ଓ ବିକ୍ରି କରୁଛି । ତେବେ ଲାଇଇ ଷ୍ଟାଇଲ, ସ୍ବାସ୍ଥ୍ୟ ଓ ଖାଦ୍ୟ ସାମଗ୍ରୀ ପରି ବିଭିନ୍ନ ଉତ୍ପାଦରେ ଭ୍ରମାତ୍ମକ ବିଜ୍ଞାପନ ଜାରି କରାଯାଉଥିବା ଭାରତୀୟ ମେଡିକାଲ ସଂଘ ପ୍ରଥମେ ପତଞ୍ଜଳି ବିରୋଧରେ ଅଭିଯୋଗ କରିଥିଲା । ଏହି ମାମଲାରେ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ପୂର୍ବରୁ ମଧ୍ୟ କୋର୍ଟରେ ହାଜର ହୋଇସାରିଛନ୍ତି । ଉଭୟଙ୍କୁ କୋର୍ଟ ଭର୍ତ୍ସନା କରିଥିଲେ । କ୍ଷମା ପ୍ରାର୍ଥନାକୁ ଗ୍ରହଣ ମଧ୍ୟ କରିନଥିଲେ କୋର୍ଟ । ଆଜି ରାମଦେବ ମଧ୍ୟ ଶୁଣାଣିରେ ହାଜର ହୋଇଛନ୍ତି । ଆଜିର ରାୟ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.