ETV Bharat / bharat

ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲା, କ୍ଷମା ମାଗିଲେ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ - Patanjali Misleading Ads Case - PATANJALI MISLEADING ADS CASE

Patanjali Misleading Ads Case: ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲେ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ । ଭବିଷ୍ୟତରେ ଏପରି ବିଜ୍ଞାପନ ଦିଆଯିବ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ । ଅଧିକ ପଢନ୍ତୁ

Patanjali Misleading Ads Case
Patanjali Misleading Ads Case
author img

By ETV Bharat Odisha Team

Published : Mar 21, 2024, 3:09 PM IST

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ବାବାଙ୍କ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ମାମଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ଷମା ମାଗିଲେ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ । ତାଙ୍କ କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ପତଞ୍ଜଳିକୁ ବୁଧବାର ନୋଟିସ ପଠାଇଥିଲେ ସୁପ୍ରିମକୋର୍ଟ । ସତ୍ୟପାଠରେ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି ଯେ, ନଭେମ୍ବର 21, 2023ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ କପିରେ ଲିପିବଦ୍ଧ ହୋଇଥିବା ବିବୃତ୍ତି ଉଲ୍ଲଂଘନ ପାଇଁ ମୁଁ ସର୍ବୋଚ୍ଚ ଅଦାଲତଙ୍କୁ କ୍ଷମା ପ୍ରାର୍ଥନା କରୁଛି ।

ଏହା ମଧ୍ୟ ପଢନ୍ତୁ-ନେପାଳକୁ ଅଣ ବାସୁମତି ଚାଉଳ ପଠାଇବ ପତଞ୍ଜଳୀ; ଅନୁମତି ଦେଲେ ସରକାର

ସେ ଆହୁରି ମଧ୍ୟ କହିଛନ୍ତି, "ଆଇନ ଶୃଙ୍ଖଳା ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ଭବିଷ୍ୟତରେ ଏପରି ବିଜ୍ଞାପନ ଦିଆଯିବ ନାହିଁ । ମୋର ଉଦ୍ଦେଶ୍ୟ କେବଳ ଦେଶର ନାଗରିକଙ୍କ ଜୀବନଶୈଳୀ ସମ୍ବନ୍ଧିତ ରୋଗ ଦୂର ପାଇଁ ଆମ କମ୍ପାନୀର ଔଷଧ ସେବନ କରି ସୁସ୍ଥ ଜୀବନ ପାଇଁ ଉତ୍ସାହିତ କରିବା । ଏଥିସହ ଆୟୁର୍ବେଦିକ ଅନୁସନ୍ଧାନରେ ପ୍ରସ୍ତୁତ ସାମଗ୍ରୀର ବ୍ୟବହାରକୁ ଗୁରୁତ୍ୱ ଦେବା ।" ସୁପ୍ରିମକୋର୍ଟଙ୍କ ନିକଟରେ ଆଜି ଏହି ସତ୍ୟପାଠ ଦାଖଲ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ପତଞ୍ଜଳିକୁ କୋରୋନିଲ ବିଜ୍ଞାପନ ନ କରିବାକୁ ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ-ରାମଦେବଙ୍କ ବନାଇଥିଲେ ଆପତ୍ତଜନିକ ପୋଷ୍ଟର, ୨ଜଣଙ୍କ ବିରୋଧରେ ଏତଲା

ଆଇଏମଏ ପତଞ୍ଜଳି ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା । ଏହାପରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଅବମାନନା ନୋଟିସ ପଠାଇଥିଲେ ସୁପ୍ରିମକୋର୍ଟ । କିନ୍ତୁ ଏହାର କୌଣସି ଉତ୍ତର ନଦେବାରୁ ଆସନ୍ତା ଏପ୍ରିଲ 2 ତାରିଖରେ କୋର୍ଟରେ ହାଜର ହେବାକୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ନେଟିସ ଦିଆୟାଇଥିଲା । ରାମଦେବ ବାବା କୋଭିଡ ଟୀକାକରଣ ଅଭିଯାନ ଓ ଏଲୋପାଥି ଔଷଧ ବିରୋଧରେ ଅଭିୟାନ ଚଲାଇଥିବା ଅଭିଯୋଗ ହୋଇଥିଲା । ପତଞ୍ଜଳି ଦେଇଥିବା ବିଜ୍ଞାପନରେ ବିପି, ସୁଗାର, ଆଜମା ଏବଂ ଅନେକ ରୋଗକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିବାକୁ ଦାବି କରାଯାଇଥିଲା । ମଙ୍ଗଳବାର ଦିନ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ପତଞ୍ଜଳି ଆୟୁର୍ବେଦ ଏବଂ ବାଲକୃଷ୍ଣଙ୍କୁ ଦିଆଯାଇଥିବା କୋର୍ଟ ନୋଟିସରେ ଜବାବ ଦାଖଲ ନ କରିବାରୁ ଆପତ୍ତି ପ୍ରକାଶ କରିଥିଲେ । 2022 ମସିହାରେ ରାମଦେବଙ୍କ ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.