ETV Bharat / bharat

ବିଶ୍ବ ମାତୃ ଦିବସ: ମା'ର ତ୍ୟାଗ ଆଗରେ ନତମସ୍ତକ ସାରା ଜଗତ - Mothers Day 2024

author img

By ETV Bharat Odisha Team

Published : May 12, 2024, 8:08 AM IST

Updated : May 12, 2024, 9:09 AM IST

Mother's Day 2024: ଆଜି ବିଶ୍ବ ମାତୃ ଦିବସ । ମାଆର ତ୍ୟାଗ ଓ ବଳିଦାନକୁ ସମ୍ମାନ କରିବାର ଦିନଟିଏ । ସନ୍ତାନ ପ୍ରତି ତା'ର ନିଚ୍ଛକ ପ୍ରେମ ଓ ବଳିଦାନ ଆଗରେ ନତମସ୍ତକ ଏ ଦୁନିଆ । ଅଧିକ ପଢନ୍ତୁ

Mothers Day 2024
Mothers Day 2024 (ETV BHARAT ODISHA)

ହାଇଦ୍ରାବାଦ: ମାଆ, ବୋଉ, ମମି, ମମ୍,....ମଣିଷ ଜଣେ କିନ୍ତୁ ସନ୍ତାନର ରୁଚି ଅନୁସାରେ ସେ ଡାକ ଶୁଣେ । 'ମା' ରୁ ମାଟି... 'ଆ' ରୁ ଆକାଶ । ମାଟିରୁ ଆକାଶ ଯାଏ ଶୁଭେ ତାର ପ୍ରତିଧ୍ଵନି । ଏହି ଡାକରେ ଭରି ରହିଛି ସ୍ନେହ, ଶ୍ରଦ୍ଧା ଓ ଅନାବିଳ ପ୍ରେମ । ତା'ର ମନରେ ନଥାଏ ଛଳନା, ମମତାର ନାହିଁ କଳନା, ସ୍ନେହ ବିନା ସେ କିଛି ଜାଣେନା । ସମୁଦ୍ରଠୁ ଗଭୀର ତା' ପ୍ରେମ । ଆକାଶଠାରୁ ବଡ଼ ତା'ର ହୃଦୟ । ମାଆ ଶବ୍ଦ ସିନା ଛୋଟ କିନ୍ତୁ ଓଜନ ଏହାର ଅଧିକ । ସ୍ନେହ ମମତା ସାହାସ ଧୈର୍ଯ୍ୟର ଭଣ୍ଡାର ସେ । ତ୍ୟାଗ, ତପସ୍ୟା ଓ ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ ସେ । ନିଚ୍ଛକ ପ୍ରେମର ପ୍ରତିବିମ୍ବ ମାଆ । ତାର ପଣତ କାନି ଶ୍ରୀମନ୍ଦିର ନେତାଠାରୁ ବି ଲମ୍ବା ।

Mother's Day
Mother's Day (ETV BHARAT ODISHA)

ବିନା ପାଉଣାରେ ସନ୍ତାନ ସେବକ ମାଆ: ପିଲାର ଖୁସି ଆଗରେ ତା' ପାଇଁ ସବୁ କିଛି ତୁଚ୍ଛ । ସନ୍ତାନର ଅଳି ଅର୍ଦ୍ଦଳି ସବୁ କିଛି ସହ୍ୟ କରି ଛୋଟରୁ ବଡ କରିବାରେ ତା'ର ଭୂମିକା ଅତୁଳନୀୟ ଓ ଅବର୍ଣ୍ଣନନୀୟ । 10 ମାସ 10 ଦିନ ଗର୍ଭରେ ରଖି ସେ ପିଲାକୁ ଜନ୍ମଦିଏ । ଆଉ ତାପରେ ବିନା ପାଉଣାରେ ସେ ପାଲଟିଯାଏ ପିଲାର ସେବକ । ତା' ନିଃସ୍ବାର୍ଥପର ସ୍ନେହ, ତା' ରାତି ଅନିଦ୍ରା ଆଉ ତା' କ୍ଷମା ଆଗରେ ଏ ସୃଷ୍ଟିର ସ୍ରଷ୍ଟା ବି ସ୍ତବ୍ଦ । ତାକୁ ମନେ ପକାଇବା ପାଇଁ ଗୋଟିଏ ଦିନ ଯଥେଷ୍ଟ ନୁହେଁ । ଆଜି ସେ ସ୍ବର୍ଗୀୟ ଦାନର ଦିନ ଅର୍ଥାତ୍ ବିଶ୍ବ ମାତୃ ଦିବସ । ପ୍ରତିବର୍ଷ ମେ' ଦ୍ବିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ କରାଯାଏ ।

