ETV Bharat / bharat

ଲୋକସଭା ନିର୍ବାଚନ; ୟୁପିରେ ୭୪ ଆସନରୁ ଲଢିପାରେ ବିଜେପି

author img

By ETV Bharat Odisha Team

Published : Mar 1, 2024, 8:11 PM IST

NDA Seat Distribution In UP: ସାଧାରଣ ନିର୍ବାଚନରେ ୟୁପିରୁ ୭୪ ଆସନରେ ଲଢିବ ବିଜେପି । ଏନଡିଏ ସହଯୋଗୀ ଦଳକୁ ୬ ଆସନ । ଅଧିକ ପଢନ୍ତୁ

NDA Seat Distribution
NDA Seat Distribution

ଲକ୍ଷ୍ନୌ: ପାଖେଇ ଆସୁଛି ସାଧାରଣ ନିର୍ବାଚନ ୨୦୨୪ । ବିଜେପି ଲୋକସଭା ନିର୍ବାଚନ ଲାଗି ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ନେଇ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଉତ୍ତର ପ୍ରଦେଶରେ ଛିଣ୍ଡିଛି ଏନଡିଏ ମେଣ୍ଟ ସିଟ୍‌ ସେୟାରିଂ ଅଙ୍କ । ଆସନ୍ତା ନିର୍ବାଚନରେ ବିଜେପି ୟୁପିରେ ୭୪ଟି ଆସନରେ ଲଢିବାକୁ ଯାଉଥିବା ବେଳେ ଏନଡିଏ ମେଣ୍ଟ ସହଯୋଗୀ ଦଳ ୬ଟି ଆସନରୁ ନିର୍ବାଚନ ଲଢିବେ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ସୂତ୍ରରୁ ଜଣାପଡ଼ିଛି ।

ଗୁରୁବାର ବିଳମ୍ବିତ ରାତିରେ କେଉଁ ଆସନରୁ କାହାକୁ ଟିକେଟ ମିଳିବ ସେ ନେଇ ବିଜେପିର ସେଣ୍ଟ୍ରାଲ ଇଲେକ୍ସନ କମିଟି ବସିଥିଲା । ରାତି ପ୍ରାୟ ୧୧ଟା ବେଳେ ବୈଠକ ଆରମ୍ଭ ହୋଇଥିବା ବେଳେ ଭୋର ସମୟରେ ସରିଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳର ଶୀର୍ଷ ନେତୃତ୍ବ ଉପସ୍ଥିତ ରହି ସିଟ୍‌ ସେୟାରିଂ ଓ ପ୍ରାର୍ଥୀ ତାଲିକା ନେଇ ମାନସ ମନ୍ଥନ କରିଥିଲେ । ତେବେ ଆଜି ୟୁପିରେ ଏନଡିଏ ମେଣ୍ଟ ସିଟ୍‌ ସେୟାରିଂ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିବା ସୂତ୍ରରୁ ସୂଚନା ମିଳିଛି । ଏ ନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ବିଜେପି ସହଯୋଗୀ ଦଳକୁ ଉତ୍ତର ପ୍ରଦେଶରେ ୬ଟି ଆସନ ଦେଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଲୋକସଭା ନିର୍ବାଚନ, କୌଣସି ମୁହୂର୍ତ୍ତରେ ପ୍ରାର୍ଥୀ ଘୋଷଣା କରିପାରେ BJP

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପି ରାଷ୍ଟ୍ରୀୟ ଲୋକ ଦଳ (RLD)କୁ ୨ଟି ସିଟ୍‌, ଅପନା ଦଳ (ଏସ)କୁ ୨ଟି ସିଟ୍‌, ସୁହେଲଦେବ ଭାରତୀୟ ସମାଜ ପାର୍ଟି ଓ ନିଶାଦ ପାର୍ଟିକୁ ଗୋଟିଏ ଲେଖାଏଁ ସିଟ୍‌ ଦେବା ନେଇ ରାଜି ହୋଇଛି । ସେହିପରି ଆରଏଲଡିକୁ ଆଉ ଗୋଟିଏ କି ଦୁଇଟି ଆସନ ଦିଆଯାଇପାରେ ବୋଲି ମଧ୍ୟ ସୂତ୍ରରୁ ସୂଚନା ମିଳିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ନାତି ତଥା ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଏନଡିଏରେ ସାମିଲ ହୋଇଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ସମ୍ମାନଜନକ ଭାରତ ରତ୍ନରେ ସମ୍ମାନିତ କରାଯିବା ନେଇ ଘୋଷଣା କରିଥିଲେ ।

ଗୁରୁବାର ବିଳମ୍ବିତ ରାତ୍ରିରେ ବସିଥିବା ବୈଠକରେ ବିଜେପି ପ୍ରାୟ ୫୦ଟି ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇଛି ଏବଂ ଖୁବଶୀଘ୍ର ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ । ଉତ୍ତର ପ୍ରଦେଶରେ ୧୪ରୁ ୨୦ଟି ଆସନ ଲାଗି ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ । ସୂଚନା ଥାଉ କି ଗତ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.