ETV Bharat / bharat

ଝିଅକୁ ଦୁଷ୍କର୍ମ କରୁଥିଲା ସାବତ ବାପା, କୁକର୍ମରେ ସାହାଯ୍ୟ କରୁଥିଲେ ମା’ - Minor Girl Raped By Stepfather

author img

By ETV Bharat Odisha Team

Published : Apr 12, 2024, 2:23 PM IST

Minor Girl Raped By Stepfather: ଉତ୍ତର ପ୍ରଦେଶରେ ଲଜ୍ଜା । 11 ବର୍ଷର ଝିଅକୁ ଦୁଷ୍କର୍ମ କଲା ସାବତ ବାପା । ସ୍ବାମୀର ପାପ ଲୁଚାଇବାକୁ ଝିଅକୁ ନିର୍ଯାତନା ଦେଉଥିଲା ମାଆ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ।

Etv Bharat
Etv Bharat

ଲକ୍ଷ୍ନୌ: ଗାଜିଆବାଦରେ ଲଜ୍ଜା । ବାପା-ଝିଅ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଝିଅକୁ ଦୁଷ୍କର୍ମ କଲା ସାବତ ବାପା । ଜନ୍ମ କଲା ଝିଅକୁ ସୁରକ୍ଷା ଦେବା ପରିବର୍ତ୍ତେ ଘଟଣା ବିଷୟରେ କାହାକୁ ନକହିବାକୁ ଝିଅକୁ ନିର୍ଯାତନା ଦେଉଥିଲା ମାଆ । ଯନ୍ତ୍ରଣା ଅସହ୍ୟ ହେବାରୁ ଶେଷରେ ଘର ଛାଡି ଦିଲ୍ଲୀ ପଳାଇଲେ ପୀଡିତା ନାବଳିକା । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦରେ । ନାବାଳିକାକୁ ଦିଲ୍ଲୀ ପୋଲିସ ଉଦ୍ଧାର କରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ଏହାପରେ ଅଭିଯୁକ୍ତ ସାବତ ବାପା ଓ ମାଆକୁ ପୋଲିସ ଗିରଫ କରିଛି ।

ପୋଲିସର ସୂଚନାନୁସାରେ, ଝିଅର ବାପା କିଛି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ, ପରେ ପୀଡିତାଙ୍କ ମାଆ ଏବଂ ତାଙ୍କର ଦୁଇ ଭାଇ ନିଜ ଗାଁକୁ ଚାଲିଯାଇଥିଲେ । କିନ୍ତୁ କିଛି ଦିନ ପରେ ପୁଣି ସମସ୍ତେ ଗାଜିଆବାଦକୁ ଫେରିଆସିଥିଲେ । ତା’ପରେ ଘରେ ପାଖରେ ରହୁଥିବା ଜଣେ ପଡୋଶୀଙ୍କୁ ପୀଡିତାଙ୍କ ମାଆ ଦ୍ବିତୀୟ ବିବାହ କରିଥିଲା । ବ୍ୟକ୍ତି ଜଣଙ୍କ ପୁରା ପରିବାର ସହ ଏକାଠି ରହୁଥିଲା । ଅନେକ ସମୟରେ ସେ ତାଙ୍କ ସ୍ତ୍ରୀଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରୁଥିଲା ଓ ନିଜ ନାବାଳିକାକୁ ଝିଅକୁ ଦୁଷ୍କର୍ମ ମଧ୍ୟ କରୁଥିଲା । ପୀଡିତାଙ୍କ ବଡ ଭାଇ ଏନେଇ ଆପତ୍ତି କରିବାକୁ ସାବତ ବାପା ତାଙ୍କୁ ମାଡ ମାରିବା ସହ ଗାଳି ଗୁଲଜ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଶ୍ବାସରେ ବିଷ ଦେଲା ବାପାଙ୍କ ସାଙ୍ଗ, ନାବାଳିକା ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା - Minor girl raped

ସାବତ ବାପାଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେବା ପରେ ପୀଡିତା ନାବାଳିକା ଜଣଙ୍କ ତାଙ୍କ ମାଆକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ସେତେବେଳେ ମହିଳା ଜଣଙ୍କ ଝିଅକୁ ସୁରକ୍ଷା ଦେବା ପରିବର୍ତ୍ତେ ଏହି ଘଟଣା ବାହାରେ ପ୍ରଘଟ ନକରିବାକୁ ଧମକାଇଥିଲେ । ଏଥିସହ ପ୍ରତିଦିନ ନିର୍ଯାତନା ଦେଉଥିଲେ । ଯଦି ଘଟଣା ବାହାରେ ପ୍ରଘଟ ହୁଏ ତେବେ ମହିଳା ଜଣଙ୍କ ତାଙ୍କ ଝିଅକୁ ହତ୍ୟା କରିବେ ବୋଲି ଧମକ ଦେଉଥିଲେ । ଶେଷରେ ମାଆ ଓ ସାବତ ବାପାର ଅତ୍ୟାଚାର ଅସହ୍ୟ ହେବାରୁ ଗାଜିଆବାଦରେ ଘର ଛାଡି ଦିଲ୍ଲୀ ପଳାଇ ଆସିଥିଲେ ନାବାଳିକା ଜଣଙ୍କ । ପରବର୍ତ୍ତୀ ସମୟରେ ଦିଲ୍ଲୀ ପୋଲିସ ତାଙ୍କୁ ରାସ୍ତାରୁ ଉଦ୍ଧାର କରି ପରିଚୟ ପଚାରିଥିଲା । ପୀଡିତା ଜଣଙ୍କ ପୋଲିସ ସମ୍ମୁଖରେ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସାବତ ବାପା ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.