Mother's Day
Mother's Day (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ମାତୃତ୍ୱ ଦିବସକୁ ବନାନ୍ତୁ ସ୍ପେଶାଲ, ମା’ଙ୍କୁ ଦିଅନ୍ତୁ ଏସବୁ ଗିଫ୍ଟ - Mothers Day 2024

ପ୍ରଥମ ଶିକ୍ଷକ ମାଆ: ସନ୍ତାନର ପ୍ରଥମ ଶିକ୍ଷକ ମାଆ । ସେ ଶିଖାଏ ଚାଲି, ଚଳନ, ଆଚାର ବ୍ୟବହାର, ଶିଷ୍ଟାଚାର, ଭଦ୍ରତା, ନମନୀୟତା, ଶାଣ୍ଠଣା ଆଉ ଜୀବନ ଜିଇଁବାର କୌଶଳ । ସେ ବିନା ଶିକ୍ଷାରେ ବି ପିଲାକୁ ପଢାଏ ମଣିଷ ଭଳି ମଣିଷ ହେବାର ପାଠ । ତା' ନାମ କେବଳ ମାଆ ହୋଇଥାଇ ପାରେ ହେଲେ ତା' ପରିଚୟ ଅନେକ । ସେ ସନ୍ତାନକୁ କେତେବେଳେ ବାପାର ଲାଠି ମାଡରୁ ବଞ୍ଚାଏ ତ ପୁଣି ଶତ୍ରୁର କୁଦୃଷ୍ଟିରୁ ବଞ୍ଚାଏ । ସବୁ କଷ୍ଟକୁ ସହି ପିଲାର ମୁହଁରେ ସେ ହସ ଦେଖିବାକୁ ଚାହେଁ । ସନ୍ତାନର ପେଟ ପୁରିଲେ ତାର ବି ପେଟ ପୁରେ । ମା' ତ୍ୟାଗ ଆଗରେ ସନ୍ତାନର ମଣ୍ଡ ସବୁବେଳେ ନଇଁଛି ନଇଁବ । ତାର ଋଣ ସୁଝିବା ଅସମ୍ଭବ ।

କେବେ ଆରମ୍ଭ ହୋଇଥିଲା ମାତୃ ଦିବସ: ପ୍ରଥମେ ପ୍ରାଚୀନ ଗ୍ରୀସରେ ଆରମ୍ଭ ହୋଇଥିଲା ମାତୃ ଦିବସ । ପରେ 1908ରେ ଯୁକ୍ତରାଷ୍ଟ୍ରରେ ଏନା ଜାର୍ଭିସ ନାମକ ଜଣେ ଆମେରିକୀୟ ମହିଳା ମାତୃ ଦିବସ ପାଳନ କରିଥିଲେ । ସେ ନିଜ ମାଆକୁ ବହୁତ ସମ୍ମାନ କରୁଥିଲେ । ଯେତେବେଳେ ମାଆଙ୍କର ମୃତ୍ୟୁ ହୋଇଥିଲା ସେ ନିଜ ଜୀବନ ମାଆ ପାଇଁ ଉତ୍ସର୍ଗ କରିଦେଇଥିଲେ । ପରେ 1914 ମସିହା ମେ' 8 ତାରିଖରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଓ୍ବିଲସନ ମାତୃ ଦିବସ ପାଳନ କରିବା ଆରମ୍ଭ କରିଥିଲେ । ଏହାପରେ ଆମେରିକୀୟ ସଂସଦରେ ଏହି ଆଇନ ପାରିତ ହୋଇଥିଲା । ସେହିଦିନଠାରୁ ମାତୃ ଦିବସ ପାଳନ କରାଯାଉଛି । ପରେ ପରେ ୟୁରୋପ, ଭାରତ ଓ ଅନ୍ୟ ଦେଶରେ ଏହାକୁ ସ୍ବୀକୃତି ମିଳିଲା ।

Last Updated : May 12, 2024, 9:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.