ETV Bharat / bharat

CAA ଉପରେ ସ୍ଥଗିତାଦେଶ ପାଇଁ ମନା କଲେ SC, କେନ୍ଦ୍ରକୁ ମାଗିଲେ ଜବାବ

author img

By ETV Bharat Odisha Team

Published : Mar 19, 2024, 4:35 PM IST

SC Seeks Centre Response on CAA: ସ୍ଥଗିତାଦେଶ ପାଇଁ ମନା କଲେ ସୁପ୍ରିମକୋର୍ଟ । 3 ସପ୍ତାହ ମଧ୍ୟରେ ପକ୍ଷ ରଖିବାକୁ କେନ୍ଦ୍ରକୁ ଦେଲେ ନିର୍ଦ୍ଦେଶ । ଏପ୍ରିଲ 9 ତାରିଖରେ ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

CAA ଉପରେ ସ୍ଥଗିତାଦେଶ ପାଇଁ ମନା କଲେ SC, କେନ୍ଦ୍ରକୁ ଜବାବ ମାଗିଲେ

ନୂଆଦିଲ୍ଲୀ: ଗତ ସପ୍ତାହରେ ସାରା ଦେଶରେ କାର୍ଯ୍ୟକାରୀ ହୋଇଥିବା ‘ନାଗରିକତା ସଂଶୋଧନ ଅଧିନିୟମ ବା ‘CAA’ର କାର୍ଯ୍ୟକାରିତାରେ ଅନ୍ତରୀଣ ରହିତାଦେଶ ଜାରି କରିବା ପାଇଁ ମନାକଲେ ସୁପ୍ରମିକୋର୍ଟ । ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ଏହାର କାର୍ଯ୍ୟକାରିତାକୁ ନେଇ କେରଳର ଅଲ-ଇଣ୍ଡିଆ ୟୁନିଅନ ମୁସଲିମ ଲିଗ୍‌ (Indian Union Muslim League) ପକ୍ଷରୁ କରାଯାଇଥିବା ଆବେଦନର ଆଜି ସର୍ବୋଚ୍ଚ କୋର୍ଟ ଶୁଣାଣି କରିଛନ୍ତି । ଏହି ନିୟମରେ ତୁରନ୍ତ ସ୍ଥଗିତାଦେଶ ଦେଶ ଜାରି କରିବା ପାଇଁ କୋର୍ଟ ମନା କରିବା ସହ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ରିପୋର୍ଟ ମଧ୍ୟ ମାଗିଛନ୍ତି । 3 ସପ୍ତାହ ଅର୍ଥାତ ଏପ୍ରିଲ 8 ତାରିଖ ମଧ୍ୟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବା ପରେ 9 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଆଜି ଏହି ମାମଲା ସମ୍ପର୍କିତ ପୂର୍ବରୁ ବିଚାରାଧୀନ ଥିବା ମୋଟ 237 ଆବେଦନର ଏକତ୍ର ଶୁଣାଣି କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ । ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଏହି ଆଇନରେ ସ୍ଥଗିତାଦେଶ ଜାରି କରିବା ପାଇଁ ଆବେଦନରେ ଦର୍ଶାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଦୁଇ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ଇନ୍ଦିରା ଜୟସିଂହ ପକ୍ଷ ରଖିଥିବା ବେଳେ ସରକାରଙ୍କ ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖିଥିଲେ । ଏହି ଆଇନ ଏକ ଧାର୍ମିକ ଭେଦଭାବ ସୃଷ୍ଟିକାରୀ ଓ ଏହାକୁ ପାରିତ କରିବାର 4 ବର୍ଷ ପରେ ସାଧାରଣ ନିର୍ବାଚନ ପୂର୍ବରୁ କାହିଁକି ଲାଗୁ କରାଗଲା ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ । ଖଣ୍ଡପୀଠ ଏହି ନିୟମରେ କୌଣସି ଅନ୍ତରୀଣ ସ୍ଥଗିତାଦେଶ ଜାରି କରିବା ମନା କରିବା ସହ ସବିଶେଷ ତଥ୍ୟ ରଖିବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ । ଏପ୍ରିଲ 8 ତାରିଖରେ କେନ୍ଦ୍ର ସରକାର ସତ୍ୟପାଠରେ ବିସ୍ତୃତ ତଥ୍ୟ ଦାଖଲ କରିବା ପରେ 9ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

ଏହା ମଧ୍ୟ ପଢନ୍ତୁ :- ବିହାରରେ NDA ମେଣ୍ଟକୁ ଝଟକା: ମିଳିଲାନି ଲୋକସଭା ସିଟ୍, କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ RLJP ମୁଖ୍ୟ ପଶୁପତି ପାରସ

2019 ମସିହା ଡିସେମ୍ବରରେ ଏହି ବିବାଦୀୟ ବିଲକୁ ସଂସଦରେ ପାରିତ କରିଥିଲେ ମୋଦି ସରକାର । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲେ ସୁଦ୍ଧା ଏହାକୁ ସେତେବେଳେ କାର୍ଯ୍ୟକାରୀ କରାଯାଇନଥିଲା । କୋଭିଡ ମହାମାରୀ ଓ ଅନ୍ୟ କାରଣ ପାଇଁ କେନ୍ଦ୍ର ସରକାର ଏହାର କାର୍ଯ୍ୟକାରିତା ଗଡାଇବାରେ ଲାଗିଥିଲେ । ମାତ୍ର ପାରିତ ହେବାର 4ବର୍ଷ ପରେ ସାଧାରଣ ନିର୍ବାଚନର ଠିକ ପୂର୍ବରୁ ଚଳିତମାସ 11 ତାରିଖରେ କେନ୍ଦ୍ର ସମଗ୍ର ଦେଶରେ ଏହାର କାର୍ଯ୍ୟକାରିତା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ । 2014 ମସିହା ଡିସେମ୍ବର 31 ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣ-ଇସଲାମୀୟ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ପାଇଁ ଏହି ନିୟମରେ ବ୍ୟବସ୍ଥା ରହିଛି । ଏଥିପାଇଁ ପ୍ରକ୍ରିୟା ଏବେ ଜାରି ରହିଛି । କିଛି ଶରଣାର୍ଥୀ ନାଗରିକତା ପ୍ରମାଣପତ୍ର ମଧ୍ୟ ପାଇସାରିଲେଣି । ହେଲେ କାର୍ଯ୍ୟକାରୀ ହେବା ପରେ ମଧ୍ୟ ଏହି ଆଇନ କୋର୍ଟର କାଠଗଡାରୁ ଦୂରରେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.