ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଜାତିକୁ ରାହୁଲଙ୍କ ଆକ୍ଷେପ ପ୍ରସଙ୍ଗ; ସ୍ପଷ୍ଟୀକରଣ ରଖିଲେ ଏନସିବିସି - ଓବିସି ପଲିଟିକ୍ସ

Rahul Gandhi comment On Modi:ପ୍ରଧାନମନ୍ତ୍ରୀଙ୍କ ଜାତିକୁ ନେଇ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ ପରେ ସ୍ପଷ୍ଟୀକରଣ ରଖିଲେ ଏନସିବିସି । 'ମୋଧ ଘାଞ୍ଚି' ଜାତି ଓବିସିରେ ଅନ୍ତର୍ଭୁକ୍ତ ବୋଲି ଦେଲେ ସୂଚନା । ଅଧିକ ପଢନ୍ତୁ

Modh Ghanchi Caste
Modh Ghanchi Caste
author img

By ETV Bharat Odisha Team

Published : Feb 9, 2024, 7:21 PM IST

ନୂଆଦିଲ୍ଲୀ: ଦେଶରେ ଜାତି ଭିତ୍ତିକ ଗଣନା ନେଇ ଜାରି ରହିଛି ରାଜନୀତି । ଏହାରି ମଧ୍ୟରେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛୁଆ ବର୍ଗର ନୁହେଁ, ବରଂ ସାଧାରଣ ବର୍ଗର ବୋଲି ଏକ ଜନସଭାରେ କହିଥିଲେ ରାହୁଲ ଗାନ୍ଧୀ । ଏହାପରେ ଆଜି (ଶୁକ୍ରବାର) ସ୍ପଷ୍ଟୀକରଣ ରଖିଛନ୍ତି ଜାତୀୟ ପଛୁଆ ଶ୍ରେଣୀ ଆୟୋଗ (NCBC) । ପ୍ରଧାନମନ୍ତ୍ରୀ ମୋଦିଙ୍କ ମୋଧ ଘାଞ୍ଚି ଜାତି ପଛୁଆ ବର୍ଗର ଅନ୍ତର୍ଭୁକ୍ତ ବୋଲି ଆୟୋଗ କହିଛନ୍ତି ।

ଗତ ୮ ତାରିଖରେ ଝାରସୁଗୁଡ଼ାରେ ଚାଲିଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗରେ ଜନ୍ମ ହୋଇ ନାହାନ୍ତି ବରଂ ସେ ସାଧାରଣ ବର୍ଗରେ ଜନ୍ମ ହୋଇଛନ୍ତି ବୋଲି କହିଥିଲେ ରାହୁଲ । ଏନେଇ ବିବାଦ ଦେଖାଦେବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଜାତିକୁ ନେଇ ଦେଶବାସୀଙ୍କୁ ସୂଚିତ କରିଛନ୍ତି ଏନସିବିସି । ମୋଧ ଘାଞ୍ଚି ଜାତି ମଣ୍ଡଳ ତାଲିକାରେ ୯୧ (ଏ)ରେ ଅନ୍ତର୍ଭୁକ୍ତ ଏବଂ ଏହି ଜାତିକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିବା ନେଇ ଗୁଜୁରାଟ ସରକାର ୨୫ ଜୁଲାଇ୧୯୯୪ରେ ଏକ ନୋଟିସ ଜାରି କରିଥିଲେ ।

ଏହା ବି ପଢନ୍ତୁ- ପ୍ରଧାନମନ୍ତ୍ରୀ ଓବିସି ନୁହନ୍ତି, ଜେନେରାଲ ବର୍ଗ: ରାହୁଲ ଗାନ୍ଧୀ

ଜାତୀୟ ପଛୁଆ ବର୍ଗ ଆୟୋଗ ଆହୁରି ମଧ୍ୟ କହିଛି ଯେ ଗୁଜୁରାଟ ପାଇଁ ଓବିସିର କେନ୍ଦ୍ରୀୟ ତାଲିକାରେ ମୋଧ-ଘାଞ୍ଚି ଜାତି ଅନ୍ତର୍ଭୁକ୍ତ ହେବା ପାଇଁ ୧୯୯୭ ନଭେମ୍ବର ୧୫ ତାରିଖରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ୧୯୯୯ ସେପ୍ଟେମ୍ବର ୨୭ ତାରିଖରେ ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ନ୍ୟାସନାଲ କମିଶନ ଫର ବ୍ୟାକୱାର୍ଡ ଅଧିନିୟମ, ୧୯୯୩ ଅନୁଯାୟୀ ଓବିସିର କେନ୍ଦ୍ରୀୟ ତାଲିକାରେ ଯେକୌଣସି ଜାତି ବା ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ଆୟୋଗଙ୍କ ପରାମର୍ଶ ସାଧାରଣତଃ କେନ୍ଦ୍ର ସରକାରଙ୍କ ପାଇଁ ବାଧ୍ୟତାମୂଳକ ଥିଲା ବୋଲି ଏହି ବିବୃତ୍ତିରେ କୁହାଯାଇଛି ।

ସୂଚନା ଥାଉ କି ଓବିସିର କେନ୍ଦ୍ରୀୟ ତାଲିକାରେ ଗୁଜୁରାଟ ପାଇଁ ପ୍ରାୟ ୧୦୪ଟି ଜାତି ବା ସମ୍ପ୍ରଦାୟ ରହିଛି । ସେଥି ମଧ୍ୟରେ 'ମୋଧ ଘାଞ୍ଚି' ଜାତି ମଧ୍ୟ ସାମିଲ । ତେବେ ଯେତେବେଳେ 'ମୋଧ ଘାଞ୍ଚି' ଜାତିକୁ ରାଜ୍ୟରେ ଓବିସି ତାଲିକା ଓ କେନ୍ଦ୍ରର ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା ସେତେବେଳେ ନରେନ୍ଦ୍ର ମୋଦି କୌଣସି ବିଧାନସଭାର ବିଧାୟକ କିମ୍ବା କାର୍ଯ୍ୟନିର୍ବାହୀ ପଦବୀରେ ନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.