ETV Bharat / bharat

ନିର୍ବାଚନରେ AI ଭୟ, ମିଥ୍ୟା ପୋଷ୍ଟ ରୋକିବାକୁ ଅପରେସନ ସେଣ୍ଟର ଖୋଲିବ ‘ମେଟା’

Meta Sets Operations Centre for Lok Sabha Polls 2024: ସାଧାରଣ ନିର୍ବାଚନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଭୟ । ମିଥ୍ୟା ଖବର ରୋକିବାକୁ ଦେଶର ବିଭିନ୍ନ ସ୍ଥାନରେ ଅପରେସନ ସେଣ୍ଟର ଖୋଲିବ ‘ମେଟା’ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 19, 2024, 8:45 PM IST

ନିର୍ବାଚନ ପାଇଁ ଅପରେସନ ସେଣ୍ଟର ଖୋଲିବ ‘ମେଟା’

ହାଇଦ୍ରାବାଦ: ବିଶ୍ବର ସର୍ବବୃହତ୍ତ ଗଣତାନ୍ତ୍ରିକ ଦେଶ ଭାରତରେ ସାଧାରଣ ନିର୍ବାଚନ ସହ ସମାନ୍ତରଳ ଭାବେ 4 ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହିକ୍ରମରେ ସୋସିଆଲ ମିଡିଆରେ ମଧ୍ୟ ନିର୍ବାଚନୀ ତାତି ସ୍ପଷ୍ଟ ବାରି ହୋଇପଡିଲାଣି । ଦେଶରେ କୋଟି କୋଟି ବ୍ୟବହାରକାରୀ ଥିବା କାରଣରୁ ସାମାଜିକ ଗଣମାଧ୍ୟମର ଜନମତକୁ ପ୍ରଭାବିତ କରିବା ପରି ଏକ ପ୍ରମୁଖ ଭୂମିକା ମଧ୍ୟ ରହିଛି । ତେଣୁ ମିଥ୍ୟା ସୂଚନା ଓ ପୋଷ୍ଟ ଉପରେ ନଜର ରଖିବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ମେଟା’ ଏବେ ଭାରତରେ ଏକାଧିକ ଅପରେସନ ସେଣ୍ଟର ପ୍ରତିଷ୍ଠା କରିବାକୁ ଯାଉଛି । ବିଭିନ୍ନ ବିଶେଷଜ୍ଞକୁ ଏଥିରେ ନିୟୋଜିତ କରାଯିବ ।

ସୋସିଆଲ ମିଡିଆରେ ନିର୍ବାଚନ ସମ୍ପର୍କରେ ଆପତ୍ତିଜନକ ପୋଷ୍ଟ, ଫଟୋ, ଭିଡିଓ, ମନ୍ତବ୍ୟ ଓ ମିଥ୍ୟା ଖବର ପ୍ରସାରଣ ଉପରେ ନଜର ରଖାଯିବ । ମାର୍କ ଜୁକରବର୍ଗଙ୍କ ନିୟନ୍ତ୍ରଣାଧୀନ ‘ମେଟା’ ହେଉଛି ଫେସବୁକ, ହ୍ବାଟ୍ସଆପ, ଇନଷ୍ଟାଗ୍ରାମ ପରି ଏକାଧିକ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମର ମୂଳ କମ୍ପାନୀ । ଭାରତରେ ସାଧାରଣ ନିର୍ବାଚନ ଓ ସୋସିଆଲ ମିଡିଆର ପ୍ରଭାବକୁ ଦୃଷ୍ଟିରେ ରଖି କମ୍ପାନୀ ଏବେ ଏକାଧିକ ଅପରେସନ ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନେଇଛି । ଦେଶର ବିଭିନ୍ନ ସହରରେ ଏହି ସେଣ୍ଟର ନିର୍ବାଚନ ସରିବା ପର୍ଯ୍ୟନ୍ତ କାର୍ଯ୍ୟ କରିବ ।

ଏହା ମଧ୍ୟ ପଢନ୍ତୁ :-ED ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ କେଜ୍ରିଓ୍ବାଲ, କାଲି ଶୁଣାଣି

ଏବେ ବିଶେଷ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଓ ଡିପଫେକ ପରି ସଫ୍ଟଓ୍ବେର ଆସିବା ଫଳରେ ସୋସିଆଲ ମିଡିଆ ବେଶ ଆହ୍ବାନପୂର୍ଣ୍ଣ ହୋଇପଡିଛି । ମିଥ୍ୟା ଓ ଆଧାରହୀନ ଫଟୋ, ଭିଡିଓ ଭାଇରାଲ ହେବା ପରି ଘଟଣା ନିକଟ ଅତୀତରେ ବ୍ୟବହାରକାରୀଙ୍କ ପାଇଁ ଚିନ୍ତା ସୃଷ୍ଚି କରିଛି । ଏକାଧିକ ସେଲିବ୍ରିଟିଙ୍କ ମିଥ୍ୟା ଫଟୋ ଓ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ତେଣୁ ନିର୍ବାଚନରେ ମଧ୍ୟ ସେହିପରି ସମସ୍ୟା ଓ ଆହ୍ବାନ ସୃଷ୍ଟିହେବା ଏକପ୍ରକାର ସ୍ପଷ୍ଟ । ତେଣୁ ନିର୍ବାଚନ କମିଶନର ମଧ୍ୟ ତାରିଖ ଘୋଷଣା କରିବା ସମୟରେ ଏହି ଦିଗକୁ ବିଶେଷ ଭାବେ ଆଲୋକପାତ କରିଥିଲେ । ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ, ମିଥ୍ୟା, ଉତ୍ତେଜନା ସୃଷ୍ଟିକାରୀ ଓ ଭୁଲ ସୂଚନା ପ୍ରସାରଣ ଉପରେ ସ୍ବତନ୍ତ୍ର ନଜର ରହିବ । ଏପରି କୌଣସି ବ୍ୟତିକ୍ରମ ଦୃଷ୍ଟିକୁ ଆସିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବା ନେଇ ଆୟୋଗ ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ‘ମେଟା’ ମଧ୍ୟ ଏହି ଅପରେସନ ସେଣ୍ଟର ପ୍ରତିଷ୍ଠା କରି ମିଥ୍ୟା ଓ ନିରାଧର କଥାବସ୍ତୁକୁ ବାଦ ଦେବାପାଇଁ ପ୍ରୟାସ ଆରମ୍ଭ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.