ETV Bharat / bharat

Russia Ukraine war: ଋଷ-ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରିବ ଭାରତ, ଶାନ୍ତି ଆଲୋଚନା ପାଇଁ ମସ୍କୋ ଯିବେ ଅଜିତ ଡୋଭାଲ ! - Russia Ukraine Peace Talks

author img

By ETV Bharat Odisha Team

Published : Sep 8, 2024, 11:26 AM IST

Russia-Ukraine Peace Talks: ଋଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ଭାରତ । ନିକଟରେ ଉଭୟ ଦେଶ ଗସ୍ତ କରି ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏବେ ଆଲୋଚନା ପାଇଁ ମସ୍କୋ ଗସ୍ତ କରିପାରନ୍ତି ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ । ଅଧିକ ପଢନ୍ତୁ

Russia Ukraine war: ଋଷ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ମସ୍କୋ ଯିବେ ଏନଏସଏ ଡୋଭାଲ !
Russia Ukraine war: ଋଷ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ମସ୍କୋ ଯିବେ ଏନଏସଏ ଡୋଭାଲ ! (ETV Bharat Odisha)

ନୂଆଦିଲ୍ଲୀ: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁକ୍ରେନ ଗସ୍ତ କରି ସ୍ଥାନୀୟ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ସହ ସାକ୍ଷାତ କରି ଫେରିଛନ୍ତି । ଏହା ପୂର୍ବରୁ ସେ ଋଷ ଗସ୍ତ କରି ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ । ତେବେ ଏହି ପ୍ରସଙ୍ଗରେ ଏକ ବଡ ସୂଚନା ଏବେ ସାମ୍ନାକୁ ଆସିଛି । ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସମାପ୍ତ କରିବାରେ ଭାରତ ଏକ ବଡ ତଥା ନିର୍ଣ୍ଣାୟକ ଭୂମିକା ତୁଲାଇବାକୁ ଯାଉଛି । ଉଭୟ ଦେଶର ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମଧ୍ୟସ୍ଥତା କରିବ ଭାରତ । ଏଥିପାଇଁ ଜାତୀୟ ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ । ସେ ଚଳିତ ସପ୍ତାହରେ ମସ୍କୋ ଗସ୍ତ କରିବେ ବୋଲି ସୂତ୍ରରୁ ସୂଚନା ମିଳିଛି ।

ମସ୍କୋରେ ପୁଟିନଙ୍କ ସହ ମୋଦି
ମସ୍କୋରେ ପୁଟିନଙ୍କ ସହ ମୋଦି (ETV Bharat Odisha)
  • ଚଳିତ ସପ୍ତାହରେ ମସ୍କୋ ଯିବେ ଡୋଭାଲ !

ତେବେ ଏହି ମିଶନ ସମ୍ପର୍କରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ କିଛି ସୂଚନା ଦେଇନି । ମାତ୍ର ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଏକାଧିକ ଜାତୀୟ ଗଣମାଧ୍ୟମରେ ଏହି ସମ୍ପର୍କିତ ଖବର ପ୍ରସାରିତ ହୋଇଛି । ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେବା ପରେ ଅଗଷ୍ଟ 27 ତାରିଖରେ ମୋଦି ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ମଧ୍ୟ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ । ଏହି ଟେଲିଫୋନିକ ବାର୍ତ୍ତାଳାପ ଉଭୟ ଦେଶ ମଧ୍ୟରେ କୂଟନୈତିକ ଆଲୋଚନା ପାଇଁ ଥିଲା ବୋଲି ଖବର ପ୍ରସାରିତ ହୋଇଥିଲା । ଏବେ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ଏହି ଆଲୋଚନା ପାଇଁ ଭାରତ ପକ୍ଷରୁ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ ମସ୍କୋ ଗସ୍ତ କରିବେ । କାର୍ଯ୍ୟକ୍ରମର ସମ୍ପର୍କରେ ସବିଶେଷ ସୂଚନା ହସ୍ତଗତ ହୋଇନି । ମାତ୍ର ଡୋଭାଲ ଏହି ସପ୍ତାହରେ ମସ୍କୋ ଗସ୍ତ କରିବାର ସର୍ବାଧିକ ସମ୍ଭାବନା ରହିଛି ।

କିଭରେ ଜେଲେନସ୍କିଙ୍କ ସହ ମୋଦି
କିଭରେ ଜେଲେନସ୍କିଙ୍କ ସହ ମୋଦି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରୁନେଇ ଏବଂ ସିଙ୍ଗାପୁର ଗସ୍ତ: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସନ୍ତୁଳନ ପାଇଁ ଏକ ପ୍ରୟାସ - PM Modi Bilateral Visit

  • ପ୍ରଥମରୁ କୂଟନୈତିକ ଆଲୋଚନା ପ୍ରସ୍ତାବ ଦେଇଥିଲା ଭାରତ

ତେବେ ଦୀର୍ଘ 2ବର୍ଷ ଧରି ଜାରି ରହିଥିବା ଋଷ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ଆମେରିକା, ବ୍ରିଟେନ ପରି ପଶ୍ଚିମ ରାଷ୍ଟ୍ରସମୂହ ସାମରିକ ଓ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି । ଅନୁରୂପ ଭାବେ ଋଷକୁ ବିଭିନ୍ନ ଅନ୍ତର୍ଜାତୀୟ କଟକଣାର ସାମ୍ନା କରିବାକୁ ପଡିଛି । ତଥାପି ଋଷ ଆକ୍ରମଣ ବନ୍ଦ କରିନାହିଁ । ମାତ୍ର ଭାରତ ଏହି ଯୁଦ୍ଧ ପ୍ରସଙ୍ଗରେ ସିଧାସଳଖ ଗୋଷ୍ଠୀଭୂକ୍ତ ନହୋଇ ଗୋଷ୍ଠୀ ନିରପେକ୍ଷତା ବଜାୟ ରଖିଛି । ଉଭୟ ଦେଶ ଆକ୍ରମଣ ଓ ପ୍ରତିଆକ୍ରମଣ ବନ୍ଦ କରି ଆଲୋଚନା ଟେବୁଲକୁ ବାଛନ୍ତୁ ଓ ଭାରତ ଶାନ୍ତି ଆଲୋଚନା ଦିଗରେ ସମସ୍ତ ସହଯୋଗ କରିବ ବୋଲି ପ୍ରଥମରୁ ନୂଆଦିଲ୍ଲୀ ସ୍ପଷ୍ଟ କରିଆସିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଋଷ ଓ ପରେ ୟୁକ୍ରେନ ଗସ୍ତ କରି ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ । ଏବେ ଜାତୀୟ ପରାମର୍ଶଦାତା ଡୋଭାଲଙ୍କ ମାଧ୍ୟମରେ ଔପଚାରିକ ମଧ୍ୟସ୍ଥତା ଆରମ୍ଭ କରିପାରେ ନୂଆଦିଲ୍ଲୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.