ETV Bharat / bharat

SHG ମହିଳା ହେବେ ଲକ୍ଷପତି ଦିଦି, ପର୍ଯ୍ୟଟନ କ୍ଷେତ୍ରରେ ରୋଜଗାର ପାଇଁ ମିଳିବ ତାଲିମ

author img

By ETV Bharat Odisha Team

Published : Mar 7, 2024, 7:24 PM IST

SHG Women to be Lakhpati Didis: ଦିନଦୟାଲ ଅନ୍ତୋଦୟ ଯୋଜନା-ନ୍ୟାସନାଲ ରୁରାଲ ଲାଇଭଲିହୁଡ୍‌ ମିଶନ (DAY-NRLM) ଅନ୍ତର୍ଗତ ଏସ୍‌ଏଚ୍‌ଜି ମହିଳାମାନଙ୍କ ପାଇଁ ଖୋଲିବ ରୋଜଗାରର ବାଟ । ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ଓ ଇଜ୍‌ ମାଇଁ ଟ୍ରିପର ମିଳିତ ପ୍ରୟାସରେ ମିଳିବ ଟ୍ରେନିଂ । ଅଧିକ ପଢନ୍ତୁ

SHG ମହିଳା ହେବେ ଲକ୍ଷପତି ଦିଦି, ପର୍ଯ୍ୟଟନ କ୍ଷେତ୍ରରେ ରୋଜଗାର ପାଇଁ ମିଳିବ ତାଲିମ
SHG ମହିଳା ହେବେ ଲକ୍ଷପତି ଦିଦି, ପର୍ଯ୍ୟଟନ କ୍ଷେତ୍ରରେ ରୋଜଗାର ପାଇଁ ମିଳିବ ତାଲିମ

ନୂଆଦିଲ୍ଲୀ: ଏସଏଚଜି ଗ୍ରୁପ ମହିଳା ହେବେ ପର୍ଯ୍ୟଟନ କ୍ଷେତ୍ରରେ ସ୍ବାବଲମ୍ବୀ । ଦିନଦୟାଲ ଅନ୍ତୋଦୟ ଯୋଜନା-ନ୍ୟାସନାଲ ରୁରାଲ ଲାଇଭଲିହୁଡ ମିଶନ (DAY-NRLM) ଅନ୍ତର୍ଗତ ଏସଏଚଜି ମହିଳାମାନଙ୍କ ପାଇଁ ଖୋଲିବ ରୋଜଗାରର ବାଟ । ଏନେଇ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ଓ ଇଜ ମାଇଁ ଟ୍ରିପ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷର ହୋଇଛି ।

ଏହି ଏମଓୟୁ ଫଳରେ ଏସଏଚଜି ମହିଳାମାନଙ୍କୁ ‘ଟିକେଟ୍ ୱାଲି ଦିଦି’ କୁହାଯିବ । ସେମାନଙ୍କୁ କ୍ରମବର୍ଦ୍ଧିଷ୍ଣୁ ପର୍ଯ୍ୟଟନ କ୍ଷେତ୍ରରେ ଜୀବିକା ନିର୍ବାହ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ସେମାନଙ୍କୁ ଲକ୍ଷପତି ଦିଦିରେ ରୂପାନ୍ତର କରାଯିବ ବୋଲି କେନ୍ଦ୍ର ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ କହିଛି । ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟର ସୂଚନା ମୁତାବକ, ଇଜ ମାଇଁ ଟ୍ରିପ କମ୍ପାନୀ ୯ଟି ଜିଲ୍ଲାର ୧୦ଟି ବ୍ଲକରେ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିବ । ଏହି ଜିଲ୍ଲା ଗୁଡିକ ହେଉଛି ପାଟନା, ଭଦୋଦରା, ବେଗୁସରାଇ, ରାଜକୋଟ, ସୁରଟ, ଭୋପାଲ, ଉଜ୍ଜୟିନୀ, ଅଯୋଧ୍ୟା ଓ ବାରାଣାସୀ । ଏହି ପାଇଲଟ ପ୍ରୋଜେକ୍ଟର ଅବଧି ୩ ମାସର ହୋଇଥିବା ବେଳେ ତାଲିମ ଶିକ୍ଷଣର ବେଗକୁ ଆଧାର କରି ସମୟସୀମା ବଢାଯାଇ ପାରିବ ।

