ETV Bharat / bharat

ଭାରତରେ ହେଲା ପାକିସ୍ତାନ ଝିଅର ହାର୍ଟ ଟ୍ରାନ୍ସପ୍ଲାଣ୍ଟ, 10ବର୍ଷ ସଂଘର୍ଷ ପରେ ନୂଆ ଜୀବନ - Pakistani Girl heart transplant - PAKISTANI GIRL HEART TRANSPLANT

Pakistani Girl heart transplant in Delhi: ଭାରତରେ ପାକିସ୍ତାନ ଝିଅ ପାଇଲେ ନୂଆ ଜୀବନ । ଚେନ୍ନାଇରେ ହେଲା ପାକିସ୍ତାନ ଯୁବତୀଙ୍କ ହାର୍ଟ ଟ୍ରାନ୍ସପ୍ଲାଣ୍ଟ । ଅଧିକ ପଢନ୍ତୁ

Pakistani Girl heart transplant in Delhi

author img

By ETV Bharat Odisha Team

Published : Apr 25, 2024, 1:17 PM IST

ହାଇଦ୍ରାବାଦ: ପାକିସ୍ତାନ ଝିଅକୁ ଦିଲ୍ଲୀରୁ ମିଳିଲା ଦିଲ୍ । ଚେନ୍ନାଇରେ ହେଲା ହାର୍ଟ ଟ୍ରାନ୍ସପ୍ଲାଣ୍ଟ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ହୃଦୟର ନିକଟତର ବୋଲି ଅନେକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ଯୁବତୀର ନାମ ଆୟେଶା ରଶନ । ଚେନ୍ନାଇର ଏମଜିଏମ ହେଲ୍‌ଥ କେୟାରରେ ତାଙ୍କର ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ରହିଥିବା ଜଣାପଡିଛି ।

ସୂଚନା ଅନୁସାରେ, କରାଚିରେ ରହୁଥିବା 19 ବର୍ଷୀୟ ଯୁବତୀ ଅସୁସ୍ଥତା କାରଣରୁ ହାର୍ଟରେ ସମସ୍ୟା(ହୃଦଘାତ) ଦେଖାଯାଇଥିଲା । ତେବେ ଏନେଇ ପରିବାର ଲୋକେ ଅନେକ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ତାଙ୍କୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ କୁହାଯାଇଥିଲା । ବର୍ତ୍ତମାନ ସେ ଭାରତରେ ମାଗଣାରେ ତାଙ୍କର ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି । ଏହାପରେ ସେ ଏକ ନୂଆ ଜୀବନ ପାଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ହୃଦଘାତ ପରେ ଆୟେଶା ରଶନଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ତାଙ୍କର ହାର୍ଟ ବଲ୍‌ବରେ ଲିକେଜ ହୋଇଥିଲା । ଏହି କାରଣରୁ ତାଙ୍କୁ ଟ୍ରାନ୍ସପ୍ଲାଣ୍ଟ କରିବାର ଆବଶ୍ୟକତା ରହିଥିଲା । ତେବେ ଟ୍ରାନ୍ସପ୍ଲାଣ୍ଟ ସଫଳ ହେବା ପରେ ଆୟେଶାଙ୍କ ପରିବାର ଲୋକେ ଚେନ୍ନାଇର ଏମଜିଏମ ହେଲଥ କେୟାର ଏବଂ ମେଡିକାଲ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ଆୟେଶାଙ୍କର ଅବସ୍ଥାରେ ସୁଧାର ଆସୁଥିବା ବେଳେ ସେ ଖୁବଶୀଘ୍ର କରାଚି ଫେରିବେ ।

ଏହା ମଧ୍ୟ ପଢନ୍ତୁ: National Heart Transplantation Day: ଏହି ଦିନ ପ୍ରଥମେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା, ସଚେତନତା ଲକ୍ଷ୍ୟ

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆୟଶା ଫେସନ ଡିଜାଇନର ପାଠ ପଢିବାକୁ ଚାହୁଁଥିଲେ । ତେବେ ଟ୍ରାନ୍ସପ୍ଲାଣ୍ଟ କରିବା ପରେ ସେ କହିଛନ୍ତି, ଟ୍ରାନ୍ସପ୍ଲାଣ୍ଟ ପରେ ମୁଁ ପୂର୍ବ ଅପେକ୍ଷା ଭଲ ଅନୁଭବ କରୁଛି । ଟ୍ରଷ୍ଟ ଏବଂ ଡାକ୍ତରଙ୍କ ସହଯୋଗ ବିନା ଅସ୍ତ୍ରୋପଚାର ସମ୍ଭବ ନୁହେଁ ବୋଲି କହିଛନ୍ତି ତାଙ୍କ ପରିବାର । ରିପୋର୍ଟ ଅନୁସାରେ, ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଅତି କମ୍‌ରେ 35 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଆୟେଶା ରାଶନଙ୍କ କ୍ଷେତ୍ରରେ ଅସ୍ତ୍ରୋପଚାର ପାଇଁ ସମ୍ପୂର୍ଣ୍ଣ ବିଲ୍ ଡାକ୍ତର ଏବଂ ଟ୍ରଷ୍ଟ ପ୍ରଦାନ କରିଥିଲେ ।

ଦିଲ୍ଲୀରୁ ଗଲା ଦିଲ୍: ଇନଷ୍ଟିଚ୍ୟୁଟ୍ ଅଫ୍ ହାର୍ଟ ଏବଂ ଫୁସଫୁସ ଟ୍ରାନ୍ସପ୍ଲାଣ୍ଟର ନିର୍ଦ୍ଦେଶକ ଡାକ୍ତର କେ ଆର ବାଲାକ୍ରିଷ୍ଣନ କହିଛନ୍ତି, ଆୟେଶା ଜଣେ ଲକି ପର୍ସନ । ଅଳ୍ପ ସମୟ ମଧ୍ୟରେ ହାର୍ଟର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ହାର୍ଟକୁ ଦିଲ୍ଲୀରୁ ଚେନ୍ନାଇକୁ ନିଆଯାଇଥିଲା । ଆୟେଶା ମୋ ପାଇଁ ଝିଅ ପରି ଅଟେ । ପ୍ରତ୍ୟେକ ଜୀବନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.