ETV Bharat / bharat

ଲୋକସଭାରେ ଶପଥ ନେଲେ ଓଡ଼ିଆ ସାଂସଦ, ସଂସ୍କୃତରେ ପ୍ରତାପ ଓ ସାନ୍ତାଳୀରେ ନବଚରଣ - ODISHA MPs TOOK OATH

author img

By ETV Bharat Odisha Team

Published : Jun 25, 2024, 2:27 PM IST

18th Lok Sabha session: ଲୋକସବାରେ ଶପଥ ନେଲେ ଓଡ଼ିଶାର 21 ସାଂସଦ । ସଂସ୍କୃତରେ ଶପଥ ନେଲେ ପ୍ରତାପ ଶଡଙ୍ଗୀ ଓ ସାନ୍ତାଳୀରେ ଶପଥ ନେଲେ ନବଚରଣ ମାଝୀ । ଅଧିକ ପଢନ୍ତୁ

ODISHA MP TOOK OATH
ODISHA MP TOOK OATH (Sansad TV)

ହାଇଦ୍ରାବାଦ: ଅଷ୍ଟାଦଶ ଲୋକସଭାର ଆଜି ଦ୍ବିତୀୟ କାର୍ଯ୍ୟ ଦିବସ । ଶପଥ ନେଇଛନ୍ତି ନବ ନିର୍ବାଚିତ ସାଂସଦ । ଉଦଘାଟନୀ ଦିବସରେ 280 ନବନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିଥିବା ବେଳେ ଆଜି ଅବଶିଷ୍ଟ 264 ସାଂସଦ ଶପଥ ପାଠ କରୁଛନ୍ତି । ଓଡିଶାର 21 ସାଂସଦଙ୍କ ମଧ୍ୟରୁ ଅଧିବେଶର ପ୍ରଥମ ଦିନରେ ଦୁଇ ଓଡିଆ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶପଥ ଗ୍ରହଣ କରିଥିବା ବେଳେ ଆଜି ଅବଶିଷ୍ଟ 19 ସାଂସଦ ଶପଥ ନେଇଛନ୍ତି । ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ନେଇଥିଲେ । ସେହିପରି ସାନ୍ତାଳୀ ଭାଷାରେ ଶପଥ ନେଇଛନ୍ତି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ । ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବରଗଡ ସାଂସଦ ପ୍ରଦୀପ ପୁରୋହିତ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଓଡ଼ିଆ ଭାଷାରେ ଶପଥ ନେଇଥିଲେ ।

ODISHA MP TOOK OATH (Sansad TV)

ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡଙ୍ଗୀ: ନବ ନିର୍ବାଚିତ ସାସଂଦମାନେ ନିଜ ନିଜ ରାଜ୍ୟରେ ପ୍ରଚଳିତ ଭାଷାରେ ଲୋକସଭାରେ ଶପଥ ଗ୍ରହଣ କରିଥିଲେ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ । ଓଡ଼ିଶାର ସାଂସଦମାନେ ଓଡ଼ିଆ ଭାଷାରେ ଶପଥ ଗ୍ରହଣ କରୁଥିବା ବେଳେ ପ୍ରତାପ ଷଡଙ୍ଗୀ ଆଜି ଲୋକସଭାରେ ସଂସ୍କୃତରେ ଶପଥ ନେଇଥିଲେ । ଯାହା ସବୁଠାରୁ ଭିନ୍ନ ଥିଲା । ରାଜ୍ୟରେ ବିଜେପିର ବିଜୟ ପରେ ରାଜ୍ୟବାସୀଙ୍କୁ ସଂସ୍କୃତରେ ଧନ୍ୟବାଦ ଜଣାଇଥିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ।

ସାନ୍ତାଳୀ ଭାଷାରେ ଶପଥ ନେଲେ ସାଂସଦ ନବଚରଣ ମାଝୀ: ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଲୋକସଭାରେ ଆଜି ସଂସ୍କୃତ ଭାଷାରେ ଶପଥ ଗ୍ରହଣ କରିଥିଲେ ।

ODISHAS MP TOOK OATH
ODISHAS MP TOOK OATH (X)

ଇଂରାଜୀରେ ଶପଥ ନେଲେ ମାଳବିକା-ପ୍ରଦୀପ ପାଣିଗ୍ରାହୀ: ସେହିପରି କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଇଂରାଜୀରେ ଶପଥ ପାଠ କରିଥିବା ବେଳେ ବାକି ସାଂସଦ ଓଡିଆ ଭାଷାରେ ଶପଥ ଗ୍ରହଣ କରିଥିଲେ । ଅଭିମନ୍ୟୁ ସେଠୀ, ବୈଜୟନ୍ତ ପଣ୍ଡା, ସଙ୍ଗୀତା କୁମାରୀ ସିଂହଦେଓ, ଅପରାଜିତା ଷଡଙ୍ଗୀ, ପ୍ରଦୀପ ପୁରୋହିତ ସାଂସଦ ଭାବେ ଶପଥ ନେଇଛନ୍ତି । ଓଡ଼ିଶାର ମୋଟ 21 ଲୋକସଭା ସାଂସଦଙ୍କ ମଧ୍ୟରୁ ବିଜେପିର 20 ସାଂସଦ ରହିଥିବା ବେଳେ କଂଗ୍ରେସର ଜଣେ ମାତ୍ର ସାଂସଦ ରହିଛନ୍ତି । ନିର୍ବାଚନରେ ଗୋଟିଏ ଆସନରେ ବି ଖାତା ଖୋଲିବାରେ ବିଫଳ ହୋଇଥିଲା ବିଜେଡି ।

ଏହା ମଧ୍ୟ ପଢନ୍ତୁ-ବାଚସ୍ପତି ପଦ ବଜାୟ ରଖିବେ ବିର୍ଲା, ଆଜି ‘ଏନଡିଏ’ ମେଣ୍ଟ ପ୍ରାର୍ଥୀ ଭାବେ ଭରିବେ ନାମାଙ୍କନ !

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.