ETV Bharat / bharat

ଏମିତି ଏକ ଶୈବପୀଠ; ଫଳ କି ମିଠା ନୁହେଁ, ମହାଦେବଙ୍କୁ ଲାଗି ହୁଏ ମେଡିସିନ ଭୋଗ, ମନ୍ଦିରରେ ବସି ପାଠ ପଢିଲେ ମିଳେ ବଡ ଚାକିରି ! - Medicines Offered To Mahadev

author img

By ETV Bharat Odisha Team

Published : Jul 25, 2024, 1:05 PM IST

Medicines offered instead of sweets at Mahadev Temple: ଦେଶରେ ଏମିତି ଏକ ଶିବ ମନ୍ଦିର ଅଛି, ଯେଉଁଠି ଭଗବାନଙ୍କୁ ବେଲପତ୍ର, କ୍ଷୀର କି ଫଳମୂଳ ଭୋଗ ଲାଗେନି, ବରଂ ଚେରମୂଳି ଔଷଧ ଭୋଗ ଲଗାନ୍ତି ଭକ୍ତ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକ କଥା ସତ । ପଢନ୍ତୁ ଏହି ଏକ ନିଆରା ଶିବ ମନ୍ଦିର ସମ୍ପର୍କରେ...

ଏମିତି ଏକ ଶିବ ମନ୍ଦିର; ଏଠି ଫଳ କି ମିଠା ନୁହେଁ, ମହାଦେବଙ୍କୁ ଲାଗି ହୁଏ ମେଡିସିନ ଭୋଗ
ଏମିତି ଏକ ଶିବ ମନ୍ଦିର; ଏଠି ଫଳ କି ମିଠା ନୁହେଁ, ମହାଦେବଙ୍କୁ ଲାଗି ହୁଏ ମେଡିସିନ ଭୋଗ (ETV Bharat Odisha)

ଲକ୍ଷ୍ନୌ: ଭାରତରେ ଅନେକ ପ୍ରାଚୀନ ଓ ପ୍ରସିଦ୍ଧ ଶୈବାଳୟ ରହିଛି । ଏଠରେ ଭଗବାନ ମହାଦେବଙ୍କୁ ସାଧାରଣତଃ ବେଲପତ୍ର, କ୍ଷୀର ଓ ନାନାଦି ଫଳମୂଳ ଓ ମିଠା ଭୋଗ ଲାଗି କରାଯାଏ । ହେଲେ ଏମିତି ବି ଏକ ମନ୍ଦିର ଅଛି, ଯେଉଁଠାରେ ବାବା ମହାଦେବଙ୍କୁ କୌଣସି ଖାଦ୍ୟ ଭୋଗ ନୁହେଁ ବରଂ ଔଷଧ ଲାଗି ହୋଇଥାଏ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶର ବାରଣାସୀ ଅନ୍ତର୍ଗତ କାଶୀଠାରେ ରହିଛି ନିଆରା ଏହି ଶିବ ମନ୍ଦିର । ମନ୍ଦିରରେ ଔଷଧ ଭୋଗ ଲଗାଇବାର ପରମ୍ପରା ଏହାକୁ ଚର୍ଚ୍ଚାକୁ ଆଣିଛି ।

ଏମିତି ଏକ ମନ୍ଦିର; ଏଠି ବାବାଏମିତି ଏକ ମନ୍ଦିର; ଏଠି ବାବା ମହାକାଳଙ୍କୁ ଲାଗି ହୁଏ ମେଡିସିନ ଭୋଗ ମହାକାଳଙ୍କୁ ଲାଗି ହୁଏ ମେଡିସିନ ଭୋଗ
ଏମିତି ଏକ ମନ୍ଦିର; ଏଠି ବାବା ମହାକାଳଙ୍କୁ ଲାଗି ହୁଏ ମେଡିସିନ ଭୋଗ (ETV Bharat Odisha)

କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ସ୍ଥିତ ଆୟୁର୍ବେଦ ଚିକିତ୍ସା ସଂସ୍ଥାନର ରସ ଶାସ୍ତ୍ର ବିଭାଗ ପରିସରରେ ଏହି ଶିବ ମନ୍ଦିର ଅବସ୍ଥିତ । ଏହାର ନାମ ରସେଶ୍ବର ମହାଦେବ ମନ୍ଦିର । ଏହି ମନ୍ଦିରରେ ସାଧନା କରାଯାଇ ବିଭିନ୍ନ ଚେରମୂଳିରୁ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରାଯାଇଥାଏ । ଖାସ୍ କଥା ହେଲା, ଔଷଧଗୁଡିକୁ ତିଆରି କରିବା ପୂର୍ବରୁ ଏବଂ ପରେ ମନ୍ଦିରରେ ଭୋଗ ଲଗାଇବାର ପରମ୍ପରା ରହିଛି । ମାରତ୍ମକ ରୋଗବ୍ୟାଧିର ଔଷଧ ପ୍ରସ୍ତୁତ ପାଇଁ ଏଠାରେ ମହାଦେବଙ୍କ ସାଧନା କରାଯାଏ ।

