ETV Bharat / bharat

‘କୌଣସି ପ୍ରଶ୍ନପତ୍ର ହଜିନି କିମ୍ବା ତାଲା ଭାଙ୍ଗିନି’: ସୁପ୍ରିମକୋର୍ଟରେ NTAର ସତ୍ୟପାଠ, ଆଜି ଶୁଣାଣି - NTA submitted affidavit to sc

author img

By ETV Bharat Odisha Team

Published : Jul 11, 2024, 11:05 AM IST

NTA SUBMITTED AFFIDAVIT TO SC: ନିଟ୍-ୟୁଜି ମାମଲାରେ ସର୍ବୋଚ୍ଚକୋର୍ଟରେ ସତ୍ୟପାଠ ଦାଖଲ କଲା ‘ଏନଟିଏ’ । ରଖିଲା ଏପରି ଉତ୍ତର । ପୁନଃପରୀକ୍ଷା ହେବ କି ନାହିଁ, ଆଜି ହେବ ଶୁଣାଣି । ଅଧିକ ପଢନ୍ତୁ

‘କୌଣସି ପ୍ରଶ୍ନପତ୍ର ହଜିନି, କିମ୍ବା ତାଲା ଭାଙ୍ଗିନି’: ସୁପ୍ରିମକୋର୍ଟରେ NTAର ସତ୍ୟପାଠ
‘କୌଣସି ପ୍ରଶ୍ନପତ୍ର ହଜିନି, କିମ୍ବା ତାଲା ଭାଙ୍ଗିନି’: ସୁପ୍ରିମକୋର୍ଟରେ NTAର ସତ୍ୟପାଠ (ETV Bharat Odisha)

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ NEET-UG ପେପର ଲିକ୍‌ ମାମଲାରେ ସର୍ବୋଚ୍ଚ କୋର୍ଟରେ ସତ୍ୟପାଠ ଦାଖଲ କରିଛି ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ’ଏନଟିଏ’ । କୌଣସି ପ୍ରଶ୍ନପତ୍ର ଚୋରି ହୋଇନି କିମ୍ବା ହଜି ନାହିଁ । କୌଣସି ଷ୍ଟ୍ରଙ୍ଗରୁମର ତାଲା ମଧ୍ୟ ଭାଙ୍ଗିନି । ସମସ୍ତ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟରରେ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି । କେନ୍ଦ୍ରଗୁଡିକର ସମସ୍ତ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଛି । ଆଜି ମାମଲାର ପରବର୍ତ୍ତୀ ତଥା ନିର୍ଣ୍ଣାୟକ ଶୁଣାଣି ହେବାକୁ ଯାଉଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଗତକାଲି (ବୁଧବାର) ବିଳମ୍ବିତ ସନ୍ଧ୍ୟାରେ ପରୀକ୍ଷା ସଂସ୍ଥା ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ କରିଛି ।

ସତ୍ୟପାଠରେ କ’ଣ ଦର୍ଶାଇଲା ‘ଏନଟିଏ’:-

ସତ୍ୟପାଠରେ ସଂସ୍ଥା ଦର୍ଶାଇଛି, ‘‘ବିଭାଗୀୟ ତଦନ୍ତରେ ଏହା ସ୍ପଷ୍ଟ ହୋଇଛି ଯେ, କୌଣସି ପ୍ରଶ୍ନପତ୍ର ଚୋରି ହୋଇନାହିଁ କିମ୍ବା ହଜି ନାହିଁ । ପ୍ରତ୍ୟେକ ପ୍ରଶ୍ନପତ୍ର ଭିନ୍ନ କ୍ରମିକ ନମ୍ବର ସହ ମୁଦ୍ରିତ ହୋଇଥିଲା । ଯେଉଁ କ୍ରମିକ ସଂଖ୍ୟା ସହ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିଲା, ସେହି କ୍ରମିକ ସଂଖ୍ୟା ଆଧାରରେ ପଞ୍ଜିକୃତ ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରାଯାଇଛି । କୌଣସି ପ୍ରଶ୍ନପତ୍ର ହଜିଥିଲେ କ୍ରମିକ ସଂଖ୍ୟା ମଧ୍ୟ ବଦଳି ଯାଇଥାଆନ୍ତା । ସେହିପରି ପରିଚାଳନା ପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗରୁମର ତାଲା ମଧ୍ୟ ଭଙ୍ଗାଯାଇନି । କମାଣ୍ଡ ସେଣ୍ଟରଗୁଡିକ ନିୟମିତ ସିସିଟିଭି ସର୍ଭିଲାନ୍ସରେ ଥିଲା । ହେଲେ ଏହାର ଫୁଟେଜ ଯାଞ୍ଚ କରାଯିବା ପରେ ସେପରି କୌଣସି ତ୍ରୁଟି ସାମ୍ନାକୁ ଆସିନି ।’’

