ETV Bharat / bharat

ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ମୋଦିଙ୍କୁ ଟାର୍ଗେଟ କଲା ପାକିସ୍ତାନ - Modi Lost Another Battle - MODI LOST ANOTHER BATTLE

FAWAD CHAUDHRY TARGETS PM MODI: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜେଲରୁ ବାହାରିବା ପାକିସ୍ତାନ ଗଣମାଧ୍ୟମ ସଂସ୍ଥାର ହେଡଲାଇନ ରହିଛି । ଏହା ଉପରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଏମିତି କହିଛନ୍ତି । ଅଧିକ ପଢନ୍ତୁ

FAWAD CHAUDHRY
FAWAD CHAUDHRY (ETV Bharat Odisha)
author img

By ANI

Published : May 11, 2024, 6:42 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିବା ପରେ ଶୁକ୍ରବାର ସନ୍ଧ୍ୟାରେ ଜେଲରୁ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି ପାକିସ୍ତାନ । ପଡ଼ୋଶୀ ଦେଶ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି କହିଛନ୍ତି, 'ପ୍ରଧାନମନ୍ତ୍ରୀ ମୋଦି ଆଉ ଏକ ଯୁଦ୍ଧ ହାରିଯାଇଛନ୍ତି' । କେଜ୍ରିୱାଲଙ୍କୁ ଜେଲରୁ ମୁକୁଳିବା ଖବର ଏବେ ପାକିସ୍ତାନରେ ବି ଚର୍ଚ୍ଚାର ବିଷୟ ପାଲଟିଛି ।

ପାକିସ୍ତାନର ଏକ ଗଣମାଧ୍ୟମ ସଂସ୍ଥାର ଶିରୋନାମା ରହିଛି 'ମୋଦିଙ୍କ ବିରୋଧୀ କେଜ୍ରିୱାଲଙ୍କୁ ଭାରତର ସର୍ବୋଚ୍ଚ ଅଦାଲତ ଜାମିନ ପ୍ରଦାନ କରିଛନ୍ତି ' । ଏପରିକି ପାକିସ୍ତାନର ନେତାମାନେ ମଧ୍ୟ ଏହାକୁ ମୋଦି ସରକାରଙ୍କ ହାର ବୋଲି କହିଛନ୍ତି । ପାକିସ୍ତାନର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି, "ମୋଦିଜୀ ପୁଣି ଆଉ ଏକ ଲଢେଇର ପରାଜିତ ହୋଇଛନ୍ତି । କେଜ୍ରିୱାଲ ଜେଲରୁ ମୁକୁଳି ଯାଇଛନ୍ତି । ଏହା ଭାରତ ପାଇଁ ଭଲ ଖବର ।" ଏପରିକି କେଜ୍ରିୱାଲ ଜେଲରୁ ବାହାରୁଥିବାର ଅନେକ ଖବର ସେୟାର କରିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଫୱାଦ ଭାରତରେ ନିର୍ବାଚନ ସମୟରେ ଏଭଳି ବୟାନବାଜି କରିଥିବାର ନଜିର ରହିଛି ।

ଚଳିତ ମାସର ପ୍ରାରମ୍ଭରୁ ପାକିସ୍ତାନର ଏହି ପୂର୍ବତନ ମନ୍ତ୍ରୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ । ଭାରତର ସାଧାରଣ ନିର୍ବାଚନରେ ମୋଦିଙ୍କୁ ରୋକିବା ଜରୁରୀ ବୋଲି ସେ କହିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିଡିଓ ସେୟାର କରି ଫୱାଦ ଲେଖିଥିଲେ, " ରାହୁଲ ଅନ୍‌ ଫାୟାର ।" ଅନ୍ୟପଟେ ସେ ଭାରତୀୟ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ଫୱାଦ କହିଥିଲେ, " ଏବେ ମୋଦିଙ୍କୁ ରୋକିବା ଜରୁରୀ ହୋଇପଡ଼ିଛି ।" ଏହାପରେ ବିଜେପି କଡ଼ା ଜବାବ ଦେଇଥିଲା । ମୋଦି ଫୱାଦଙ୍କ ନାଁ ନ ନେଇ କହିଥିଲେ ଯେ ପାକିସ୍ତାନ କଂଗ୍ରେସ ଶେହଜାଦା (ରାହୁଲ ଗାନ୍ଧୀ)ଙ୍କ ବିଜୟ ଚାହୁଁଛି ।

ଏହା ବି ପଢନ୍ତୁ- ଆଜି କେଜ୍ରିଓ୍ବାଲଙ୍କ ପାଓ୍ବାର ସୋ’: ହନୁମାନ ମନ୍ଦିର ଦର୍ଶନ ପରେ ଏକାଧିକ ରୋଡ ସୋ’, ସଂଧ୍ୟାରେ ପ୍ରେସମିଟ୍‌

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ କ୍ରୋଧଭାବ ପ୍ରକାଶ କରି ଏହି ପାକିସ୍ତାନୀ ରାଜନେତା ଜଣକ କହିଥିଲେ, "ପ୍ରଧାନମନ୍ତ୍ରୀ ସାମ୍ପ୍ରଦାୟିକତାକୁ ଟାର୍ଗେଟ କରିଥାନ୍ତି । ନା ମୁଁ ରାହୁଲ ଗାନ୍ଧୀଙ୍କୁ ଜାଣିଛି ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ । କିନ୍ତୁ ମୋର ଗୋଟିଏ ପ୍ରୟାସ ହେଉଛି ଯେଉଁଠି କଟ୍ଟରପନ୍ଥୀ ହେଉଛି ତାହାର ବିରୋଧ କରିବା ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.