ETV Bharat / bharat

ହୃଦୟ ବିଦାରକ ! ବର୍ଷକର ଶିଶୁକୁ ଝୁଣି ଖାଇଲେ ବୁଲା କୁକୁର

author img

By ETV Bharat Odisha Team

Published : Feb 2, 2024, 1:02 PM IST

Boy dies in stray dogs attack: ବୁଲା କୁକୁର ଆକ୍ରମଣରେ ବର୍ଷକର ଶିଶୁପୁତ୍ରର ମୃତ୍ୟୁ । ତେଲେଙ୍ଗାନାରୁ ସାମ୍ନାକୁ ଆସିଛି ଏହି ହୃଦୟ ବିଦାରକ ଘଟଣା । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ତେଲେଙ୍ଗାନାରେ ହୃଦୟ ବିଦାରକ ଘଟଣା । ବର୍ଷକର ଶିଶୁପୁତ୍ରକୁ ଝୁଣି ଝୁଣି ମାରିଦେଲେ ବୁଲା କୁକୁର । କୋମଳ ଶିଶୁଟି ନିଜ ବାପା ସହ କୁଡିଆରେ ଶୋଇଥିବା ବେଳେ ବୁଲା କୁକୁର ପଲ ତାକୁ ଟାଣି ନେଇ ଝୁଣି ଖାଇଛନ୍ତି । ଗୁରୁବାର ସକାଳେ ରଙ୍ଗାରେଡ୍ଡି ଜିଲ୍ଲାର ଶମଶଦାବାଦ ସହରରେ ଏହି ସମ୍ବେଦନଶୀଳ ଘଟଣା ଘଟିଛି । କୁକୁର ଆକ୍ରମଣରେ ନିରୀହ ଶିଶୁଟିର ଜୀବନ ଚାଲିଯାଇଛି । ତେବେ ଗତ ବର୍ଷ ମାର୍ଚ୍ଚରୁ ସହରରେ ବୁଲା କୁକୁର ଆକ୍ରଣରେ ଏହା ହେଉଛି ନବମ ଘଟଣା ।

ପୋଲିସ ସୂଚନା ମୁତାବକ, ସୂର୍ଯ୍ୟକୁମାର ନାମକ ବ୍ୟକ୍ତି ନିଜର ପତ୍ନୀ ୟଦମ୍ମା ଓ ବର୍ଷକର ପୁଅ ନାଗାରାଜୁ ସହ ଶମଶଦାବାଦରେ ରହୁଥିଲେ । ତାଙ୍କ ଘର ମହେବୁବନଗର ଜିଲ୍ଲାରେ ହୋଇଥିବା ବେଳେ ସେ ଏଠି ଶ୍ରମିକ ଭାବେ କାମ କରୁଥିଲେ । ସୂର୍ଯ୍ୟକୁମାରଙ୍କ ପତ୍ନୀ ଗର୍ଭବତୀ ଥିଲେ । ପ୍ରସବ ପାଇଁ ସେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବୁଧବାର ରାତିରେ ସୂର୍ଯ୍ୟକୁମାର ବର୍ଷକର ପୁଅ ସହ ନିଜ କୁଡିଆ ଘରେ ଥିଲେ । ରାତିରେ ଶିଶୁ କାନ୍ଦିବାରୁ ସେ ତାଙ୍କୁ କ୍ଷୀର ପିଆଇ ଶୁଆଇ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ୧୦ ବର୍ଷର ନାବାଳକକୁ ଝୁଣି ମାରିଲେ ବୁଲା କୁକୁର

ଏହା ମଧ୍ୟ ପଢନ୍ତୁ: ନିଜାମ ସହରରେ ଆତଙ୍କ ଖେଳାଇଛନ୍ତି କୁକୁର, ଦାୟୀ କିଏ ?

ସକାଳେ ନିଦ ଭାଙ୍ଗି ବେଳକୁ ପୁଅ ପାଖରେ ନଥିଲା । ବାହାରକୁ ଆସିବାରୁ ଦଳେ ବୁଲା କୁକୁର ପୁଅକୁ ଟାଣି ନେଇ ଝୁଣି ଖାଉଥିବାର ସେ ଦେଖିବାକୁ ପାଇଥିଲେ । ଏହାଦେଖି ସେ ଚିତ୍କାର କରିଥିଲେ । ଆଖପାଖରେ ଲୋକମାନେ ଆସି ସେଠାରେ ରୁଣ୍ଡ ହୋଇଯାଇଥିଲେ । ତେବେ କୁକୁରମାନଙ୍କୁ ଘଉଡା ଯାଇଥିଲେ ହେଁ ସେତେବେଳକୁ ନିରୀହ ଶିଶୁପୁତ୍ରର ଜୀବନ ଚାଲି ଯାଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ସୂର୍ଯ୍ୟକୁମାର ଓ ତାଙ୍କ ପତ୍ନୀ ୩ଟି ସନ୍ତାନ ଜନ୍ମ ଦେଇଥିଲେ । ପ୍ରଥମ ସନ୍ତାନ ଅସୁସ୍ଥ ହୋଇ ପ୍ରାଣ ହରାଇଥିଲା । ଜନ୍ମର ୭ ଦିନ ପରେ ତାଙ୍କର ଦ୍ବିତୀୟ ସନ୍ତାନର ମୃତ୍ୟୁ ହୋଇଥିଲା । ବର୍ଷକର ନାଗାରାଜୁ ସେମାନଙ୍କ ତୃତୀୟ ସନ୍ତାନ ଥିଲା । ହେଲେ ବୁଲା କୁକୁର ଆକ୍ରମଣରେ ତା'ର ମଧ୍ୟ ମୃତ୍ୟୁ ହୋଇଯାଇଛି । ପୁଅକୁ ହରାଇ ବାପାମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.