ଗତ ଶୁଣାଣିରେ ରିପୋର୍ଟ କଲବ କରିଥିଲେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ:-

ଜୁଲାଇ 8 ତାରିଖରେ ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ କୋର୍ଟ କେନ୍ଦ୍ର ଓ ପରୀକ୍ଷା ସଂସ୍ଥା ‘ଏନଟିଏ’ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଛି, ଏଥିରେ ସନ୍ଦେହ ନାହିଁ । ଏହାକୁ ସ୍ବୀକାର କରିବାକୁ ପଡିବ ବୋଲି କୋର୍ଟ କହିବା ସହ ଉଭୟ ‘ଏନଟିଏ’ ଓ କେନ୍ଦ୍ରଠାରୁ ବିସ୍ତୃତ ରିପୋର୍ଟ ମଧ୍ୟ ତଲବ କରିଥିଲେ । ବୁଧବାର ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ସହ ଶୁଣାଣି ଗୁରୁବାର (ଆସନ୍ତାକାଲି)କୁ ସ୍ଥଗିତ ରଖାଯାଇଥିଲା । ଆଜି ନିର୍ଦ୍ଧାରିତ ସମୟରେ ‘ଏନଟିଏ’ କୋର୍ଟରେ ସତ୍ୟପାଠ ଦାଖଲ କରିଛି ।

ଏହା ମଧ୍ୟ ପଢନ୍ତୁ:- ଅସନ୍ତୋଷ ଝାଡିଲେ ସୁପ୍ରିମକୋର୍ଟ, ବୁଧବାର ସୁଦ୍ଧା ବିସ୍ତୃତ ଷ୍ଟାଟସ ରିପୋର୍ଟ ଦେବେ କେନ୍ଦ୍ର ଓ NTA - SC ON NEET UG 2024

କେମିତି ହେଲା ବିବାଦର ସୂତ୍ରପାତ:-

ଚଳିତ ବର୍ଷ ମେ’ ମାସ ୫ ତାରିଖରେ NEET ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ କେନ୍ଦ୍ରରେ ମୋଟ ୨୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆବେଦନ ଫର୍ମରେ ପଞ୍ଜିକରଣ କରିବା ସହ ପ୍ରାୟ ସାଢେ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଏହି ରେଜଲ୍ଟ ଜୁନ ୧୪ ତାରିଖରେ ଘୋଷଣା ହେବାକୁ ସ୍ଥିର କରାଯାଇଥିବା ବେଳେ ୪ ତାରିଖରେ ପରୀକ୍ଷା ଫଳାଫଳ ପ୍ରକାଶନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଫଳାଫଳରେ ୬୭ ଜଣ ପରୀକ୍ଷାର୍ଥୀ ଶୀର୍ଷ ସ୍ଥାନରେ ରହିବା ପରେ ବିବାଦ ଦେଖାଯିବା ସହ ସ୍ୱଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଏକ ‘ଏସଆଇଟି’ ଗଠନ କରିବା ଦାବିରେ ସର୍ବୋଚ୍ଚ କୋର୍ଟରେ ମାମଲା କରିଥିଲେ ବହୁ ପରୀକ୍ଷାର୍ଥୀ । ସେହିପରି କାଉନସିଲିଂ ପ୍ରକ୍ରିୟାକୁ ବନ୍ଦ ରଖିବା ପାଇଁ ମଧ୍ୟ ଆବେଦନରେ ଦାବି ହୋଇଥିଲା । ଗ୍ରେସ ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସାନି ପରୀକ୍ଷା କରାଇ ଫଳ ମଧ୍ୟ ପ୍ରକାଶିତ ହୋଇସାରିଛି । ତଥାପି କାଉନସିଲିଂ ବନ୍ଦ ରଖାଯାଇଛି । ଆଜି ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ବିସ୍ତୃତ ତଥ୍ୟ ମାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.