ETV Bharat / bharat

ସଂସଦରେ ଭିନେଶ ଝଡ: ରାଜ୍ୟସଭାରେ ଆଲୋଚନା ଦାବି କରି କକ୍ଷ ତ୍ୟାଗ କଲେ ବିରୋଧୀ - Vinesh Phogat Row In Parliament

author img

By ETV Bharat Odisha Team

Published : Aug 8, 2024, 1:41 PM IST

Vinesh Phogat Row In Parliament: ଭିନେଶଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗରେ ତାତିଲା ସଂସଦ । ରାଜ୍ୟସଭାରେ ଆଲୋଚନା ଦାବି କରି କକ୍ଷତ୍ୟାଗ କଲେ ବିରୋଧୀ । ଅଧିକ ପଢନ୍ତୁ

ସଂସଦରେ ଭିନେଶ ଝଡ: ରାଜ୍ୟସଭାରେ ଆଲୋଚନା ଦାବି କରି କକ୍ଷ ତ୍ୟାଗ କଲେ ବିରୋଧୀ
ସଂସଦରେ ଭିନେଶ ଝଡ: ରାଜ୍ୟସଭାରେ ଆଲୋଚନା ଦାବି କରି କକ୍ଷ ତ୍ୟାଗ କଲେ ବିରୋଧୀ (ETV Bharat Odisha)

ନୂଆଦିଲ୍ଲୀ: ଭାରତୀୟ ମହିଳା ରେସଲର ଭିନେଶ ଫୋଗତ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ପ୍ରସଙ୍ଗ ସଂସଦ ଅଧିବେଶନକୁ ସରଗରମ କରିଛି । ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ସଦସ୍ୟମାନେ ଏହି ପ୍ରସଙ୍ଗରେ ରାଜ୍ୟସଭାରେ ଆଲୋଚନା ଦାବି କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଆଲୋଚନା ପାଇଁ ଅନୁମତି ନଦେବାରୁ ସେମାନେ ପ୍ରତିବାଦ ସ୍ୱରୂପ କକ୍ଷତ୍ୟାଗ କରିଛନ୍ତି ।

  • ଏହା ପଛରେ କିଏ ବୋଲି ପ୍ରଶ୍ନ କଲେ ବିରୋଧୀ :

ଆଜି ପୂର୍ବହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସଙ୍ଗରେ ଆଲୋଚନା ଦାବି କରି ପ୍ରସ୍ତାବ ଆଗତ କରିଥିଲେ । ଏହା ପଛରେ କିଏ, ଏହା କିପରି ହେଲା ବୋଲି ଖଡଗେ ପ୍ରଶ୍ନ କରିଥିଲେ । ଏହାକୁ ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ ଅଗ୍ରାହ୍ୟ କରିଦେଇଥିଲେ । ଫଳରେ ବିରୋଧୀ ସାଂସଦମାନେ ପ୍ରତିବାଦ ସ୍ୱରୂପ ନାରାବାଜି ଓ ହଟ୍ଟଗୋଳ କରିଥିଲେ । ଅଧ୍ୟକ୍ଷ ଧନଖଡ ସେମାନଙ୍କୁ ରୁଲିଂ ଦେବା ସହ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଥିଲେ । ପରେ ସେମାନେ କକ୍ଷ ତ୍ୟାଗ କରିଛନ୍ତି ।

  • ଗତକାଲି ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ:

ପ୍ୟାରିସ୍‌ ଅଲିମ୍ପିକ୍ସ-2024ରେ ଫାଇନାଲରେ ପହଞ୍ଚିଥିବା ମହିଳା କୁସ୍ତିଯୋଦ୍ଧା ଭିନେଶଙ୍କୁ ଗତକାଲି ଅପରାହ୍ନରେ ନାଟକୀୟ ଢଙ୍ଗରେ ଓଜନ ବୃଦ୍ଧି କାରଣରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଭିନେଶଙ୍କ ଦ୍ବାରା ସ୍ବର୍ଣ୍ଣ ପଦକ ଆଶାରେ ଥିବା କୋଟି କୋଟି ଭାରତୀୟଙ୍କୁ ଏହି ଖବର ସ୍ତବ୍ଦ କରିଦେଇଥିଲା । ନିର୍ଦ୍ଧାରିତ 50 କିଲୋଗ୍ରାମ ଓଜନରୁ ମାତ୍ର 100 ଗ୍ରାମ ଅଧିକ ଓଜନ ଥିବା ଦର୍ଶାଇ ତାଙ୍କୁ ଫାଇନାଲ ମୁକାବିଲା ପୂର୍ବରୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯିବା ବିଭିନ୍ନ ତର୍କ ଓ ସନ୍ଦେହ ସୃଷ୍ଟି କରିଥିଲା ।

ଏହା ମଧ୍ୟ ପଢନ୍ତୁ :- 'ମୁଁ ହାରିଗଲି...' ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ପରେ କୁସ୍ତିକୁ ଭିନେଶ ଫୋଗତଙ୍କ ଅଲବିଦା - Vinesh Phogat announces retirement

  • ଶାନ୍ତ୍ୱନା ଦେଇଥିଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ:-

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଟ୍ବିଟ୍‌ କରି ଭିନେଶଙ୍କୁ ଶାନ୍ତ୍ୱନା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଅଲିମ୍ପିକ୍ସ ସଂଘର ସଭାପତି ପି.ଟି ଉଷାଙ୍କ ସହ ଫୋନ ଯୋଗେ ଏହି ପ୍ରସଙ୍ଗରେ କଥା ମଧ୍ୟ ହୋଇଥିଲେ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଟ୍ବିଟ୍‌ କରି ଭିନେଶଙ୍କୁ ଶାନ୍ତ୍ୱନା ଦେବା ସହ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ଭିନେଶଙ୍କୁ ନ୍ୟାୟ ଦେଉ ବୋଲି କହିଥିଲେ । ତେବେ ଅଯୋଗ୍ୟ ଘୋଷିତ ହେବା ପରେ ଭାଙ୍ଗି ପଡିଥିବା ଭିନେଶଙ୍କର ସ୍ବାସ୍ଥ୍ୟାବସ୍ଥା ମଧ୍ୟ ବିଗିଡିଥିଲା । ଆଜି ସେ କୁସ୍ତିରୁ ସନ୍ୟାସ ମଧ୍ୟ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.