ETV Bharat / bharat

କଚ୍ଚାତିବୁକୁ ପଥର ଖଣ୍ଡ କହିଥିଲେ ନେହେରୁ: ପୂର୍ବତନ ବିଦେଶ ସଚିବ - Katchatheevu island row

author img

By ETV Bharat Odisha Team

Published : Apr 2, 2024, 10:47 PM IST

Updated : Apr 2, 2024, 11:00 PM IST

Former Foreign Secy Harsh Shringla on Katchatheevu island row: କଚ୍ଚାତିବୁ ପ୍ରସଙ୍ଗରେ ତତ୍କାଳୀନ କଂଗ୍ରେସ ସରକାରକୁ ସମାଲୋଚନା କଲେ ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । କହିଲେ ପଣ୍ଡିତ ନେହେରୁ ଏହାକୁ ପଥର ଖଣ୍ଡ ବୋଲି ଭାବୁଥିଲେ । ଅଧିକ ପଢନ୍ତୁ

କଚ୍ଚତିବୁକୁ ପଥର ଖଣ୍ଡ କହିଥିଲେ ନେହେରୁ: ପୂର୍ବତନ ବିଦେଶ ସଚିବ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ତାମିଲନାଡୁ ଉପକୂଳରେ ଶ୍ରୀଲଙ୍କା ନିୟନ୍ତ୍ରଣରେ ଥିବା କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗ ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି । ଏହାକୁ ନେଇ ଉଭୟ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି । ଆଜି ଏହି ପ୍ରସଙ୍ଗରେ ଜଣେ ଶୀର୍ଷ ପୂର୍ବତନ କୂଟନୈତିକ ଅଧିକାରୀଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ପୂର୍ବତନ ବୈଦେଶିକ ବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଆଜି ଏହି ପ୍ରସଙ୍ଗରେ ମତ ରଖି ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନେହେରୁ ଏହି ଦ୍ବୀପକୁ ଗୁରୁତ୍ବ ଦେଇନଥିଲେ । ଏହା କେବଳ ଏକ ପଥର ଖଣ୍ଡ ବୋଲି କହିଥିଲେ । ଏହି ଆଭିମୁଖ୍ୟ ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ମଧ୍ୟ ପ୍ରତିଫଳିତ ହୋଇଥିଲା ବୋଲି ଶ୍ରୀଙ୍ଗଲା କହିଛନ୍ତି ।

ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ପ୍ରତିକ୍ରିୟା ଦେଇ ଶ୍ରୀଙ୍ଗଲା କହିଛନ୍ତି, ଏହି ଦ୍ବୀପ ବ୍ରିଟିଶ ଇଣ୍ଡିଆ ସମୟରେ ଶ୍ରୀଲଙ୍କାକୁ ହସ୍ତାନ୍ତର କରାଯାଇନଥିଲା । ହେଲେ ପରବର୍ତ୍ତୀ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କାହଁକି ଏହାକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କଲେ । ବ୍ରିଟିଶ ଶାସନ କାଳରେ ମଧ୍ୟ ଭାରତ ଏବଂ ଶ୍ରୀଲଙ୍କାର କ୍ଷେତ୍ରୀୟ ପ୍ରାଧାନ୍ୟ ଅଲଗାଥିଲା । ସେତେବେଳେ ଏହି ଦ୍ବୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିବା ପାଇଁ ଏକ ପ୍ରସ୍ତାବ ଆସିଥିଲା, ହେଲେ ଏହାକୁ ଇଂରେଜମାନେ ସ୍ବୀକାର କରିନଥିଲେ । ଏହାକୁ ଭାରତୀୟ ଅଂଶ ଭାବେ ଗ୍ରହଣ କରାଯାଇଥିଲା । ଏପରିକି ଏହି ଦ୍ବୀପରେ ତାମିଲନାଡୁର ରାମନାଥପୁରମର ରାଜାଙ୍କ ଶାସନ ମଧ୍ୟ ରହିଥିଲା । ଯାହା ଐତିହାସିକ ଭାବେ ଏହା ସ୍ପଷ୍ଟ କରେ ଯେ, ଏହି ଦ୍ବୀପ ଭାରତର ଏକ ଅବିଚ୍ଛେଦ୍ୟ ଓ ପାରମ୍ପରିକ ଅଂଶ ଥିଲା । ଯେତେବେଳେ ଇଂରେଜମାନେ ଏହାକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିବା ପାଇଁ ମନା କରିଦେଇଥିଲେ, ସେତେବେଳେ 1974ରେ ତତ୍କାଳୀନ ଭାରତ ସରକାର କାହିଁକି ଏହାକୁ ଶ୍ରୀଲଙ୍କାକୁ ହସ୍ତାନ୍ତ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କ୍ୟାସ ଫର କ୍ବାରୀ ମାମଲା: ମହୁଆଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଦାଏର କଲା ED - ED files case against Mahua Moitra

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ ମହାସାଗର ମଧ୍ୟରେ ତାମିଲନାଡୁର ରାମେଶ୍ବରମ ଓ ଶ୍ରୀଲଙ୍କା ମଧ୍ୟରେ ରହିଛି ଏହି ଦ୍ବୀପ । ହେଲେ 1974 ମସିହାରେ ଏହାକୁ ଭାରତ-ଶ୍ରୀଲଙ୍କା ସାମୁଦ୍ରିକ ସୀମା ଚୁକ୍ତିରେ ଶ୍ରୀଲଙ୍କାର ଅଂଶ ଭାବେ ସ୍ବିକୃତି ଦେଇଥିଲେ ତତ୍କାଳୀନ ଭାରତ ସରକାର । ସେବେଠାରୁ ଏହା ଉପରେ ଶ୍ରୀଲଙ୍କାର ନିୟନ୍ତ୍ରଣ ରହିଛି । ଏବେ ଆରଟିଆଇ ତଥ୍ୟରେ 1974 ମସିହାର ରାଜିନାମା ସମ୍ପର୍କରେ ଜଣାପଡିବା ପରେ ରାଜନୀତି ତେଜିବାରେ ଲାଗିଛି । ଏହାକୁ ଦେଶର ଅଖଣ୍ଡତା ସହ ଯୋଡି ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ସମାଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 2, 2024, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.