ETV Bharat / bharat

ଏକ ଦେଶ ଏକ ନିର୍ବାଚନ: 15 ବର୍ଷରେ ବଦଳିବ ଇଭିଏମ, ଖର୍ଚ୍ଚ ହେବ 10 ହଜାର କୋଟି

author img

By ETV Bharat Odisha Team

Published : Jan 21, 2024, 12:49 PM IST

One Nation One Election: ଦେଶରେ ଏକକ ନିର୍ବାଚନ ହେଲେ 15 ବର୍ଷରେ ବଦଳିବ ଇଭିଏମ ଓ ଖର୍ଚ୍ଚ ହେବ 10 ହଜାର କୋଟି ଟଙ୍କା । କେନ୍ଦ୍ର ସରକାରଙ୍କ ଅବଗତ କରାଇଲେ ନିର୍ବାଚନ କମିଶନର । ଅଧିକ ପଢନ୍ତୁ

ଏକକ ନିର୍ବାଚନ
one nation one election

ନୂଆଦିଲ୍ଲୀ: ଦେଶରେ ଏକକ ନିର୍ବାଚନ ଲାଗୁ କରିବା ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଯଦି ଦେଶରେ ଏକ ସମୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ ତେବେ ଏହା ମହଙ୍ଗା ପଡିବ । ପ୍ରତି 15 ବର୍ଷରେ ଇଭିଏମକୁ ବଦଳାଇବାକୁ ପଡିବ ଏବଂ ନୂଆ ଇଭିଏମ କିଣିବା ପାଇଁ 10 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । କେନ୍ଦ୍ର ସରକାରଙ୍କୁ ଏନେଇ ଅବଗତ କରାଛନ୍ତି ନିର୍ବାଚନ କମିଶନର ।

ରିପୋର୍ଟରେ ଉଲ୍ଲେଖ ରହିଛି, ''ପ୍ରତି ଇଭିଏମର ଜୀବନକାଳ ମାତ୍ର 15 ବର୍ଷ । ଏହାକୁ 3ଟି ନିର୍ବାଚନରେ ବ୍ୟବହାର କରାଯାଇପାରିବ । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଭାରତରେ ମୋଟ 11.80 ଲକ୍ଷ ମତଦାନ କେନ୍ଦ୍ର ସ୍ଥାପନ କରିବାକୁ ପଡିବ । ଏକକ ମତଦାନ ପାଇଁ, ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଦୁଇଟି ସେଟ୍ ଇଭିଏମ୍ ଆବଶ୍ୟକ ରହିଛି । ନିର୍ବାଚନ ସମୟରେ ଇଭିଏମରେ ଅନେକ ସମୟରେ ତ୍ରୁଟି ପରିଲଖିତ ହୁଏ । ଏପରି ସ୍ଥିତିରେ ଏକ ଅତିରିକ୍ତ କଣ୍ଟ୍ରୋଲ୍ ୟୁନିଟ୍, ବାଲାଟ୍ ୟୁନିଟ୍ ଏବଂ ଭୋଟର-ଭେରିଫାଇବେଲ ପେପର ଅଡିଟ୍ ଟ୍ରେଲ୍ ମେସିନ୍ ଆବଶ୍ୟକ ଅଟେ। ''

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ଗୋଟିଏ ଇଭିଏମ୍ ପାଇଁ ଅତି କମରେ ଗୋଟିଏ କଣ୍ଟ୍ରୋଲ୍ ୟୁନିଟ୍, ଗୋଟିଏ ବାଲାଟ୍ ୟୁନିଟ୍ ଏବଂ ଗୋଟିଏ ଭିଭିପାଟ ମେସିନ୍ ଆବଶ୍ୟକ । ଯଦି ଏକକ ନିର୍ବାଚନ ହୁଏ ତେବେ 46,75,100ଟି ବାଲାଟ୍ ୟୁନିଟ୍, 33,63,300 କଣ୍ଟ୍ରୋଲ୍ ୟୁନିଟ୍ ଏବଂ 36,62,600 ଭିଭିପିଏଟି ମେସିନ୍ ଆବଶ୍ୟକ ରହିଛି । ପ୍ରତି ବାଲାଟ୍ ୟୁନିଟ୍ ପିଛା 7,900, କଣ୍ଟ୍ରୋଲ୍ ୟୁନିଟ୍ ପିଛା 9,800 ଏବଂ VVPAT ପାଇଁ, 16,000 ଖର୍ଚ୍ଚ ହେବ ।

ସମ୍ବିଧାନର 5ଟି ଅନୁଚ୍ଛେଦ ସଂଶୋଧନ କରିବାକୁ ପଡିବ: ଯଦି ଦେଶରେ ଏକକ ନିର୍ବାଚନ ଲାଗୁ ହୁଏ ତେବେ ସମ୍ବିଧାନର 5ଟି ଅନୁଚ୍ଛେଦକୁ ସଂଶୋଧନ କରିବାକୁ ପଡିବ । ଆଇନ ମନ୍ତ୍ରଣାଳୟର ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ନିର୍ବାଚନ କମିଶନର । ସଂଶୋଧନ ଧାରା ମଧ୍ୟରେ ରହିଛି ଧାରା 83 (ସଂସଦର ଗୃହର ଅବଧି), ଧାରା 85 (ରାଷ୍ଟ୍ରପତିଙ୍କ ଦ୍ବାରା ଲୋକସଭା ଭଙ୍ଗ କରିବା), ଧାରା 172 (ରାଜ୍ୟ ବିଧାନସଭାର ଅବଧି ), 174 (ରାଜ୍ୟ ବିଧାନସଭାର ଅଧିବେଶନ, ଭଙ୍ଗ କରିବା ) ଓ 356 (ରାଜ୍ୟ ଗୁଡିକରେ ରାଷ୍ଟ୍ରପତିଙ୍କ ନିୟମ ଲାଗୁ)କୁ ସଂଶୋଧନ କରିବାକୁ ପଡିବ ।

2029ରେ ସମ୍ଭବ ହୋଇପାରିବ ଏକକ ନିର୍ବାଚନ: ବିଧାନସଭା ଓ ଲୋକସଭା ନିର୍ବାଚନ ଏକା ସାଙ୍ଗରେ ହେଲେ ଅଧିକ ସୁରକ୍ଷାକର୍ମୀ, ପୋଲିସ ବୁଥ, ପୋଲିଂ କର୍ମଚାରୀ, ଗାଡି ଓ ଇଭିଏମ ରଖିବାକୁ ଗୋଦାମର ଆବଶ୍ୟକତା ରହିଛି । ଏହି ସବୁ ବ୍ୟବସ୍ଥା କରାଗଲେ 2029 ବେଳକୁ ଏକକ ନିର୍ବାଚନ ସମ୍ଭବପର ହୋଇପାରିବ ବୋଲି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ନିର୍ବାଚନ କମିଶନର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.