ETV Bharat / bharat

ଫେବୃଆରୀ ପହିଲାରୁ ଅଯୋଧ୍ୟାକୁ ଉଡିବ 8 ନୂଆ ବିମାନ

author img

By ETV Bharat Odisha Team

Published : Jan 30, 2024, 10:58 PM IST

Eight new flights for Ayodhya from Feb 1: ଫେବୃଆରୀ ପହିଲାରୁ ଅଯୋଧ୍ୟାକୁ 8 ନୂଆ ବିମାନ ଚଳାଚଳ ଆରମ୍ଭ । ଅଧିକ ପଢନ୍ତୁ

ଫେବୃଆରୀ ପହିଲାରୁ ଅଯୋଧ୍ୟାକୁ 8 ନୂଆ ବିମାନ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ସାରା ଦେଶରୁ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି । ତେବେ ଅଯୋଧ୍ୟାରେ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଅନ୍ତର୍ଜାତୀୟ ବିମାନ ବନ୍ଦର ମଧ୍ୟ ପ୍ରତିଷ୍ଠା ହୋଇସାରିଛି । ଏବେ ଏହି ବିମାନ ବନ୍ଦରରେ ଅଳ୍ପସଂଖ୍ୟକ ବିମାନ ରୁଟିନ ଉଡାଣ ସେବା ଯୋଗାଉଥିବା ବେଳେ ଏହିକ୍ରମରେ ଅଧିକ ବିମାନ ଯୋଡି ହେବାକୁ ଯାଉଛି । ଫେବୃଆରୀ ପହିଲାରୁ ଅଯୋଧ୍ୟାରୁ ଦେଶର ବିଭିନ୍ନ ପ୍ରମୁଖ ସହରରୁ 8ଟି ନୂଆ ବିମାନ ସେବା ଯୋଗାଯିବା ନେଇ ଘୋଷଣା କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ।

ମନ୍ତ୍ରଣାଳୟ ଜାରି କରିଥିବା ବିବୃତ୍ତି ଅନୁସାରେ, ଫେବୃଆରୀ ପହିଲାରୁ ବିଭିନ୍ନ ପ୍ରମୁଖ ସହରରୁ ଅଯୋଧ୍ୟାକୁ 8ଟି ବିମାନ ଚଳାଚଳ କରିବ । ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁ, ମୁମ୍ବାଇ, ଅହମ୍ମଦାବାଦ, ଜୟପୁର, ପାଟନା ଓ ଅଯୋଧ୍ୟା ମଧ୍ୟରେ ଏହି ବିମାନ ସେବା ଆରମ୍ଭ ହେବ । ଏହି ବିମାନ ସେବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆଙ୍କ ଦ୍ବାରା ଶୁଭାରମ୍ଭ ହେବ ।

ଅଯୋଧ୍ୟାରେ 2019 ରେ ସର୍ବୋଚ୍ଚକୋର୍ଟଙ୍କ ରାୟ ଆସିବା ପରେ ରାମ ମନ୍ଦିର ନିର୍ମାଣ ସାଙ୍ଗରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରାଯାଇଥିଲା । ଦେଶର ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ହେବାକୁ ଯାଉଥିବା ଅଯୋଧ୍ୟାକୁ ବିଶ୍ବସ୍ତରୀୟ ସଂଯୋଗୀକରଣ ଦେବା ପାଇଁ ଏହି ବିମାନ ବନ୍ଦର ପ୍ରାୟ 350 କୋଟି ବ୍ୟୟବରାଦରେ ନିର୍ମାଣ କରାଯାଇଛି । ପ୍ରାଣ ପ୍ରତିଷ୍ଠା ଉତ୍ସବର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିଥିଲେ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସମଗ୍ର ବିଶ୍ବରୁ ନିମନ୍ତ୍ରିତ ଅତିଥି ଏହି ବିମାନ ବନ୍ଦର ମାଧ୍ୟମରେ ଅଯୋଧ୍ୟାରେ ପହଞ୍ଚିଥିଲେ । କେବଳ 22 ତାରିଖରେ ହୋଇଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ଏହାର ପୂର୍ବଦିନ ମୋଟ 116 ବିମାନ ଅଯୋଧ୍ୟାରେ ଅବତରଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ :- ଓଡିଆ ଝିଅ କଳ୍ପନା ସୋରେନ ହେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ! ହେମନ୍ତଙ୍କ ପ୍ଲାନ ‘ବି’ ନେଇ ବଢିଲା ଚର୍ଚ୍ଚା

ତେବେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏବେ ସାଧାରଣ ଦର୍ଶନ ମଧ୍ୟ ଆରମ୍ଭ ହୋଇସାରିଛି ।ଏବେ ସାରା ଦେଶରୁ ଶ୍ରଦ୍ଧାଳୁମାନେ ଅଯୋଧ୍ୟାରେ ପହଞ୍ଚିବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗାଲୁରୁ ପରି ପ୍ରମୁଖ ସହରକୁ ଅଯୋଧ୍ୟା ସହ ଏୟାର କନେକ୍ଟଭିଟିରେ ଯୋଡିବା ପାଇଁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ଫେବୃଆରୀର ପହିଲାରେ 8 ଟି ସହରରୁ ଅଯୋଧ୍ୟାରୁ ରୁଟିନ ବିମାନ ସେବା ଆରମ୍ଭ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.