ETV Bharat / bharat

କାଶ୍ମୀରରେ ଆତଙ୍କୀ ଅପରେସନର ନେତୃତ୍ବ ନେବେ ଓଡ଼ିଆ ପୁଅ ରଶ୍ମୀ ରଞ୍ଜନ ସ୍ବାଇଁ, DGP ନିଯୁକ୍ତ କଲା କେନ୍ଦ୍ର - Rashmi Ranjan Swain new DGP of JK

author img

By ETV Bharat Odisha Team

Published : Aug 7, 2024, 6:25 PM IST

RANJAN SWAIN APPOINTED AS JK DGP: ଜମ୍ମୁ କାଶ୍ମୀର ପୋଲିସ ଡିଜି ଭାବେ ନିଯୁକ୍ତ ହେଲେ ଓଡିଆ ଆଇପିଏସ ଅଧିକାରୀ ରଶ୍ମୀ ରଞ୍ଜନ ସ୍ବାଇଁ । ଗତବର୍ଷ ନଭେମ୍ବରରୁ ଅତିରିକ୍ତ ଡିଜି ଅଛନ୍ତି । ନିକଟରେ ପରିବର୍ତ୍ତନ ହୋଇଛନ୍ତି ‘ବିଏସଏଫ’ ଡିଜି । ଅଧିକ ପଢନ୍ତୁ

କାଶ୍ମୀରରେ ଆତଙ୍କୀ ଅପରେସନର ନେତୃତ୍ବ ନେବେ ଓଡିଆ ପୁଅ ରଶ୍ମିରଞ୍ଜନ ସ୍ବାଇଁ, ଡିଜିପି ନିଯୁକ୍ତ କଲା କେନ୍ଦ୍ର
କାଶ୍ମୀରରେ ଆତଙ୍କୀ ଅପରେସନର ନେତୃତ୍ବ ନେବେ ଓଡିଆ ପୁଅ ରଶ୍ମିରଞ୍ଜନ ସ୍ବାଇଁ, ଡିଜିପି ନିଯୁକ୍ତ କଲା କେନ୍ଦ୍ର (ETV Bharat Odia)

ନୂଆଦିଲ୍ଲୀ: କାଶ୍ମୀରର ଅତିରିକ୍ତ ପୋଲିସ୍‌ ମହାନିର୍ଦ୍ଦେଶକ ଦାୟିତ୍ବରେ ଥିବା ଓଡିଆ ‘ଆଇପିଏସ’ ଅଧିକାରୀ ରଶ୍ମୀ ରଞ୍ଜନ ସ୍ବାଇଁଙ୍କୁ ଡିଜିପି ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଆଜି ଗୃହ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । 1991 ବ୍ୟାଚର AGMUT କ୍ୟାଡରର ଭାରତୀୟ ପୋଲିସ ସେବା ଅଧିକାରୀ ରଶ୍ମୀ ରଞ୍ଜନ ଗତବର୍ଷ ନଭେମ୍ବରରେ ଜମ୍ମୁ କାଶ୍ମୀର ଅତିରିକ୍ତ ଡିଜିପି ଭାବେ ଦିଲବାଗ ସିଂଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ । ଏବେ ତାଙ୍କୁ ରାଜ୍ୟ ପୋଲିସର ଏହି ସର୍ବୋଚ୍ଚ ପଦରେ ନିୟମିତ ନିଯୁକ୍ତି ମିଳିଛି । ସେ ଚଳିତବର୍ଷ (2024) ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ ।

ରଶ୍ମିରଞ୍ଜନଙ୍କୁ ଡିଜିପି ନିଯୁକ୍ତ କଲା କେନ୍ଦ୍ର
ରଶ୍ମିରଞ୍ଜନଙ୍କୁ ଡିଜିପି ନିଯୁକ୍ତ କଲା କେନ୍ଦ୍ର (ETV Bharat Odisha)
  • ରଶ୍ମୀ ରଞ୍ଜନଙ୍କ ସର୍ଭିସ୍‌ କ୍ୟାରିୟର:-

1991 ବ୍ୟାଚର ଭାରତୀୟ ପୋଲିସ ସେବା (IPS) ଅଧିକାରୀ ହେଉଛନ୍ତି ରଶ୍ମୀ ରଞ୍ଜନ । ସେ କେନ୍ଦ୍ରଶାସିତ ଅଞ୍ଚଳ ଓ ଉତ୍ତର-ପୂର୍ବ ରାଜ୍ୟ ପାଇଁ ସ୍ବତନ୍ତ୍ର ଭାବେ ଥିବା ‘AGMUT’ କ୍ୟାଡରର ଅଧିକାରୀ । ସେ ପୋଲିସ ସେବାରେ ଅନେକ ବର୍ଷ କାଶ୍ମୀରରେ କାଟିଛନ୍ତି । ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରେ ସେ କାଶ୍ମୀର ପୋଲିସରେ ଏକାଧିକ ଉଚ୍ଚପଦସ୍ଥ ପଦବୀରେ ସଫଳତାର ସହ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ରଖିଛନ୍ତି ।

ଓଡିଆ ଆଇପିଏସ ରଶ୍ମିରଞ୍ଜନ ସ୍ବାଇଁଙ୍କୁ ଡିଜିପି ନିଯୁକ୍ତ କଲା କେନ୍ଦ୍ର
ଓଡିଆ ଆଇପିଏସ ରଶ୍ମିରଞ୍ଜନ ସ୍ବାଇଁଙ୍କୁ ଡିଜିପି ନିଯୁକ୍ତ କଲା କେନ୍ଦ୍ର (ETV Bharat Odisha)
  • SDPOରୁ ଆରମ୍ଭ କରିଥିଲେ ଚାକିରି:-

