ETV Bharat / bharat

ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ; ଯବାନ ଶହୀଦ, ଜଣେ ଆତଙ୍କୀ ନିପାତ - Encounter in Jammu Kashmir

author img

By ETV Bharat Odisha Team

Published : Jul 27, 2024, 11:32 AM IST

Updated : Jul 27, 2024, 11:57 AM IST

Encounter in Jammu Kashmir: ଜମ୍ମୁ-କାଶ୍ମୀରରେ ପୁଣି ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ଏହି ଏନକାଉଣ୍ଟରରେ ଏବେସୁଦ୍ଧା ଜଣେ ଆତଙ୍କବାଦୀ ନିହତ ହୋଇଛି । ସେହପରି ଆତଙ୍କୀ ପାଲଟା ଗୁଳିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଓ ୪ ଜଣ ଆହତ ହୋଇଛନ୍ତି । ମାତ୍ର ୪ ଦିନ ମଧ୍ୟରେ କୁପଓ୍ବାରା ଜିଲ୍ଲାରେ ଏହା ଦ୍ୱିତୀୟ ଏନକାଉଣ୍ଟର । ଅଧିକ ପଢନ୍ତୁ

Encounter in Jammu Kashmir:
Encounter in Jammu Kashmir: (ANI)

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ଆଜି (ଶନିବାର) ସକାଳୁ କୁପଓ୍ବାରା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସେନାର ଏନକାଉଣ୍ଟରରେ ଏବେ ସୁଦ୍ଧା ଜଣେ ଆତଙ୍କବାଦୀ ନିହତ ହୋଇଛି । ସେହିପରି ଏଥିରେ ଜଣେ ଯବାନ ଶହୀଦ ହୋଇଯାଇଥିବାବେଳେ 4 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯବାନଙ୍କ ମଧ୍ୟରେ ଜଣେ ମେଜର ରାଙ୍କ୍ ଅଫିସର ମଧ୍ୟ ରହିଛନ୍ତି । କୁପୱାରାରେ ଗତ 4 ଦିନ ମଧ୍ୟରେ ଏହା ଦ୍ୱିତୀୟ ଏନକାଉଣ୍ଟର ।

ଆତଙ୍କବାଦ ବିରୋଧ ଅଭିଯାନ:

କୁପୱାରା ଜିଲ୍ଲାରେ ତ୍ରେହଗାମର ମଚିଲ ସେକ୍ଟର ଅନ୍ତର୍ଗତ କୁକମାଡି ପୋଷ୍ଟ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସୁରକ୍ଷାକର୍ମୀମାନେ ଖବର ପାଇଥିଲେ । ଏହାପରେ ସେହି ଅଞ୍ଚଳରେ ସୁରକ୍ଷାକର୍ମୀମାନଙ୍କ ପକ୍ଷରୁ ଆତଙ୍କବାଦୀ ବିରୋଧୀ ଅପରେସନ ଜୋରଦାର କରାଯାଇଥିଲା । ଏକ ମିଳିତ ଟିମ୍ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଧରିବା ପାଇଁ ଖୋଜଖୋଜି ଆରମ୍ଭ କରିଦେଇଥିଲେ । ସେହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ...ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ସଫା, ଯବାନ ଆହତ, 24 ଘଣ୍ଟାରେ 3ୟ ଗୁଳି ବିନିମୟ

ଏବେସୁଦ୍ଧା ଜଣେ ଯବାନ ଶହୀଦ, ଜଣେ ଆତଙ୍କୀ ନିପାତ:

ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସର୍ଚ୍ଚ ଅପରେସନ ସମୟରେ କୁମକାଡି ପୋଷ୍ଟଠାରେ ଆତଙ୍କବାଦୀ ଗତିବିଧି ଜାରି ରହିଥିବା ନେଇ ସୁରକ୍ଷାକର୍ମୀ ଜାଣିବାକୁ ପାଇଥିଲେ । ସୁରକ୍ଷାବାହିନୀ ଆତଙ୍କବାଦୀଙ୍କୁ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଉତ୍ତର ଦେଇ ଆତଙ୍କବାଦୀଙ୍କ ପକ୍ଷରୁ ମଧ୍ୟ ଗୁଳି ବର୍ଷା ଆରମ୍ଭ ହୋଇଯାଇଥିଲା । ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦ ନିପାତ ହୋଇଥିବା ବେଳେ 5 ଯବାନ ଆହତ ହୋଇଥିଲେ । ଆହତ ଯବାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ଆଖି ବୁଜିଛନ୍ତି । ଆହତଙ୍କ ମଧ୍ୟରେ ଜଣେ ମେଜର ରାଙ୍କ୍ ଅଫିସର ମଧ୍ୟ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ସେନା ଗାଡ଼ି ଉପରେ ଆତଙ୍କୀ ଆକ୍ରମଣ; 5 ଯବାନ ଶହୀଦ, 3 ଗୁରୁତର - Jammu Terrorist Attack

4 ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା:

ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ମାତ୍ର 4 ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । ୨୫ତମ କାର୍ଗିଲ ବିଜୟ ଦିବସ ପାଳନର ଗୋଟିଏ ଦିନ ନ ହେଉଣୁ ପୁଣି ଜମ୍ମୁ- କାଶ୍ମୀରରେ ଆତଙ୍କ ଖେଳାଇଛନ୍ତି ଆତଙ୍କବାଦୀ । ଗତ ବୁଧବାର ଦିନ ମଧ୍ୟ କୁପୱାରା ଅଞ୍ଚଳରେ ସେନା ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଜଣେ ଭାରତୀୟ ସେନା ଅଧିକାରୀ ଶହୀଦ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ଜୁଲାଇ 8ରେ ସେନା ଗାଡ଼ିକୁ ଟାର୍ଗେଟ କରି ଆକ୍ରମଣ ହୋଇଥିବା ବେଳେ 5 ଜଣ ଯବାନ ଶହୀଦ ଓ 3 ଯବାନ ଗୁରୁତର ହୋଇଥିଲେ ।

ସେହିପରି ଚଳିତ ମାସ 6 ତାରିଖରେ ଜମ୍ମୁ-କାଶ୍ମୀର କୁଲଗାମର ଦୁଇଟି ପୃଥକ ସ୍ଥାନରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ 4 ଆତଙ୍କୀଙ୍କୁ ନିପାତ କରିଥିଲା ସେନା । ଜୁନ ୧୫ରେ ଜମ୍ମୁର ଡୋଡା ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଜଣେ କ୍ୟାପଟେନଙ୍କ ସମେତ ଚାରିଜଣ ସେନା କର୍ମଚାରୀ ଶହୀଦ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2024, 11:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.