ETV Bharat / bharat

କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଲା ଓଡିଶାର ପ୍ରଜ୍ଞାପନ ମେଢ, ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ

author img

By ETV Bharat Odisha Team

Published : Jan 26, 2024, 12:47 PM IST

Updated : Jan 26, 2024, 12:53 PM IST

Odishas Tableau Rolls Down Kartavya Path: 3 ବର୍ଷ ପରେ କର୍ତ୍ତବ୍ୟ ପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ । ଆକର୍ଷଣୀୟ ଥିଲା ବିକଶିତ ଭାରତରେ ମହିଳା ସଶକ୍ତିକରଣ ଥିମରେ ମେଢ । ଅଧିକ ପଢନ୍ତୁ

Odishas Tableau Rolls Down Kartavya Path

ନୂଆଦିଲ୍ଲୀ: ଭାରତର 75ତମ ଗଣତନ୍ତ୍ର ଦିବସ ସମାରୋହର ଆରମ୍ଭ ପ୍ରଥମ ଥର ପାଇଁ ଢୋଲ ବାଦ୍ୟ ସହିତ ଆରମ୍ଭ ହୋଇଥିଲା ପରେଡ । କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହାପରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଓ୍ବିପନ ଲୋକେଟିଂ ରାଡାର ସିଷ୍ଟମ, ନାଗ୍ ମିସାଇଲକୁ କର୍ତ୍ତବ୍ୟପଥରେ ପ୍ରଦର୍ଶିତ କରାଯାଇଛି । 21 ତୋପ ସଲାମି ଦିଆଯିବା ପରେ ପତାକା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି । ପରେ ପରେଡ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି । ତେବେ ପତାକା ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । କୁହୁଡି ଏବଂ ଥଣ୍ଡା ମଧ୍ୟରେ ବିପୁଳ ଜନସମାଗମ ହୋଇଥିବା ବେଳେ ବିକଶିତ ଭାରତ ଏବଂ ଭାରତ ଗଣତନ୍ତ୍ରର ମାତୃକା ମୁଖ୍ୟ ବିଷୟ ରହିଛି । ତେବେ ଗତ 3 ବର୍ଷ ପରେ ଚଳିତ ବର୍ଷ କର୍ତ୍ତବ୍ୟ ପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ ।

ଗଣତନ୍ତ୍ର ଦିବସ ଅବସରରେ ଚଳିତ ବର୍ଷ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଛି । ବିଭିନ୍ନ ଅଦରକାରୀ ଜିନିଷରୁ ପଟ୍ଟଚିତ୍ର ଏବଂ ସମ୍ବଲପୁରୀ ଲୋକନୃତ୍ୟକୁ ସାମିଲ କରାଯାଇଥିଲା । ଚଳିତବର୍ଷ ପ୍ରଜ୍ଞାପନ ମେଢରେ ଓଡିଶାର ଥିମ ରହିଛି "ବିକଶିତ ଭାରତରେ ମହିଳା ସଶକ୍ତିକରଣ" । 2021ରୁ 2023 ମସିହା ଅର୍ଥାତ ଦୀର୍ଘ 3 ବର୍ଷ ଧରି ପ୍ରଜ୍ଞାପନ ମେଢକୁ ଅନୁମତି ମିଳୁନଥିବା ବେଳେ ଚଳିତବର୍ଷ କର୍ତ୍ତବ୍ୟ ପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ ।

ଏହା ମଧ୍ୟ ପଢନ୍ତୁ : ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

କର୍ତ୍ତବ୍ୟ ପଥରେ ଓଡିଶାର ପ୍ରଜ୍ଞାପନ ମେଢ ଶୋଭା ପାଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ଛିଡା ହୋଇ ତାଳି ବଜାଇ ଉତ୍ସାହିତ କରୁଥିବା ନଜର ଆସିଛନ୍ତି । ଏହାସହ ନୀତିନ ଗଡକରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ମଧ୍ୟ ଦେଖିଲେ ଓଡିଶାର ଐତିହ୍ୟ ସଂସ୍କୃତି । ପ୍ରଜ୍ଞାପନ ମେଢ ସାଙ୍ଗକୁ ସମ୍ବଲପୁରୀ ନାଚଗୀତ ବେଶ ଆକର୍ଷଣୀୟ ରହିଥିଲା । ଝାଟିମାଟି ଚାଳଘରରେ ଝୋଟି ଚିତା, ମାଟି ଘୋଡା ସାଙ୍ଗକୁ ନାରୀ ସଶକ୍ତିକରଣ ଥିମ ବେଶ ଚିତାକର୍ଷକ ରହିଥିଲା । ଅଶୋକ ଚକ୍ର ଏବଂ ଡିଜିଟାଲ ଇଣ୍ଡିଆକୁ ସ୍ଥାନ ଦିଆଯାଇଛି । ଓଡିଶାର ପ୍ରଜ୍ଞାପନ ମେଢ ଦେଖି ବେସ ଖୁସି ନଜର ଆସିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Last Updated : Jan 26, 2024, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.