ETV Bharat / bharat

ନିଟ୍‌ ୟୁଜି କେଳେଙ୍କାରୀ; ଆସିଲା ସୁପ୍ରିମକୋର୍ଟଙ୍କ ବଡ଼ ରାୟ, NTAକୁ ଦେଲେ ଏହି ନିର୍ଦ୍ଦେଶ - NEET UG Supreme Court Hearing

author img

By ETV Bharat Odisha Team

Published : Jul 18, 2024, 4:41 PM IST

NEET UG SUPREME COURT HEARING: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ୟୁଜି 2024 ପେପରଲିକ୍‌ ଘଟଣାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । NTAକୁ ଦେଲେ ଏହି ନିର୍ଦ୍ଦେଶ । ଅଧିକ ପଢନ୍ତୁ

SUPREME COURT
SUPREME COURT (File Photo)

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ୟୁଜି 2024 ପେପରଲିକ୍‌ ଘଟଣାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସେଣ୍ଟର ଅନୁଯାୟୀ ଅନଲାଇନରେ ସମସ୍ତ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ପ୍ରକାଶ କରିବାକୁ NTAକୁ ନିର୍ଦ୍ଦେଶ । ଆଜି (ଗୁରୁବାର) ଶୁଣାଣି ସମୟରେ ଏନଟିଏକୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । NEET-UG ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କକୁ NTA ୱେବସାଇଟରେ ଜୁଲାଇ 20 ମଧ୍ୟାହ୍ନ 12ଟା ସୁଦ୍ଧା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ପରୀକ୍ଷାର୍ଥୀଙ୍କ ପରିଚୟ ଗୁପ୍ତ ରଖାଯାଉ ଏବଂ ରେଜଲ୍ଟକୁ ସହର ଓ କେନ୍ଦ୍ର ଅନୁଯାୟୀ ପୃଥକ ଭାବରେ ୱେବସାଇଟରେ ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜୁଲାଇ 22ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ନିଟ ୟୁଜି ପେପରଲିକ ଘଟଣାରେ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ଜୁନ 4 ତାରିଖରେ ସର୍ବଭାରତୀୟ ସ୍ତରରେ ନିଟ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆଜି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସହର ଓ ପରୀକ୍ଷା କେନ୍ଦ୍ର ଅନୁଯାୟୀ ପୁଣି ଥରେ ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି । ଏହି ରେଜଲ୍ଟ ପ୍ରକାଶ ପାଇବା ପରେ ଯଦି ବିପୁଳ ସଂଖ୍ୟାରେ ଅନିୟମିତତା ଜଣାପଡ଼େ, ତେବେ ପୁଣି ଥରେ ପରୀକ୍ଷା ହୋଇପାରେ ବୋଲି ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି । ଏହି ମାମଲାରେ ଏଯାବତ 60ଜଣଙ୍କୁ ଗିରଫ କରିଛି ସିବିଆଇ । ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଏହି ମାମଲାର ଚୂଡ଼ାନ୍ତ ରାୟକୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଅପେକ୍ଷା କରିଛନ୍ତି । ଏହାସହ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଉପରେ ପ୍ରଶ୍ନ ଉଠାଇଥିଲେ ।

ଏହା ବି ପଢନ୍ତୁ- ଗୁରୁବାରକୁ ଘୁଞ୍ଚିଲା ଶୁଣାଣି, ‘NTA’ର ଆବେଦନ ଉପରେ ଜାରି ହେଲା ନୋଟିସ

ସୂଚନା ଥାଉ କି ମେ’ 5 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ 24 ଲକ୍ଷ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଜୁନ 4ରେ ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ପ୍ରାୀୟ 67 ଜଣ ପରୀକ୍ଷାର୍ଥୀ 720ରୁ 720 ମାର୍କ ରଖିଥିଲେ । ଏହାପରେ ପେପରଲିକ୍‌ ନେଇ ଅଭିଯୋଗ ହୋଇଥିଲା । ଗ୍ରେସ ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସାନି ପରୀକ୍ଷା କରାଇ ଫଳ ମଧ୍ୟ ପ୍ରକାଶିତ ହୋଇସାରିଛି । ତଥାପି କାଉନସିଲିଂ ବନ୍ଦ ରଖାଯିବା ସହ ମାମଲା ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ରହିଛି ।

ଏହା ବି ପଢନ୍ତୁ- ରକାଶ ପାଇଲା NEET-UG ସାନିପରୀକ୍ଷା ଫଳ, ଅଂଶଗ୍ରହଣ କରିଥିଲେ ଗ୍ରେସମାର୍କ ପାଇଥିବା 813

ଏହି ମାମଲାରେ ପ୍ରାୟ 40ରୁ ଅଧିକ ଆବେଦନ ଉପରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଜଷ୍ଟିସ ଜେବି ପାରଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଶୁଣାଣି କରୁଛି । ଏହି ଆବେଦନରେ ପରୀକ୍ଷାକୁ ବାତିଲ କରିବାକୁ, ପୁନଃ ପରୀକ୍ଷା ଏବଂ NEET UG 2024 ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ପ୍ରଶ୍ନ ଉଠିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.