1991ରେ ଆଇପିଏସ ପାଇବା ପରେ SDPO ଭାବେ ଚାକିରି ଆରମ୍ଭ କରିଥିବା ରଶ୍ମୀ ରଞ୍ଜନ କାର୍ଗିଲ, ପୁଞ୍ଚ, ରାମବାନ ପରି କାଶ୍ମୀରର ଆତଙ୍କବାଦପ୍ରବଣ ତଥା ଆହ୍ବାନପୂର୍ଣ୍ଣ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ଏସଏସପି ପାହ୍ୟା ସହ ଭିଜିଲାନ୍ସ ଡିଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । 2006ରୁ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଅନେକ ଗୁରୁଦାୟିତ୍ବ ସମ୍ଭାଳିଥିଲେ । 2020ରେ ସେ ପୁଣି କାଶ୍ମୀର ପୋଲିସ ବିଭାଗକୁ ଫେରିବା ସହ ଅପରାଧିକ ଅନୁସନ୍ଧାନ ସଂସ୍ଥା (CID)ର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଗତବର୍ଷ (2023) ନଭେମ୍ବରରେ ତାଙ୍କୁ ଜମ୍ମୁ କାଶ୍ମୀର ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଅବସ୍ଥାପିତ କରାଯାଇଥିଲା ।

  • ଘାଟିରେ ବଢିଛି ଆତଙ୍କୀ ଆହ୍ବାନ:

ନିକଟରେ ଘାଟିରେ ଏକାଧିକ ଅନୁପ୍ରବେଶ ଓ ଆତଙ୍କୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏହିକ୍ରମରେ କେନ୍ଦ୍ର ସରକାର ବଡ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି । ସୀମା ସୁରକ୍ଷା ବଳ (ବିଏସଏଫ) ମହାନିର୍ଦ୍ଦେଶକ ନିତୀନ ଅଗ୍ରଓ୍ବାଲ ଓ ସ୍ବତନ୍ତ୍ର ମହାନିର୍ଦ୍ଦେଶକ ଓ୍ବାଇ.ବି ଖୁରାନିଆଙ୍କୁ ତୁରନ୍ତ ପଦରୁ ପ୍ରତ୍ୟାହାର କରାଯାଇ କେନ୍ଦ୍ରୀୟ ଡେପୁଟେସନ ସରିବା ପୂର୍ବରୁ ରାଜ୍ୟ କ୍ୟାଡରକୁ ଫେରାଇଛି କେନ୍ଦ୍ର । ଏହି କାର୍ଯ୍ୟାନୁଷ୍ଠାନ, କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ହୋଇଥିବା ଚର୍ଚ୍ଚା ହେଉଛି । ‘ବିଏସଏଫ’ ସ୍ବତନ୍ତ୍ର ଡିଜି ଥିବା ଓଡିଶା କ୍ୟାଡର ଅଧିକାରୀ ଓ୍ବାଇ.ବି ଖୁରାନିଆ ରାଜ୍ୟ କ୍ୟାଡରକୁ ଫେରିଛନ୍ତି । ଉତ୍ତର ପ୍ରଦେଶ କ୍ୟାଡର ଅଧିକାରୀ ଦଲଜିତ ସିଂ ଚୌଧୁରୀ ‘ବିଏସଏଫ’ର ନୂତନ ଡିଜିପି ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ରାଜ୍ୟସଭା ଉପନିର୍ବାଚନ ପାଇଁ ECI ବିଜ୍ଞପ୍ତି: ଓଡ଼ିଶା ସମେତ 9 ରାଜ୍ୟର 12 ଆସନରେ ସେପ୍ଟେମ୍ବର ୩ରେ ଭୋଟ୍, ମମତାଙ୍କ ଇସ୍ତଫା ପରେ ସିଟ୍ ପଡ଼ିଥିଲା ଖାଲି - RAJYA SABHA BY ELECTION

ରଶ୍ମୀ ରଞ୍ଜନଙ୍କ ସାମ୍ନାରେ ଚ୍ୟାଲେଞ୍ଜ:-

ଗତବର୍ଷ ନଭେମ୍ବରରେ ଅତିରିକ୍ତ ଡିଜିପି ଭାବେ ଦାୟିତ୍ବ ନେଇଥିଲେ ରଶ୍ମିରଞ୍ଜନ
ଗତବର୍ଷ ନଭେମ୍ବରରେ ଅତିରିକ୍ତ ଡିଜିପି ଭାବେ ଦାୟିତ୍ବ ନେଇଥିଲେ ରଶ୍ମିରଞ୍ଜନ (ETV Bharat Odisha)

ଆଜି ଏହିକ୍ରମରେ ଜମ୍ମୁ କାଶ୍ମୀର ପୋଲିସ ଡିଜିପି ଭାବେ ଆଇପିଏସ ରଶ୍ମୀ ରଞ୍ଜନ ସ୍ବାଇଁଙ୍କୁ ନିଯୁକ୍ତ କରିଛି କେନ୍ଦ୍ର । ଆଗକୁ ଘାଟିରେ ବହୁପ୍ରତୀକ୍ଷିତ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ଶୀତଦିନ ଆରମ୍ଭରୁ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପ୍ରେରିତ ଆତଙ୍କବାଦୀଙ୍କ ଅନୁପ୍ରବେଶ ବୃଦ୍ଧି ପାଇବ । ଘାଟିରେ ଟାର୍ଗେଟକିଲିଂ ରୋକିବା ଓ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିଚାଳନା ଅଧିକାରୀ ସ୍ବାଇଁଙ୍କ ପାଇଁ ଦକ୍ଷତାର ଆହ୍ବାନ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.