ETV Bharat / bharat

ରାଜ୍ୟସଭା ନିର୍ବାଚନ: ଆଜି ECI ବିଜ୍ଞପ୍ତି, 21 ଯାଏଁ ନାମାଙ୍କନ, ଓଡ଼ିଶାରୁ କିଏ ଯିବେ ! - Rajya Sabha elections

author img

By ETV Bharat Odisha Team

Published : Aug 14, 2024, 11:57 AM IST

Updated : Aug 14, 2024, 12:57 PM IST

Rajya Sabha Election: ଆଜି ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି । 21 ତାରିଖ ଯାଏଁ ନାମାଙ୍କନ । ଓଡିଶାର ରହିଛି ଗୋଟିଏ ଆସନ । ବିଜେଡି ସାଂସଦ ମମତା ମହାନ୍ତଙ୍କ ଇସ୍ତଫା ପରେ ରାଜ୍ୟରେ ଖାଲି ପଡ଼ିଥିଲା ଗୋଟିଏ ରାଜ୍ୟସଭା ଆସନ । ଅଧିକ ପଢନ୍ତୁ

ରାଜ୍ୟସଭା ନିର୍ବାଚନ: ଆଜି ପ୍ରକାଶ ପାଇବ ବିଜ୍ଞପ୍ତି, 21 ଯାଏ ଚାଲିବ ନାମାଙ୍କନ
ରାଜ୍ୟସଭା ନିର୍ବାଚନ: ଆଜି ପ୍ରକାଶ ପାଇବ ବିଜ୍ଞପ୍ତି, 21 ଯାଏ ଚାଲିବ ନାମାଙ୍କନ (ETV Bharat Odisha)

ହାଇଦ୍ରାବାଦ: ସେପ୍ଟେମ୍ବର 3 ତାରିଖରେ ହେବାକୁ ଥିବା 9 ରାଜ୍ୟର 12ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ । ଆଜିଠାରୁ ଆରମ୍ଭ ହୋଇ 21 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି । ଅଗଷ୍ଟ 27 ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ନିର୍ବାଚନ ହେବାକୁ ଯାଉଥିବା ଏହି ଆସନ ମଧ୍ୟରେ ଓଡିଶାର ଗୋଟିଏ ଆସନ ରହିଛି । ରାଜ୍ୟସଭା ସାଂସଦ ପଦରୁ ପୂର୍ବତନ ବିଜେଡି ନେତ୍ରୀ ମମତା ମହାନ୍ତଙ୍କର ଇସ୍ତଫା ପରେ ଖାଲି ପଡିଥିବା ଗୋଟିଏ ଆସନରେ ଏହି ପର୍ଯ୍ୟାୟରେ ନିର୍ବାଚନ ହେବ ।

  • କେଉଁ 9 ରାଜ୍ୟରେ ନିର୍ବାଚନ

ଏହି ତାଲିକାରେ ଆସାମ, ମହାରାଷ୍ଟ୍ର ଓ ବିହାରର ଦୁଇଟି ଲେଖାଏଁ ଆସନ ଥିବା ବେଳେ ଓଡିଶା, ତେଲେଙ୍ଗାନା, ତ୍ରିପୁରା ,ରାଜସ୍ଥାନ, ତେଲେଙ୍ଗାନା, ହରିୟାଣ ଓ ରାଜସ୍ଥାନର ଗୋଟିଏ ଲେଖାଏଁ ଆସନ ରହିଛି । ଏହି 12 ଆସନ ମଧ୍ୟରୁ 10ଟି ଆସନରେ ସଦସ୍ୟ ଥିବା ସାଂସଦମାନେ ସାଧାରଣ ନିର୍ବାଚନ ଲଢି ନିମ୍ନସଦନ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ପୀୟୂଷ ଗୋଏଲ, ସର୍ବାନନ୍ଦ ସୋନୱାଲ ଓ ଜ୍ୟୋତିରାଦିତ୍ୟ ସିନ୍ଦିଆ ପ୍ରମୁଖ ରହିଛନ୍ତି । ଓଡିଶା ଓ ତେଲେଙ୍ଗାନାର ଦୁଇ ସଦସ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

  • ଆଜିଠାରୁ ନାମାଙ୍କନ ଦାଖଲ ଆରମ୍ଭ
  • 21 ତାରିଖରେ ନାମାଙ୍କନ ଦାଖଲ ଶେଷ
  • 22ରେ ପ୍ରାର୍ଥୀପତ୍ର ଯାଞ୍ଚ
  • 26 ଓ 27 ତାରିଖ ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ
  • 26 ତାରିଖରେ ଆସାମ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଓ ତ୍ରିପୁରା ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଥିବା ବେଳେ ପରଦିନ ଅର୍ଥାତ 27 ତାରିଖରେ ଓଡିଶା, ବିହାର, ହରିୟାଣା, ରାଜସ୍ଥାନ ଓ ତେଲେଙ୍ଗାନାର ପ୍ରାର୍ଥୀମାନଙ୍କ ପାଇଁ ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର 3 ତାରିଖରେ ପୂର୍ବାହ୍ନ 9ଟାରୁ ଅପରାହ୍ନ 4ଟା ମଧ୍ୟରେ ମତଦାନ ଶେଷ ହେବ । ଭୋଟିଂ ଶେଷ ହେବା ପରେ ସେହିଦିନ ସଂଧ୍ୟାରେ ଗଣତି ପ୍ରକ୍ରିୟା ମଧ୍ୟ ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 14, 2024, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.