ETV Bharat / bharat

ସୁପ୍ରିମକୋର୍ଟଙ୍କ NEET ଛାଟ: 1,563 ପରୀକ୍ଷାର୍ଥୀଙ୍କ ଗ୍ରେସମାର୍କ ରଦ୍ଦ, 23ରେ ସାନିପରୀକ୍ଷା - NEET ReExam On June 23

author img

By ETV Bharat Odisha Team

Published : Jun 13, 2024, 11:59 AM IST

SUPREME COURT ON NEET EXAM SCAM: 1,563 ପରୀକ୍ଷାର୍ଥୀଙ୍କ ଗ୍ରେସମାର୍କ ରଦ୍ଦ ସହ 23 ରେ ସାନି ପରୀକ୍ଷା କରିବାକୁ ‘ଏନଟିଏ’କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ କୋର୍ଟ । ପ୍ରଭାବିତ ହେବନି କାଉନସିଲିଂ ପ୍ରକ୍ରିୟା । ଅଧିକ ପଢନ୍ତୁ

NEET ପରୀକ୍ଷା ବିବାଦ: 1,563 ପରୀକ୍ଷାର୍ଥୀଙ୍କ ଗ୍ରେସମାର୍କ ରଦ୍ଦ, 23 ରେ ସାନି ପରୀକ୍ଷା
NEET ପରୀକ୍ଷା ବିବାଦ: 1,563 ପରୀକ୍ଷାର୍ଥୀଙ୍କ ଗ୍ରେସମାର୍କ ରଦ୍ଦ, 23 ରେ ସାନି ପରୀକ୍ଷା (ETV Bharat Odisha)

ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା(NEET) ରେଜଲ୍ଟ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଆଜି ବଡ ରାୟ ପ୍ରକାଶ କରିଛନ୍ତି । NEET ପରୀକ୍ଷାରେ ଅନିୟମିତତା ଅଭିଯୋଗ ସମ୍ପର୍କିତ ଦାଖଲ ହୋଇଥିବା ତିନୋଟି ଆବେଦନର ଏକକାଳୀନ ଶୁଣାଣି କରି ସୁପ୍ରମକୋର୍ଟ ଗ୍ରେସ ମାର୍କ ପ୍ରଦାନକୁ ସମ୍ପୂର୍ଣ୍ଣ ଅବୈଧ ଘୋଷଣା କରିଛନ୍ତି । ଏହାସହ ଗ୍ରେସମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କୁ ସାନିପରୀକ୍ଷା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି । ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପରେ ଚଳିତମାସ 23 ତାରିଖରେ ପୁନଃପରୀକ୍ଷା କରିବାକୁ କେନ୍ଦ୍ର ସରକାର ତାରିଖ ଧାର୍ଯ୍ୟ କରିଛନ୍ତି । 23 ତାରିଖରେ ପରୀକ୍ଷା ଶେଷ କରି 30 ତାରିଖ ସୁଦ୍ଧା ଫଳାଫଳ ପ୍ରକାଶ କରିବ କେନ୍ଦ୍ର ସରକାରଙ୍କ ଜାତୀୟ ପରୀକ୍ଷା ଏଜେନ୍ସି ‘ଏନଟିଏ’ । କେବଳ ଗ୍ରେସମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କୁ ଛାଡିଦେଲେ ଅନ୍ୟ କାଉନସିଲିଂ ପ୍ରକ୍ରିୟା ଜାରି ରହିବ ।

କ’ଣ ଥିଲା ଅଭିଯୋଗ:-

ଚଳିତବର୍ଷ NEET ପରୀକ୍ଷାରେ ଏକକାଳୀନ ୬୭ଜଣ ପରୀକ୍ଷାର୍ଥୀ ଟପ୍ପର ହେବା ପରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ପରୀକ୍ଷା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଆଜି ଶୁଣାଣି ବେଳେ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସୁପ୍ରିମକୋର୍ଟଙ୍କୁ ଅବଗତ କରି କହିଛି, 23ରେ ପରୀକ୍ଷା ଶେଷ ହୋଇ 30ରେ ରେଜଲ୍ଟ ବାହାରିବା ପରେ ପୂର୍ବରୁ ନିର୍ଦ୍ଧାରିତ ତାରିଖରେ କାଉନସିଲିଂ ପ୍ରକ୍ରିୟା ହେବ । ଆସନ୍ତାମାସ (ଜୁଲାଇ) ୬ ତାରିଖରୁ ଏମବିବିଏସ, ବିଡିଏସ ଓ ଅନ୍ୟାନ୍ୟ ଡାକ୍ତରୀ ପାଠ୍ୟକ୍ରମ ପାଇଁ କାଉନସିଲିଂ ହେବାକୁ ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଛି । ଆସନ୍ତାମାସ 8 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଖୋଲିଲା ଶ୍ରୀମନ୍ଦିର 4 ଦ୍ବାର, ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀ କଲେ ଦର୍ଶନ - four gates of jagannath temple open

କେବେ ଅନୁଷ୍ଠିତ ହୋଇଥିଲା ପରୀକ୍ଷା...

ଗତମାସ ମେ’ ୫ ତାରିଖରେ NEET ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ କେନ୍ଦ୍ରରେ ମୋଟ ୨୪ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆବେଦନ ଫର୍ମରେ ପଞ୍ଜିକରଣ କରିବା ସହ ପ୍ରାୟ ସାଢେ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଏହି ରେଜଲ୍ଟ ଜୁନ ୧୪ ତାରିଖରେ ଘୋଷଣା ହେବାକୁ ସ୍ଥିର କରାଯାଇଥିବା ବେଳେ ୪ ତାରିଖରେ ପରୀକ୍ଷା ଫଳାଫଳ ପ୍ରକାଶନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଫଳାଫଳରେ ୬୭ ଜଣ ପରୀକ୍ଷାର୍ଥୀ ଶୀର୍ଷ ସ୍ଥାନରେ ରହିବା ପରେ ବିବାଦ ଦେଖାଯିବା ସହ ସ୍ବଚ୍ଛ୍ବତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଏକ ‘ଏସଆଇଟି’ ଗଠନ କରିବା ଦାବିରେ ସର୍ବୋଚ୍ଚ କୋର୍ଟରେ ମାମଲା କରିଥିଲେ ବହୁ ପରୀକ୍ଷାର୍ଥୀ । ସେହିପରି କାଉନସିଲିଂ ପ୍ରକ୍ରିୟାକୁ ବନ୍ଦ ରଖିବା ପାଇଁ ମଧ୍ୟ ଆବେଦନରେ ଦାବି ହୋଇଥିଲା । ଆଜି ଗ୍ରେସ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କୁ ସର୍ବୋଚ୍ଚ କୋର୍ଟରୁ ବଡ ଝଟକା ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.