ETV Bharat / bharat

କେରଳ ପରେ ହିମାଚଳ-ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ; ବାଦଲଫଟା ବର୍ଷାରେ ୧୩ ମୃତ, ୫୦ରୁ ଅଧିକ ଲୋକଙ୍କ ମିଳୁନି ପତ୍ତା - Cloudburst in Himachal

author img

By ETV Bharat Odisha Team

Published : Aug 1, 2024, 2:04 PM IST

Cloudburst in Himachal: କେରଳ ପରେ ଉତ୍ତର ଭାରତରେ ମୃତ୍ୟୁର ତାଣ୍ଡବ ରଚୁଛି ପ୍ରକୃତି । ବାଦଲଫଟା ବର୍ଷାରେ ଏବେ ଯାଏଁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

କେରଳ ପରେ ହିମାଚଳରେ ପ୍ରକୃତିର ତାଣ୍ଡବ
କେରଳ ପରେ ହିମାଚଳରେ ପ୍ରକୃତିର ତାଣ୍ଡବ (ETV Bharat Odisha)

ଶିମଲା: କେରଳ ପରେ ଏବେ ହିମାଚଳରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ । ବାଦଲଫଟା ବର୍ଷା କାରଣରୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହିମାଚଳ ପ୍ରଦେଶର ଶିମଲା, ମଣ୍ଡି ଓ କୁଲ୍ଲୁ ସହିତ ପଡୋଶୀ ରାଜ୍ୟ ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ହୋଇଛି । ଏଥିରେ ଏବେସୁଦ୍ଧା ଅତିକମରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । କେଉଁଠି ଘରଦ୍ବାର ଗାଡିମୋଟର ଭାସିଯାଇଛି ତ ଆଉ କେଉଁଠି ରାସ୍ତାଘାଟ, ବ୍ୟାରେଜ ନଷ୍ଟ ହୋଇଛି । ନଦୀଗୁଡିକର ଜଳସ୍ତର ବିପଦସଙ୍କେତ ପାର୍ କରିଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟବାସୀ । ଏନଡିଆରଏଫ, ଏସଡିଆରଏଫ ସହିତ ପୋଲିସ ଏବଂ ଅଗ୍ନିଶମ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।

କେରଳ ପରେ ହିମାଚଳ-ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ
କେରଳ ପରେ ହିମାଚଳ-ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ (ETV Bharat Odisha)

ହିମାଚଳର ଶିମଲା, ମଣ୍ଡି, କୁଲ୍ଲୁ ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି । କେବଳ ଶିମାଲର ସମେଜ ଅଞ୍ଚଳରେ ୩୬ ଜଣ ନିଖୋଜ ଅଛନ୍ତି । ମଣ୍ଡିରେ ୮ ଜଣଙ୍କ ପତ୍ତା ମିଳୁନଥିବାବେଳେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ଓ ଜଣେ ଆହତ ହୋଇଛନ୍ତି । ରେସ୍କ୍ୟୁ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ନିଖୋଜଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏବେସୁଦ୍ଧା ଦୁଇ ରାଜ୍ୟରେ ୧୩ ଜଣଙ୍କ ମୃତ୍ୟୁ ସୂଚନା ରହିଛି । ସେଥିମଧ୍ୟରୁ ଉତ୍ତରାଖଣ୍ଡରେ ୯ ଏବଂ ହିମାଚଳର ୪ ଜଣ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କେରଳ ଟ୍ରାଜେଡି: ସରୁନି ଉଦ୍ଧାର ଅପରେସନ, 280 ଡେଇଁଲା ମୃତ୍ୟୁସଂଖ୍ୟା, ଘଟଣାସ୍ଥଳ ଅଭିମୁଖେ ମୁଖ୍ୟମନ୍ତ୍ରୀ, ରାହୁଲ ଓ ପ୍ରିୟଙ୍କା - KERALA LAND SLIDE UPDATES

ଶିମଲା ଜିଲ୍ଲାର ସମେଜ ଖେଡ୍ଡରେ ଥିବା ହାଇଡ୍ରୋ ପ୍ରୋଜେକ୍ଟ ନିକଟରେ ବାଦଲ ଫାଟିଥିଲା । ଯାହାକି ସ୍ଥାନୀୟ ଅଞ୍ଚଳର ଜଳପ୍ରଳୟ ଆଣିଥିଲା । ଏହି ଅଘଟଣରେ ୩୬ ଜଣ ନିଖୋଜ ହୋଇଯାଇଥିଲେ । ଆଇଟିବିପି, ହୋମଗାର୍ଡ ଏବଂ ପୋଲିସ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେହିପରି କୁଲ୍ଲୁ ଜିଲ୍ଲାର ମଣିକର୍ଣ୍ଣ ଘାଟିରେ ବାଦଲଫଟା ବର୍ଷା କାରଣରୁ ମଲାଣା ପାୱାର ପ୍ରୋଜେକ୍ଟ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମଲାଣା ଡ୍ୟାମ ଫାଟିଯାଇଛି । ମାତ୍ର ଏନେଇ ସରକାରୀ ସ୍ତରରେ କିଛି ସ୍ପଷ୍ଟ କରାଯାଇନି । ମଲାଣା ଡ୍ୟାମ ଜଳ ପାର୍ବତୀ ନଦୀରେ ମିଶୁଥିବାରୁ ଏହାର ଜଳସ୍ତର ବିପଦସଙ୍କେତ ପାର୍ କରିଛି । ବ୍ୟାସନଦୀରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ୫୦ ଜଣଙ୍କ ନିଖୋଜ ଖବରରେ ଦୁଃଖ ପ୍ରକାଶ କରି କହିଛନ୍ତି, ରେସ୍କ୍ୟୁ ଏବଂ ରିଲିଫ ଅପରେସନ ଜାରି ରହିଛି । ଏନଡିଆରଏଫ, ଏସଡିଆରଏଫ, ପୋଲିସ, ହୋମଗାର୍ଡ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏଥିରେ ସ୍ଥାନୀୟ ପ୍ରଶାସନ ମଧ୍ୟ ସବୁପ୍ରକାର ସହଯୋଗ କରୁଛି । ମୁଁ ଅଧିକାରୀଙ୍କ ସହିତ ଲଗାତାର ଯୋଗାଯୋଗରେ ରହି ରିଲିଫ ଏବଂ ରେସ୍କ୍ୟୁ ଅପରେସନ ନିରୀକ୍ଷଣ କରୁଛି । ପ୍ରଭାବିତଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି ।

ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସବୁ ବିଜେପି କାର୍ଡରକୁ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.