ETV Bharat / bharat

Nuakhai 2024: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ - Nuakhai wish

author img

By ETV Bharat Odisha Team

Published : Sep 8, 2024, 9:35 AM IST

Updated : Sep 8, 2024, 2:26 PM IST

Nuakhai 2024: ନୂଆଁଖାଇ ପାଇଁ ଉତ୍ସବମୁଖର ସମଗ୍ର ପଶ୍ଚିମ-ଓଡିଶା । ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଧର୍ମେନ୍ଦ୍ର ଓ ନବୀନ ମଧ୍ୟ ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ

Nuakhai 2024: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
Nuakhai 2024: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ (ETV Bharat Odisha)

ହାଇଦ୍ରାବାଦ: ପଶ୍ଚିମ-ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମାନଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

  • ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ବାର୍ତ୍ତା:-

ଶୁଭେଚ୍ଛା ଟ୍ବିଟରେ ରାଷ୍ଟ୍ରପତି ମୁର୍ମୁ ଲେଖିଛନ୍ତି,‘‘ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷକରି ଓଡ଼ିଶାବାସୀଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ନୂଆଁଖାଇ ଆମ କୃଷିଭିତ୍ତିକ ଜନଜୀବନର ଏକ ମହାନ ପର୍ବ । ଦେଶର କୃଷକ ଭାଇଭଉଣୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଏହା ଏକ ବିଶେଷ ଅବସର । ଏହି ପର୍ବ ସଭିଙ୍କ ଜୀବନକୁ ସୁଖ ସମୃଦ୍ଧିରେ ଭରିଦେଉ, ଏହା ମୋର ଆନ୍ତରିକ କାମନା ।’’

  • ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା:-

‘‘ନୂଆଖାଇ ହୁହାର । ନୁଆଖାଇର ବିଶେଷ ଉତ୍ସବରେ ମୋର ଶୁଭେଚ୍ଛା । ଆମେ ଆମର ପରିଶ୍ରମୀ କୃଷକମାନଙ୍କୁ କୃତଜ୍ଞତା ଜଣାଉଛୁ ଏବଂ ଆମ ସମାଜ ପାଇଁ ସେମାନଙ୍କର ଉଦ୍ୟମ ପ୍ରଶଂସନୀୟ । ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ମିଳୁ ।’’

  • ମୁଖ୍ୟମନ୍ତ୍ରୀ ମୋହନଙ୍କ ଶୁଭେଚ୍ଛା:-

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି,‘‘ପଶ୍ଚିମ-ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ନୂଆଁଖାଇ ଜୁହାର । ମା' ସମଲେଶ୍ୱରୀଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହ ଜଗତର କଲ୍ୟାଣ କାମନା କରୁଛି ।’’

  • ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା ବାର୍ତ୍ତା:-

କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରେ ସମ୍ବଲପୁରୀ ଭାଷାରେ ଲେଖିଛନ୍ତି,‘‘ଆମର୍ ରାଏଜ୍ ର ମହାନ୍ କୃଷିଭିତ୍ତିକ୍ ଗଣପର୍ବ ‘ନୂଆଁଖାଇ’ ଅବସର୍ ଥି ରାଏଜ୍‌ବାସୀ କୁଁ ବହୁତ୍ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ ଜନଉଛେଁ । ଆମର୍ ବଡ୍‌ଖା ତିହାର୍ ‘ନୂଆଁଖାଇ’ ର୍ ଇ ଶୁଭ୍ ଅବସର୍ ନେ ସମ୍‌କର୍‌ ସୁସ୍ୱାସ୍ଥ୍ୟ, ସୁଖ୍, ସମୃଦ୍ଧି, ଆର୍ ପ୍ରଗତି ର୍ ଲାଗି ମାଁ ସମ୍‌ଲେଇ ଆର୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର୍ ଠାନେ ଗୁହାରି କରୁଛେଁ । ’’

  • ନବୀନଙ୍କ ଶୁଭେଚ୍ଛା:-

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟ୍ବିଟରେ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘‘ସମକୁ ମୋର ନୂଆଁଖାଇ ଜୁହାର। ମା' ସମଲେଶ୍ବରୀଙ୍କ କୃପା ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। ଜୟ ମା' ସମଲେଇ ।’’

ଏହା ମଧ୍ୟ ପଢନ୍ତୁ:- Nuakhai 2024: ମାଟି-ମାଆ-ପ୍ରକୃତିର ନିଆରା ପର୍ବ ନୂଆଖାଇ, ଇତିହାସ ଓ ପରମ୍ପରାକୁ ନେଇ ଜାଣନ୍ତୁ କିଛି ଅଜଣା କଥା - Unknown Fact About Nuakhai

ଆଜି ଆରମ୍ଭ ହେବ ‘ସିଏମ କିଶାନ ଯୋଜନା’:

ଅନ୍ୟପଟେ ଆଜି ସମ୍ବଲପୁରରେ ମା’ ସମଲେଇଙ୍କ ଦର୍ଶନ ସହ ନବାନ୍ନ ଗ୍ରହଣ କରି ନୂଆଁଖାଇ ପାଳିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ଆଜି ସିଏମ କିଶାନ ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ । ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯୋଜନାର ପ୍ରଥମ କିସ୍ତି ଟଙ୍କା ଟ୍ରାନ୍ସଫର ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 8, 2024, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.