ETV Bharat / bharat

ବଦଳିବ NTAର ଢାଞ୍ଚା ! ଆଜି 7ଜଣିଆ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ - NEET Paper Leak

author img

By ETV Bharat Odisha Team

Published : Jun 24, 2024, 10:30 AM IST

High-level panel formed to oversee NTA's functioning: ଆଜି ବସିବ NTAର କାର୍ଯ୍ୟାବଳି ଅନୁଧ୍ୟାନ ପାଇଁ ଗଠିତ 7ଜଣିଆ ଉଚ୍ଚସ୍ତରୀୟ କମିଟି ବୈଠକ । ଅଧ୍ୟକ୍ଷତା କରିବେ ଇସ୍ରୋ ମୁଖ୍ୟ ଏସ. ସୋମନାଥ । ଅଧିକ ପଢନ୍ତୁ

ଆଜି ବସିବ NTAର କାର୍ଯ୍ୟାବଳି ଅନୁଧ୍ୟାନ ପାଇଁ ଗଠିତ 7ଜଣିଆ ଉଚ୍ଚସ୍ତରୀୟ କମିଟି ବୈଠକ
ଆଜି ବସିବ NTAର କାର୍ଯ୍ୟାବଳି ଅନୁଧ୍ୟାନ ପାଇଁ ଗଠିତ 7ଜଣିଆ ଉଚ୍ଚସ୍ତରୀୟ କମିଟି ବୈଠକ (ETV Bharat Odisha)

ନୂଆଦିଲ୍ଲୀ: ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହେବା ଓ ପରୀକ୍ଷା ପରିଚାଳନାରେ ବିଭ୍ରାଟ ଦେଖାଯିବା ଘଟଣା ଦେଶରେ ଉଦଗେବ ସୃଷ୍ଟି କରିଛି । କେନ୍ଦ୍ର ସରକାରଙ୍କ ପରୀକ୍ଷା ପରିଚାଳନା ସଂସ୍ଥା ‘ଏନଟିଏ’ର କାର୍ଯ୍ୟଦକ୍ଷତା ଓ ପାରଦର୍ଶିତା ଏବେ କାଠଗଡାରେ । ଏହି ପ୍ରସଙ୍ଗରେ ଏବେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଥିବା ବେଳେ ସଂସଦରେ ମଧ୍ୟ ଏହା ଉଠିବାକୁ ଯାଉଛି । ତେବେ ଏହାରି ମଧ୍ୟରେ ଗତକାଲି କେନ୍ଦ୍ର ସରକାର ଗଠନ କରିଥିବା 7ଜଣିଆ ଉଚ୍ଚସ୍ତରୀୟ ଅନୁଧ୍ୟାନ କମିଟି ଆଜି ତାର ପ୍ରଥମ ବୈଠକ କରିବାକୁ ଯାଉଛି । ଏହି କମିଟି କେନ୍ଦ୍ରୀୟ ପରୀକ୍ଷା ସଂସ୍ଥାର କାର୍ଯ୍ୟାବଳି ତଦାରଖ କରିବା ଓ ସଂସ୍କାରମୂଳକ ପଦକ୍ଷେପ ସୁପାରିଶ କରିବା ଉଦ୍ଦେଶ୍ୟରେ ଗଠନ କରାଯାଇଛି । ପରୀକ୍ଷା ପରିଚାଳନା ପ୍ରକ୍ରିୟା ଓ ଡାଟା ସିକ୍ୟୁରିଟି ପ୍ରଟୋକଲ ଉପରେ ଏହି କମିଟି ବିଶେଷ ଭାବେ ଧ୍ୟାନ ଦେବ ।

ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ 7ଜଣ ବିଶେଷଜ୍ଞଙ୍କୁ ନେଇ ଏହି କମିଟି ଗଠନ କରିଥିଲା । ଏହାକୁ ‘ଇସ୍ରୋ’ ମୁଖ୍ୟ ତଥା ବିଶିଷ୍ଟ ମହାକାଶ ବିଜ୍ଞାନୀ ଏସ.ସୋମନାଥ ଅଧ୍ୟକ୍ଷତା କରୁଛନ୍ତି । ‘ଏନଟିଏ’ କାର୍ଯ୍ୟାବଳିକୁ ଏହି କମିଟି ପ୍ରଥମେ ଅନ୍ୟଧାନ କରିବ । ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଆଣିବା ପାଇଁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଓ ତଥ୍ୟ ନିରାପତ୍ତା ଦିଗରେ ସୃଷ୍ଟି ହୋଇଥିବା ଆହ୍ବାନ ଉପରେ ମଧ୍ୟ ଏହି କମିଟି ପୁଙ୍ଖାନୁପୁଙ୍ଖ ତର୍ଜମା କରି କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସୁପାରିଶ କରିବ । ଆଗାମୀ ଦିନରେ ସେହି ଆଧାରରେ କେନ୍ଦ୍ର ସରକାର ଢାଞ୍ଚାଗତ ପରିବର୍ତ୍ତନ ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ:- ଆରମ୍ଭରୁ ଗରମ ହେବ ଗୃହ, କାମଚଳା ବାଚସ୍ପତିଙ୍କୁ ସହୟତା ପାଇଁ ଚେୟାର ଗ୍ରହଣ କରିବନି ‘ଇଣ୍ଡିଆ’ ମେଣ୍ଟ - Protem Speaker controversy

ଚଳିତମାସ ମେ’ 5 ତାରିଖରେ ହୋଇଥିବା NEET-UG ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ହୋଇଥିଲା । 67ଜଣ ପରୀକ୍ଷାର୍ଥୀଙ୍କୁ ମୋଟ 720ରୁ ଶତପ୍ରତିଶତ ମାର୍କ ମିଳିଥିଲା । ଏହି ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ଥିବା ବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ସିବିଆଇ’ ମଧ୍ୟ ତଦନ୍ତ ଆରମ୍ଭ କରିସାରିଛି । ଏକାଧିକ ରାଜ୍ୟରେ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ‘ଏନଟିଏ’ ପରି ସର୍ବୋଚ୍ଚ ପରୀକ୍ଷା ସଂସ୍ଥା ଦ୍ବାରା ପରିଚାଳିତ ସର୍ବଭାରତୀୟ ପରୀକ୍ଷାରେ ଏପରି ବିଭ୍ରାଟ ଛାତ୍ରଛାତ୍ରୀଙ ଭବିଷ୍ୟତକୁ ନେଇ ଚିନ୍ତା ବଢାଇଛି । ଆଜିଠାରୁ ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.