ETV Bharat / bharat

ଆଜିର ରାଶିଫଳ: ଏହି ରାଶିଙ୍କୁ ମିଳିବ ଆର୍ଥିକ ଲାଭ; ଏମାନେ ରୁହନ୍ତୁ ସତର୍କ, ଦାମ୍ପତ୍ୟ ଜୀବନରେ ଆସିପାରେ ଝଡ଼ - DAILY RASIFALA 11 AUGUST

author img

By ETV Bharat Odisha Team

Published : Aug 11, 2024, 12:01 AM IST

Today Rasifal Horoscope 11 August Sunday : ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରହିଛି ମାନସମ୍ମାନ ଯୋଗ । କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ଳିବ ଆର୍ଥିକ ଲାଭ; ଏମାନେ ରୁହନ୍ତୁ ସତର୍କ, ଦାମ୍ପତ୍ୟ ଜୀବନରେ ଆସିପାରେ ଝଡ଼
ଳିବ ଆର୍ଥିକ ଲାଭ; ଏମାନେ ରୁହନ୍ତୁ ସତର୍କ, ଦାମ୍ପତ୍ୟ ଜୀବନରେ ଆସିପାରେ ଝଡ଼ (ETV Bharat Odisha)
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆଜି ମେଷ ରାଶିର ବ୍ୟକ୍ତିମାନେ ଭାଗ୍ୟଶାଳୀ ହେବେ । ସମସ୍ତ ପ୍ରକାର ପ୍ରଶଂସା ଏବଂ ପୁରସ୍କାରର ହକଦାର ହେବେ । ଯାହାକି ଆପଣଙ୍କ ସାମାଜିକ ସଂପର୍କ ଏବଂ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କଠାରୁ ଆସିବ । ଦୀର୍ଘ ଦିନରୁ ଅଟକିଥିବା କାମ ସଂପୂର୍ଣ୍ଣ ହେବ। କର୍ମଚଞ୍ଚଳ ରହିବେ । ଈଶ୍ବର ବିଶ୍ବାସୀ ହେବେ । ମନ ପ୍ରସନ୍ନ ରହିବ । ସାମାଜିକ ପ୍ରତିଷ୍ଠା ସହ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ପରିବାରର ସଦସ୍ୟ, ବନ୍ଧୁବାନ୍ଧବ ଏବଂ ସହକର୍ମୀମାନଙ୍କ ଗହଣରେ ନିଜକୁ ଧନ୍ୟମନେ କରିବେ । ଶାରୀରିକ ଓ ମାନସିକ ଭାବରେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । ବୌଦ୍ଧିକ ଆଲୋଚନା ଆପଣଙ୍କୁ ଉତ୍ସାହିତ କରିବ ଏବଂ ଆପଣଙ୍କର ଅଂଶଗ୍ରହଣ କରି ପ୍ରଶଂସିତ ହେବ । ମାତ୍ର ଆଜି ଆପଣଙ୍କ ସମାଲୋଚନା ମନୋଭାବ ନିୟନ୍ତ୍ରଣରେ ରଖନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ସ୍ବଚ୍ଛ ମନୋବୃତ୍ତି ପାଇଁ ଆପଣ ସମ୍ମାନିତ ହେବେ । ମାନସିକ ସ୍ଥିରତା, ସ୍ପଷ୍ଟତା ଏବଂ ଶାନ୍ତତାର ଲାଭ ଅନେକ ରହିଛି । ପଛକଥା ଛାଡି ଆଗକୁ ଯିବା ମନୋବୃତ୍ତି ରଖିବେ । ହସ, କୌତୁହଳ କରିବେ ଏବଂ ଅନ୍ୟମାନଙ୍କ ବିଷୟରେ ବ୍ୟସ୍ତ ନହୋଇ ନିଜ କାମ ନିଜେ କରିଚାଲିବେ । ନୂଆ ଭାବରେ ପ୍ରାପ୍ତ ହୋଇଥିବା ଏକ ଖୁସି ଖବର ଆପଣଙ୍କ ପରିବାର ଏବଂ ଆପଣଙ୍କୁ ଅନେକ ଖୁସୀ ଏବଂ ଆନନ୍ଦ ଦେବ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ବୃତ୍ତିରେ ସହକର୍ମୀଙ୍କଠାରୁ ସାହାଯ୍ୟ ଓ ସହଯୋଗ ମିଳିବ । କାର୍ଯ୍ୟସ୍ଥଳରେ ଉପରିସ୍ଥ ଅଫିସର ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିପାରନ୍ତି । ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିପାରିବେ । ମଧୁର ଭାଷୀ, ଶାନ୍ତିପ୍ରିୟ, ସହନଶୀଳ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ । ବିଦ୍ୟାର୍ଥୀ ଉଚ୍ଚ ସିକ୍ଷା ପାଇଁ ମନ ବଳାଇବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜି ଆପଣ ମାନସିକ ଭାବରେ ଶାନ୍ତି ଏବଂ ଶାରୀରୀକ ଭାବରେ ସୁସ୍ଥ ରହିବେ । ଏପରିକି ପେଶା କ୍ଷେତ୍ରରେ, ଆପଣଙ୍କର ଆଗ୍ରହ ବଢିବ, ଯାହା ଫଳରେ ଆପଣ ଆପଣଙ୍କ କାର୍ଯ୍ୟରେ ପୁରସ୍କୃତ ହୋଇପାରନ୍ତି । ଆପଣଙ୍କ ସହକର୍ମୀ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ସମାଜରେ ଆପଣଙ୍କର ଖ୍ୟାତି ବଢିବ । କର୍ମସ୍ଥଳରେ ନିଜ କାର୍ଯ୍ୟ ପାଇଁ ପ୍ରସଂଶିତ ହେବେ । ଆକସ୍ମିକ ଧନଲାଭ ହେବ । ସୁସ୍ବାଦୁ ବ୍ୟଞ୍ଜନ ଭୋଜନ କରିବେ । ଜୀବନସାଥୀଙ୍କ ପ୍ରତି ପ୍ରମ ବଢ଼ିବ । ପରିବାର ସହ ସୁଖଦ ସମୟ ଅତିବାହିତ କରିବେ । କାର୍ଯ୍ୟର ସଫଳତା ପାଇବେ । କାର୍ଯ୍ୟ କ୍ଷେତ୍ରରେ ଓ ସାମାଜିକ ସ୍ଥରରେ ସୁଦୃଢ ଭାବରେ ପ୍ରତିଷ୍ଠିତ ହେବେ । ଆନନ୍ଦ ଅନୁଭବ କରବେ । ନିବିଡ ବନ୍ଧୁ ତଥା ପରିବାର ବର୍ଗଙ୍କ ସହିତ ସମୟ ଅତିବାହିତ କରିବେ । ମିଠାକଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ । ବିଦ୍ୟାର୍ଥୀ ପଠପଢ଼ାରେ ଆଗ୍ରଗତ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆଜି ମାନସିକ ଭାବରେ ଚିନ୍ତିତ ରହିବେ । ଶାରୀରିକ ବ୍ୟଥିକୁ ନେଇ ବିଚଳିତ ରହିପାରନ୍ତି । କଠିନ ପରିଶ୍ରମ ପରେ ମଧ୍ୟ ଆଶାନୁରୁପକ ଫଳ ପାଇବେ ନାହିଁ । ଆଜି ନିଦକୁ ଆପଣ କ୍ଲାନ୍ତ ଏବଂ ଶକ୍ତିହୀନ ଅନୁଭବ କରିପାରନ୍ତି । ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ । କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି । ପ୍ରତିଶୋଧ ପରାୟଣ ହୋଇପାରନ୍ତି । ନିଜ କଥା ଉପରେ ସଞ୍ଜମ ରଖନ୍ତି । ନଚେତ ପରେ ପଶ୍ଚ୍ୟତାପ କରିପାରନ୍ତି । ଶରୀରରେ ଆଳସ୍ୟ ଏବଂ ମାନ୍ଦାପଣ ଯୋଗୁଁ ନିଜ ଉପରେ ନ୍ୟସ୍ତଥିବା କାମକୁ ସମ୍ପୁର୍ଣ୍ଣ କରିପାରିବେ ନାହିଁ । ବିଭିନ୍ନ କାରଣରୁ ମନ ଅଶାନ୍ତ ରହିବ । ଜଣେ ପ୍ରିୟଜନଙ୍କ ସହ ଝଗଡା ହୋଇପାରେ । ନିଜ ମାଆଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ପତ୍ନୀଙ୍କ ସହ ମନମାଳିନ୍ୟ ହୋଇପାରେ । ତେଣୁ ମନ ଅଶାନ୍ତ ରହିବ । ସମ୍ପତ୍ତି ଏବଂ ଆଇନ ସମ୍ମତ କାଗଜ ପତ୍ର ବିଷୟରେ ତରବରିଆ ଭାବେ କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ । ବିଦ୍ୟାର୍ଥୀ ପାଠପଢ଼ାପ୍ରତି ଅନାଗ୍ରହ ଦେଖାଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜି ଦିନଟି ଦୁଃଖମୟ ରହିବ । ଆପଣଙ୍କ ଶରୀର, ରାଗ, ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ । ପରିବାର ଭିତରେ ଦ୍ୱନ୍ଦର ଆଶଙ୍କା ଅଛି । ତେଣୁ ପରିସ୍ଥିତିକୁ ବିଜ୍ଞତାର ସହିତ ଶାନ୍ତ ରହି ହ୍ୟାଣ୍ଡେଲ୍‌ କରନ୍ତୁ । ଯଦି ସମ୍ଭବ, ବେଆଇନ୍‌ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ । ଆପଣ ଅଧିକ କ୍ରୋଧିତ ହୋଇପାରନ୍ତି । ନିଜର କ୍ରୋଧ ଉପରେ ଲଗାମ ଦେବାକୁ ଚେଷ୍ଟା କରନ୍ତୁ । ଏହାର କୁପ୍ରଭାବ ସବୁକ୍ଷେତ୍ରରେ ଆପଣଙ୍କୁ ଅପଦସ୍ତ କରାଇବ । ଏପରିକି ଘରର ସଦସ୍ୟଙ୍କ ସହ ପାଟିତୁଣ୍ଡ ହୋଇପାରେ । ସେମାନେ ଆପଣଙ୍କୁ ହେୟଜ୍ଞାନ କରିବେ । ଆପଣଙ୍କର ଜିଦିଆ ପ୍ରକୃତି ଆପଣଙ୍କୁ ବହୁ ଅସୁବିଧାରେ ପକାଇବ । ପ୍ରଥମେ ଆପଣ ରାଗିଯିବେ, ମାତ୍ର ପଛରେ ଅନୁତାପ କରିପାରନ୍ତି । ଯାହାକି ଆପଣଙ୍କୁ ହଇରାଣରେ ପକାଇପାରେ । ଈଶ୍ବର ଭକ୍ତିରେ ନିଜକୁ ମଗ୍ନ ରଖନ୍ତୁ । ଫଳରେ କ୍ରୋଧ ଠାରୁ ଦୂରେଇ ପାରିବେ । ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନଟି ସେତେ ଭଲ ରହିନପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଏହି ରାଶିର ବ୍ୟକ୍ତିମାନେ ମିଷ୍ଟଭାଷୀ ହେବେ । ନିଜର ମିଠା କଥାରେ ଅନ୍ୟମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବେ । ନିଜ କଥାରେ ଶାଳୀନତା ପାଇଁ ପ୍ରଶଂସିତ ହେବେ । ଆପଣଙ୍କୁ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ଆପଣ ସମୟ ପୂର୍ବରୁ ସମାପ୍ତ କରିପାରିବେ । ଭୋଗ ବିଳାସରେ କିଛି ସମୟ କଟାଇପାରନ୍ତି । ହୃଦୟବାନ୍‌ ହେବେ । ସ୍ବାଭିମାନୀ ହେବେ । ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଉଦାର ସ୍ବଭାବର ହେବେ । ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ । ଉନ୍ନତ ଚିନ୍ତାଧାରା ଓ ଉପଦେଶ ଦେଇ ସହଯୋଗୀ ଓ ସହକର୍ମୀମାନଙ୍କର ବିଶ୍ବାସଭାଜନ ହେବେ । ରବିବାରରେ ସୂର୍ଯ୍ୟଙ୍କ ପରି ଚମକ ରହିବ । ଯେଉଁ କାର୍ଯ୍ୟରେ ହାତ ଦେବେ ସଫଳ ହେବେ । ପରିବାର ଲୋକଙ୍କ ସହ ବାହାରକୁ ବୁଲିବା ପାଇଁ ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆପଣ ଅତ୍ୟନ୍ତ ଯତ୍ନଶୀଳ ଏବଂ ତୃଟିହୀନ ହୋଇ ପ୍ରତ୍ୟେକ କାର୍ଯ୍ୟକୁ ସମ୍ପାଦନ କରିବେ । ଅର୍ଥ ଏବଂ ଆର୍ଥିକ ବିଷୟ ସହିତ ଜଡିତ କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟ ପାଇଁ ପାଣ୍ଠି ବନ୍ଦୋବସ୍ତ କରିବା ପାଇଁ ଚାହୁଁଛନ୍ତି, ତେବେ ଏହା ହିଁ ଉତ୍କୃଷ୍ଟ ସମୟ । ଭଲ ପ୍ରଭାବରୁ ଆପଣ, ଆଜି, ସୃଜନଶୀଳ ହେବେ ଏବଂ ଏହି ଗୁଣ ଦ୍ୱାରା ଅନ୍ୟମାନଙ୍କୁ ସହଜରେ ପ୍ରଭାବିତ କରିପାରିବେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ନ୍ଧୁ ଏବଂ ପରିବାର ସହ କୌଣସି ସ୍ଥାନ ପରିଦର୍ଶନରେ ଯିବେ । ନୂତନ ସ୍ଥାନ ଭ୍ରମଣ, ଅର୍ଥ ଓ ସମ୍ମାନ ମିଳିବ । ବନ୍ଧୁଙ୍କୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ବ୍ୟବସାୟିକ ଉନ୍ନତି କରିବେ । କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ । ସ୍ବାସ୍ଥ୍ୟଗତ ସମସ୍ୟା ଦୂର ପାଇଁ ଧ୍ୟାନଦେବେ । ବିଦ୍ୟାର୍ଥୀ କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ମହିଳାମାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭଙ୍କର ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆପଣଙ୍କ ଭାଷା ଏବଂ କଥାବାର୍ତ୍ତାରେ ଆପଣ ସତର୍କ ଏବଂ ନିୟନ୍ତ୍ରିତ ରଖନ୍ତୁ । ସାଧାରଣ ଅସୁସ୍ଥତା, ମାନ୍ଦାପଣ ଏବଂ ଷ୍ଟ୍ରେସ୍‌ ଆଜି ଆପଣଙ୍କୁ ଅଶାନ୍ତ ରଖିବ । ଡ୍ରାଇଭିଂ କଲାବେଳେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ଏବଂ ଯଦି କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଯିବାର ଯୋଜନା କରିଛନ୍ତି, ତେବେ ଆଜି ନ କରି ଆଗକୁ ଘଞ୍ଚାନ୍ତୁ । ନିଜ ବନ୍ଧୁଙ୍କ ସହିତ କଳହ ହୋଇପାରେ । ସମସ୍ୟା ବିଚାରାଳୟକୁ ଯାଇପାରେ । କିଛି ଲୋକଙ୍କ ଠାରୁ କଟୁ କଥା ଶୁଣିପାରନ୍ତି । ଫଳରେ ମାନସିକ ଅସ୍ଥିରତା ହୋଇପାରେ । କିନ୍ତୁ ଏହାକୁ ସରଳ ଭାବରେ ନିଅନ୍ତୁ । କୌଣସି କଥାକୁ ଅଧିକ ସମୟ ଧରି ମନରେ ରଖନ୍ତୁ ନାହିଁ । ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଦ୍ବନ୍ଦ୍ବ ପରିଲକ୍ଷିତ ହୋଇପାରେ । ଯାତ୍ରା ଜନିତ ଆଘାତ ଲାଗିପାରେ । ତେଣୁ କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ସଚେତନ ରୁହନ୍ତୁ । ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା ହ୍ରାସ ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆୟୁଷ୍ମାନ୍‌ ହେବେ । ଯଶସ୍ବୀ ହୋଇପାରନ୍ତି । ଆଜି ଆର୍ଥିକ, ସମାଜ ଏବଂ ପାରିବାରିକ ଭଳି ମୁଖ୍ୟ କ୍ଷେତ୍ରରେ ଖୁସୀ ରହିବେ । ଆଜି ଭାଗ୍ୟର ସାଥ ପାଇ ଅସାଧ୍ୟ କାର୍ଯ୍ୟକୁ ବି ସାଧ୍ୟ କରିବେ । ଅର୍ଥ ପ୍ରାପ୍ତ ହେବର ସମ୍ବାବନା ରହିଛି । ମୋଟ ଉପରେ ଏହା ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବାକୁ ଯାଉଛି । ବ୍ୟବସାୟରେ ଆପଣ ପୁରସ୍କାର ଏବଂ ଲାଭ ଉଭୟ ପ୍ରାପ୍ତ କରିବାର ଅଛି । ପ୍ରିୟଜନଙ୍କ ସହିତ ଏକ ପର୍ଯ୍ୟଟନ ସ୍ଥାନକୁ ଯିବାର ମଧ୍ୟ ସମ୍ଭାବନା ରହିଛି । ଲୋକପ୍ରିୟତା ଅର୍ଜନ କରିବେ । ସୁସ୍ଥ ଓ ନିରାମୟ ରହିବେ । ନିଜ ପରିବାର ଓ ପିଲାଙ୍କ ସହିତ ଖୁସି ବାଣ୍ଟିପାରନ୍ତି । ବାଣିଜ୍ୟ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ବତନ୍ତ୍ର ଓ ନୂତନ ଭାବରେ ବ୍ୟବସାୟ ପ୍ରାରମ୍ଭ କରିବା ପାଇଁ ଦିନଟି ଅତ୍ୟନ୍ତ ଭଲ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆପଣ ନିଜକୁ ଭାଗ୍ୟଶାଳୀ ଅନୁଭବ କରିବେ । ପରିବାର ମଧ୍ୟରେ ଶୁସିର ଲହରି ଖେଳିଯିବ । ଅନେକ ଦିନ ଅଟକିରହିଥିବା କାର୍ଯ୍ୟ ସମାପ୍ତ ହେବ । ଆପଣଙ୍କ ବନ୍ଧୁ ଏବଂ ପ୍ରୀୟଜନଙ୍କ ସହିତ ଏକ ପ୍ରେମଭରା ମିଳନ ଆପଣଙ୍କ ହୃଦୟ ଶାନ୍ତି ଦେବ । ବ୍ୟବସାୟରେ ଆର୍ଥିକ ବିଷୟକୁ ନେଇ ଆପଣ ଭ୍ରମଣ କରିବାକୁ ପଡିପାରେ, କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ଏବଂ ଲାଭଦାୟକ ପ୍ରମାଣିତ ହେବ । ପାଟିକୁ ସୁଆଦିଆ ଖାଦ୍ୟର ମଜ୍ଜା ନେଇପାରନ୍ତି । ମାତ୍ର ଅତ୍ୟଧିକ ବାହାର ଖାଦ୍ୟଠାରୁ ଦୂରତା ରଖନ୍ତୁ । ଆପଣଙ୍କ କାର୍ଯ୍ୟ ପାଇଁ ଆପଣ ସମ୍ମାନିତ ହୋଇପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ । ସେହିପରି ମହିଳାମାନେ ନିଜ ପାଇଁ କୌଣସି ନୂତନ ଦ୍ରବ୍ୟ କିଣିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣଙ୍କ ପାଇଁ ଆଜି ମିଶ୍ରିତ ଫଳ ରହିବ । ଆଜି ଅନାବଶ୍ୟକ ତର୍କ ପ୍ରତିଯୋଗିତା ଏବଂ ଯୁକ୍ତିତର୍କରେ ନିଜକୁ ସାମିଲ କରନ୍ତୁ ନାହିଁ । ଲଗାତାର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଆପଣ ମାନ୍ଦା ଏବଂ ହତାସ ଅନୁଭବ କରିପାରନ୍ତି । ଭାଗ୍ୟବଶତଃ, ଆପଣ ତଥାପି ବି ମାନସିକ ଭାବରେ କୋହଳ ଏବଂ କୌତୁହଳୀ ଅନୁଭବ କରିବେ । ପରିସ୍ଥିତିରେ ପଡ଼ି ଈର୍ଷା ପରାୟଣ ହୋଇପାରନ୍ତି । ପରିସ୍ଥିତିରେ ପଡ଼ି କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆଜି କୌଣସି ଶୁଭ କାର୍ଯ୍ୟ ଆରମ୍ଭ ନକରିବା ଭଲ ରହିବ । ପିଲାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ପେଟଜନିତ ସମସ୍ୟା ସହ ଥଣ୍ଡା କଫ ସମସ୍ୟା ଆପଣଙ୍କୁ ଅଣନିଶ୍ବାସି ଭଳି ଅନୁଭବ କରାଇବ । ଆଜି ବାହାରକୁ ଯାତ୍ରା ନକରି ଘରେ ରହିବା ଆପଣଙ୍କ ପାଇଁ ଖୁଭ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆପଣଙ୍କ ଅନୈତିକ କାର୍ଯ୍ୟକଳାପରେ ଆପଣଙ୍କୁ ଅସୁବିଧାରେ ପକାଇପାରେ । ନିଜର ଜିହ୍ୱା ଓ କ୍ରୋଧକୁ ନିଜ ଆୟତ୍ତରେ ରଖନ୍ତୁ । ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ । ବେଆଇନ କାର୍ଯ୍ୟକଳାପରେ ନିଜକୁ ଜ଼ଡିତ କରନ୍ତୁ ନାହିଁ । ଶାରିରୀକ ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହେବାକୁ ପ଼ଡିପାରେ । ଆପଣ ଆଶ୍ୱସ୍ଥି ଅନୁଭବ କରିପାରନ୍ତି । ମୂଲ୍ୟହିନ ଚିନ୍ତା ଆପଣଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିପାରେ । ତାଠାରୁ ଦୂରେଇ ରୁହନ୍ତୁ । ନିଜର ଈଶ୍ୱର ବିଶ୍ୱାସୀ ମନ ଆପଣଙ୍କୁ ଇଈଙ୍କୁ ଆରାଧନା କରିବାପାଇଁ ପ୍ରେରଣା ଯୋଗାଇବ । ଜଟିଳତା ମଧ୍ୟରେ ଗତି କରିବେ । ଦିନର ମୁଖ୍ୟ ସମୟ ଯାହାକି କ୍ରୋଧ ଓ ଆର୍ଥିକ କ୍ଷତିରେ ପହଞ୍ଚାଇବ । ସମ୍ପତ୍ତି ଏବଂ ଆଇନ ସମ୍ମତ କାଗଜ ପତ୍ର ବିଷୟରେ ତରବରିଆ ଭାବେ କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ । ଆଜିର ଦିନରେ କିଛି କାର୍ଯ୍ୟ କରିବା ପୂର୍ବରୁ ଯଥେଷ୍ଟ ଚିନ୍ତା କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.