ETV Bharat / bharat

BPL ପରିବାର ଓଡ଼ିଆ ପୁଅଙ୍କ କମାଲ, ଜେଇଇ ମେନ୍‌ ପରୀକ୍ଷାରେ ରଖିଲେ 99 ପର୍ସେଣ୍ଟାଇଲ - 99 percentile in JEE Main

author img

By ETV Bharat Odisha Team

Published : Apr 28, 2024, 8:50 PM IST

JEE MAIN 2024 Result: ଜେଇଇ ମେନ ପରୀକ୍ଷାରେ ଓଡ଼ିଆ ପୁଅଙ୍କ କମାଲ । ଗରିବ ଶ୍ରେଣୀରୁ ଆସୁଥିବା ବେଳେ ପାଠପଢାରେ ଥିଲେ ବିଚକ୍ଷଣ । ଜେଇଇ ମେନ୍‌ ପରୀକ୍ଷାରେ 99 ପର୍ସେଣ୍ଟାଇଲ ରଖି ଉତ୍ତୀର୍ଣ୍ଣ । ପଢନ୍ତୁ ଅନୁଗୋଳ ପୁଅ ରାହୁଲ ସାହୁଙ୍କ କାହାଣୀ

JEE MAIN 2024 Result
JEE MAIN 2024 Result

ଜୟପୁର: ଜେଇଇ ମେନ-2024 ପରୀକ୍ଷାରେ ଓଡ଼ିଆ ପୁଅ ରାହୁଲ କୁମାର ସାହୁଙ୍କ କମାଲ । ରାହୁଲ ଅନୁଗୋଳ ଜିଲ୍ଲାର ହୋଇଥିବା ବେଳେ ରାଜସ୍ଥାନ କୋଟାରେ ରହି ଶିକ୍ଷା ଗ୍ରହଣ କରୁଥିଲେ । ସେ ବିପିଏଲ ପରିବାରର ହୋଇଥିବା ବେଳେ ଦିନେ କମ ମାର୍କ ରଖୁଥିବାରୁ ପାଠ ଛାଡ଼ି ସ୍ବରାଜ୍ୟ ଫେରିଆସିବାକୁ ଚିନ୍ତା କରିଥିଲେ । ହେଲେ ଆଜି ସେ ଜେଇଇ ମେନ୍‌ ପରୀକ୍ଷାରେ 99 ପର୍ସେଣ୍ଟାଇଲ ସହିତ ଅଲ ଇଣ୍ଡିଆ ରାଙ୍କରେ 17873 ଓ ଓବିସି କ୍ୟାଟେଗୋରିରେ 4459 ରାଙ୍କ ହାସଲ କରିଛନ୍ତି ।

ଏବେ ରାହୁଲ ଜେଇଇ ଆଡଭାନ୍ସଡ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାହୁଲଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା, ଯେଉଁଥିରେ ସେ ଆର୍ଥିକ ଅଭାବ ଦେଇ ଗତି କରୁଥିବାରୁ ଓଡ଼ିଶା ଫେରିଆସିବାକୁ ମନସ୍ଥ କରିଥିଲେ । ହେଲେ କୋଟାରେ ସେ ଯେଉଁଠାରେ କୋଚିଂ ନେଉଥିଲେ, ସେଠାକାର ଶିକ୍ଷକମାନେ ତାଙ୍କ ପରିଶ୍ରମ କରି ପଢା ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ରାହୁଲ ସେମାନଙ୍କୁ ନିରାଶ କରିନାହାନ୍ତି । ଏହି ଇଞ୍ଜିନିୟରଂ ପ୍ରବେଶିକ ପରୀକ୍ଷାରେ ଭଲ ରାଙ୍କ ରଖି ପରିବାର ଓ ଶିକ୍ଷକଙ୍କୁ ଗର୍ବିତ କରିଛନ୍ତି ।

କଣ କୁହନ୍ତି ରାହୁଲ:- ଏନେଇ ରାହୁଲ କହିଛନ୍ତି ଯେ ସେ ଜଣେ ବିପିଏଲ ପରିବାରର ପିଲା । ଇଞ୍ଜିନିୟର ହେବାର ସ୍ବପ୍ନ ଦେଖି ସେ କୋଟା ଆସିଥିଲେ । ତାଙ୍କର ଆର୍ଥିକ ଅଭାବ ଥିବାରୁ କୋଟାରେ 50 ପ୍ରତିଶତ ରିହାତି ନେଇ ଆଡମିଶନ କରିଥିଲେ । ହେଲେ କୋଚିଂ ସେଣ୍ଟରରେ ହେଉଥିବା ବେଳେ ପରୀକ୍ଷାରେ ତାଙ୍କର ପରୀକ୍ଷା ଫଳ କମ ରହୁଥିଲା । ଏହାପରେ ସେ ଫେରିଆସିବାକୁ ଚିନ୍ତା କରିଥିଲେ । ମାତ୍ର କୋଟାରେ ତାଙ୍କୁ ପାଠ ପଢାଉଥିବା ଶିକ୍ଷକମାନେ କାଉନସେଲିଂ କରିବା ସହ ରାହୁଲଙ୍କ ବାପାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ଏହାପରେ ପୁଣି ପୂର୍ବାପେକ୍ଷା ଅଧିକ କଠିନ ପରିଶ୍ରମ କରି ନିଜ ପ୍ରସ୍ତୁତିକୁ ଜୋରଦାର କରିଥିଲେ ରାହୁଲ ।

ଗଣିତ ଅଲମ୍ପାଏଡରେ ଜିତିଥିଲେ ସ୍ବର୍ଣ୍ଣ:- ରାହୁଲ କହିଛନ୍ତି ଯେ ପିଲାଟି ବେଳୁ ଗଣିତ ବିଷୟରେ ସେ ପାରଙ୍ଗମ ଥିଲେ । ଇଞ୍ଜିନିୟର ହେବାକୁ ସ୍ବପ୍ନ ଦେଖୁଥିଲେ । ଏଥିଲାଗି କଣ କରିବାକୁ ପଡ଼ିବ ସେ ନେଇ ବାପାଙ୍କୁ ପଚାରିଥିଲେ । ଇଣ୍ଟରନେଟରେ ଜେଇଇ ମେନ ପରୀକ୍ଷା ସମ୍ପର୍କରେ ଜାଣିବାକୁ ପାଇଥିଲେ । ରାହୁଲଙ୍କ ବାପା ସରୋଜ କୁମାର ସାହୁ ଅନୁଗୋଳରେ ଏକ ଦୋକାନ ଚଲାଉଥିବା ବେଳେ ମାଆ ଗୃହିଣୀ । ଏଥିରେ ଘର ଖର୍ଚ୍ଚ ଉଠୁନଥିବା ବେଳେ ସାଙ୍ଗସାଥୀ, ବନ୍ଧୁ ପରିଜନଙ୍କଠାରୁ ଧାର ଉଧାର କରି ଚଳନ୍ତି । ଦଶମ ଶ୍ରେଣୀରେ ରାହୁଲ ଇଣ୍ଟରନ୍ୟାସନାଲ ମ୍ୟାଥ୍‌ ଅଲମ୍ପାଏଡରେ ଗୋଲ୍ଡ ମେଡାଲ ହାସଲ କରିଥିଲେ ।

ଏହା ବି ପଢନ୍ତୁ- ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ, 23 ଜଣଙ୍କୁ ଶତ ପ୍ରତିଶତ ରେଜଲ୍ଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.