ଏମିତି ଏକ ମନ୍ଦିର; ଏଠି ବାବା ମହାକାଳଙ୍କୁ ଲାଗି ହୁଏ ମେଡିସିନ ଭୋଗ

ଏନେଇ ରସ ଶାସ୍ତ୍ର ବିଭାଗର ପ୍ରଫେସର ଆନନ୍ଦ ଚୌଧୁରୀ କହିଛନ୍ତି, ''ରସେଶ୍ବର ମହାଦେବ ହେଉଛନ୍ତି ରୋଗବ୍ୟାଧି ଦୂର କରିବାର ଦେବତା । ତେଣୁ ଆଣେ କାଢା, ଚୂର୍ଣ୍ଣ ଓ ଅନ୍ୟ କୌଣସି ଔଷଧ ପ୍ରସ୍ତୁତ କରିବା ପୂର୍ବରୁ ତାହାକୁ ପ୍ରଥମେ ବାବା ଭୋଳାନାଥଙ୍କୁ ସମର୍ପିତ କରୁ । ଏହି ପରମ୍ପରା ଅନେକ ଦିନକୁ ଚାଲିଆସିଛି । କୋଭିଡ ମହାମାରୀ ସମୟରେ ଆମେ ଯେଉଁ କାଢା ତିଆରି କରିଥିଲୁ ତାହାକୁ ମହାଦେବଙ୍କୁ ଲାଗି କରିଥିଲୁ । ଏହାପରେ ଲୋକଙ୍କୁ ପିଇବାକୁ ଦେଇଥିଲା, ଯାହା ସେମାନଙ୍କୁ ଜୀବନଦାନ ଦେବାରେ କାମ କରିଥିଲା ।''

ବୈଶାଳୀ ଗୁପ୍ତା ନାମକ ଜଣେ ଛାତ୍ରୀ କହିଛନ୍ତି, ଆମେ ଏକ ନୂତନ କ୍ରିମ ଉପରେ ଗବେଷଣା କରିବାକୁ ଯାଉଛୁ । ତେଣୁ ଆମେ ଏହାକୁ ଭଗବାନଙ୍କୁ ଅର୍ପଣ କରିବାକୁ ଆସିଛୁ । ଯାହାଦ୍ବାରା ଭଗବାନଙ୍କ କୃପାରୁ ଆମର ଗବେଷଣାରେ କୌଣସି ଅସୁବିଧା ହେବନି । କ୍ରିମ୍ ପ୍ରସ୍ତୁତ ହେଲା ପରେ ପୁଣିଥରେ ଆସି ମହାଦେବଙ୍କୁ ଅର୍ପଣ କରିବୁ ।

ଏହା ମଧ୍ୟ ପଢନ୍ତୁ: ଭାରତର ଏହି ସ୍ଥାନରେ ଆମେରିକାବାସୀଙ୍କୁ ବୁଲିବା ମନା; ଜାଣନ୍ତୁ କାରଣ - US travel advisory for India

ଏହି ରସେଶ୍ବର ଶିବ ମନ୍ଦିରର ଭିନ୍ନ ମହତ୍ତ୍ବ ରହିଛି । ମନ୍ଦିରର ପରିସର ଛାତ୍ରଛାତ୍ରୀଙ୍କ ପାଇଁ ଲାଇବ୍ରେରୀ ଭଳି । ବିଦ୍ୟାର୍ଥୀମାନେ ଏଠାରେ ବସି ପରୀକ୍ଷା ପାଇଁ ପଢାପଢି କରନ୍ତି । ମନ୍ଦିରର ଶାନ୍ତ ବାତାବରଣ ଓ ସକରାତ୍ମକ ଉର୍ଜା ପାଠପଢା ପାଇଁ ପ୍ରେରଣା ଦେଇଥାଏ । ମନ୍ଦିର ପରିସରରେ ବସି ପାଠ ପଢୁଥିବା ଅନେକ ପିଲା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବଡ ବଡ ଚାକିରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.