ETV Bharat / bharat

ଅତୀତରେ କେହି ମୋଦି ସରକାରଙ୍କ ଭଳି ଅନୁଷ୍ଠାନକୁ ଦୁର୍ବଳ କରିନଥିଲେ: ଜୟରାମ - Jairam Ramesh target bjp

author img

By ETV Bharat Odisha Team

Published : Mar 30, 2024, 10:25 PM IST

Jairam Ramesh target BJP: ଅତୀତରେ କେହି ମୋଦି ସରକାରଙ୍କ ଭଳି ଅନୁଷ୍ଠାନକୁ ଦୁର୍ବଳ କରିନଥିଲେ ଯହା ଏବେ ଦେଖିବାକୁ ମିଳୁଛି । ବିଜେପି ଟାର୍ଗେଟ କଲେ ରମେଶ । ଅଧିକ ପଢନ୍ତୁ

ଅତୀତରେ କେହି ମୋଦି ସରକାରଙ୍କ ଭଳି ଅନୁଷ୍ଠାନକୁ ଦୁର୍ବଳ କରିନଥିଲେ: ଜୟରାମ

ନୂଆଦିଲ୍ଲୀ: ବର୍ତ୍ତମାନର ମୋଦି ସରକାର ଦେଶର ସାମ୍ବିଧାନିକ ସଂସ୍ଥାକୁ ଦୁର୍ବଳ କରିବାରେ ଲାଗିଛନ୍ତି । ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି । ଯାହା ଦେଶର ଇତିହାସରେ କେବେ ହୋଇନଥିଲା । ପୂର୍ବରୁ କ୍ଷମତାରେ ଥିବା କୌଣସି ରାଜନୈତିକ ଦଳ ଏପରି କରିନଥିଲେ ବୋଲି କହି ମୋଦି ସରକାର ଉପରେ ବର୍ଷିଛି କଂଗ୍ରେସ ।

ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଜୟରାମ ରମେଶ ଆଜି (ଶନିବାର) ଅଭିଯୋଗ କରିଛନ୍ତି ଯେ ଅତୀତରେ କୌଣସି ସରକାର ଦେଶର ବିଭିନ୍ନ ଅନୁସନ୍ଧାନକାରୀ ସଂସ୍ଥାକୁ ଏତେ ଖରାପ ପ୍ରଣାଳୀରେ ବ୍ୟବହାର କରିନାହାଁନ୍ତି । ଏବେ ଦେଶର ଅବସ୍ଥା ଯାହା, ନରେନ୍ଦ୍ର ମୋଦି ସରକାର ସାମ୍ବିଧାନିକ ଅନୁଷ୍ଠାନଗୁଡିକୁ କ୍ଷୁର୍ଣ୍ଣ କରିବାରେ ଲାଗିଛନ୍ତି । ଗତ 10 ବର୍ଷ ମଧ୍ୟରେ ଦେଶରେ ବିଜେପି ସରକାର ଯେଉଁପରି ଭାବେ କେନ୍ଦ୍ରୀୟ ସଂସ୍ଥା ଓ ସାମ୍ବିଧାନିକ ଅନୁଷ୍ଠାନର ବ୍ଯବହାର କରିଛି, ତାହା ଅତୀତରେ କେବେ ହୋଇନଥିଲା ।

ଜାତୀୟ ଖବର ସରବରାହ ସଂସ୍ଥା ANIରେ ପ୍ରତିକ୍ରିୟା ରଖି ରମେଶ କହିଛନ୍ତି ‘‘ଅତୀତରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାର ବର୍ତ୍ତମାନର ସରକାର ଠାରୁ ବେଶ ଭିନ୍ନ ଥିଲା । ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କାଳରେ ଦେଖିବାକୁ ମିଳିଛି । ବାଜପେୟୀ ସରକାର ବିରୋଧୀ ଦଳର ନେତାମାନଙ୍କୁ ନରେନ୍ଦ୍ର ମୋଦି ସରକାରଙ୍କ ଭଳି କଦାପି ଟାର୍ଗେଟ କରିନଥିଲେ । ଏବେ ତମାମ ସଂସ୍ଥା ଓ ଅନୁଷ୍ଠାନକୁ ସରକାର ନିୟନ୍ତ୍ରଣ କରିବାରେ ଲାଗିଛନ୍ତି । ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର, ରାଜନୈତିକ ଦଳ, ସୁପ୍ରିମକୋର୍ଟ, ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ସାମ୍ବିଧାନିକ ଅନୁଷ୍ଠାନକୁ ଧମକ ଦେବା ଯାହା ସ୍ୱାଧୀନ ରହିବା ନିହାତି ଉଚିତ । ବାଜପେୟୀ ଶାସନ କାଳରେ ଏହି ପ୍ରକାର ଘଟଣା କେବେ ଘଟି ନଥିଲା । ଏହି ପ୍ରକାରର କୌଶଳ ଆମେ କେବେ ଦେଖିନାହୁଁ ।’’

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିଲେ କଳ୍ପନା ସୋରେନ - Kalpana Soren Meets Sunita Kejriwal

ଏବେ ନିର୍ବାଚନ ସମୟରେ ମଧ୍ୟ ଇଡି ଓ ସିବିଆଇ ପରି ଅନେକ ସଂସ୍ଥା ଏକାଧିକ ମାମଲାରେ ଗିରଫଦାରୀ ଜାରି ରଖିଛନ୍ତି । ଏହାକୁ ନେଇ ବିରୋଧୀମାନେ ଏହାକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏବେ ଏକାଧିକ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି । ଯାହାକୁ ନେଇ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.