ଏହା ମଧ୍ୟ ପଢନ୍ତୁ ...ଫିଲ୍ମ ଷ୍ଟାଇଲରେ ବିବାହ, ଶହୀଦଙ୍କ ଭଉଣୀର ଦାୟିତ୍ବ ନେଲେ ୧୬ ଗରୁଡ କମାଣ୍ଡୋ

ଦୁଇ ପକ୍ଷ ଦ୍ବାରା ସ୍ବାକ୍ଷର ହୋଇଥିବା ଏମଓୟୁ ଅନୁଯାୟୀ, ମନ୍ତ୍ରଣାଳୟ ଏସଏଚଜି ମହିଳାମାନଙ୍କୁ ଏକାଠି କରିବା ସହିତ ଇଜ ମାଇଁ ଟ୍ରିପ ପ୍ରଦତ୍ତ ତାଲିମ ପାଇଁ ସେମାନଙ୍କ ଉପଲବ୍ଧତାକୁ ସୁନିଶ୍ଚିନ୍ତ କରିବେ । ତେବେ ଏଥିପାଇଁ ମହିଳାଙ୍କୁ ଚୟନ କରିବାର କିଛି ଯୋଗ୍ୟତା ରଖାଯାଇଛି । ‘ଟିକେଟ୍ ୱାଲି ଦିଦି’ଙ୍କୁ ଇଂରାଜୀ କିମ୍ବା ହିନ୍ଦୀରେ ପଢିବା ଓ ଲେଖିବାର ମୌଳିକ ଜ୍ଞାନ ରହିବା ସହିତ କମ୍ପ୍ୟୁଟର ଓ ଇଣ୍ଟରନେଟ ବ୍ୟବହାର ବିଷୟରେ ଜାଣିଥିବା ଦରକାର ।

ଇଜ ମାଇଁ ଟ୍ରିପ ମନୋନୀତ ମହିଳାମାନଙ୍କୁ ନିଜର ପ୍ଲାଟଫର୍ମ ବ୍ୟବହାର କରିବାକୁ ସୁଯୋଗ ପ୍ରଦାନ କରିବ । ମନୋନୀତ ସଦସ୍ୟମାନଙ୍କୁ ବସ୍, ଟ୍ରେନ୍, ହୋଟେଲ ଏବଂ ବିମାନର ଟିକେଟ୍‌କୁ ଖୋଜିବା, ବୁକ୍ କରିବା ଓ ପ୍ରିଣ୍ଟିଂ ସେବା ସମ୍ପର୍କରେ ତାଲିମ ଦିଆଯିବ । ଇଜ ମାଇଁ ଟ୍ରିପ ମନୋନୀତ ହୋଇଥିବା ପ୍ରତି ମହିଳାମାନଙ୍କୁ କମ୍ପ୍ୟୁଟର ଦେବା ସହ ପ୍ରିଣ୍ଟର ଓ ଇଣ୍ଟରନେଟ ସେବା ମଧ୍ୟ ଯୋଗାଇଦେବେ । ଟିକେଟ୍ ବୁକ୍ ଏଣ୍ଟରପ୍ରାଇଜ୍ (ପୋଷ୍ଟ ଟ୍ରେନିଂ) ପରିଚାଳନା କରୁଥିବା SHG ସଦସ୍ୟଙ୍କ ଲାଭ ଆୟ ପ୍ରତି ମାସରେ ଅତି କମରେ 10 ହଜାର ଟଙ୍କା ହେବ ବୋଲି ମନ୍ତ୍ରଣାଳୟ କହିଛି । ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଚରଣଜିତ ସିଂଙ୍କ ଅଧ୍ୟକ୍ଷତାରେ ଏହି ମିଟିଂରେ ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମ ସଚିବ ସ୍ମୃତି ସରନ ଓ କମ୍ପାନୀ ପକ୍ଷରୁ ସିଓଓ ନୂତନ ଗୁପ୍ତା ଏମଓୟୁ ସ୍ବାକ୍ଷର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.