ETV Bharat / bharat

ଭାରତୀୟ କଳା ଜଗତର ଗୋଟିଏ ଯୁଗର ଅନ୍ତ: ଶେଷ ନିଦ୍ରାରେ ରାମୋଜୀ ରାଓ, ବ୍ୟକ୍ତି ନୁହେଁ ଅନୁଷ୍ଠାନକୁ ହରାଇଲା ଦେଶ, ରବିବାର ଶେଷକୃତ୍ୟ - Media Tycoon Ramoji Rao

author img

By ETV Bharat Odisha Team

Published : Jun 8, 2024, 8:55 PM IST

Updated : Jun 8, 2024, 11:04 PM IST

Media Tycoon Ramoji Rao passes away: ପରଲୋକରେ ପଦ୍ମବିଭୂଷଣ ରାମୋଜୀ ରାଓ । 87 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । କଳା, ସାହିତ୍ୟ, ସାମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ଅତୂଳନୀୟ ଅବଦାନକୁ ମନେ ପକାଉଛି ସାରା ଦେଶ । କାଲି ପୂର୍ବାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ

Etv Bharatଭାରତୀୟ କଳାଜଗତର ଗୋଟିଏ ଯୁଗର ଅନ୍ତ: ଶେଷ ନିଦ୍ରାରେ ରାମୋଜୀ ରାଓ, ଶୋକରେ ବୁଡିଲା ଦେଶ
Etv Bharatଭାରତୀୟ କଳାଜଗତର ଗୋଟିଏ ଯୁଗର ଅନ୍ତ: ଶେଷ ନିଦ୍ରାରେ ରାମୋଜୀ ରାଓ, ଶୋକରେ ବୁଡିଲା ଦେଶ (ETV Bharat Odisha)

ହାଇଦ୍ରାବାଦ: ଚିରନିଦ୍ରାରେ ମିଡିଆ ଟାଇକୁନ ତଥା ରାମୋଜୀ ଗ୍ରୁପ ପ୍ରତିଷ୍ଠାତା-ଅଧ୍ୟକ୍ଷ ସି.ରାମୋଜୀ ରାଓ । ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ଗତ କିଛି ଦିନ ହେବ ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି (ଶନିବାର) ଭୋର ପ୍ରାୟ 4ଟା 50 ମିନିଟରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପାର୍ଥିବ ଶରୀର ଫିଲ୍ମ ସିଟି ମୁଖ୍ୟ କାର୍ଯ୍ୟାଳୟରେ । ଗଣମାଧ୍ୟମ, ସିନେମା, ସାହିତ୍ୟ, କୃଷି, ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ସେ ଥିଲେ ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା । ରବିବାର ସକାଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

Media Tycoon Ramoji Rao passes away (ETV Bharat Odisha)

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଫିଲ୍ମସିଟିରେ ବହୁ ଶୁଭେଚ୍ଛୁ, ସମର୍ଥକ ଓ ରାମୋଜୀ ଗ୍ରୁପର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ତାଙ୍କ ଶେଷ ଦର୍ଶନ କରୁଛନ୍ତି । ନିର୍ମଳା ସୀତାରମଣ, ଚନ୍ଦ୍ରବାବୁ ନାଇଡୁ, ପବନ କଲ୍ୟାଣ, ଚିରଞ୍ଜୀବ, ତେଲେଙ୍ଗାନା ଉପ-ମୁଖ୍ୟମନ୍ତ୍ରୀ ଓ ବହୁ ମନ୍ତ୍ରୀମାନେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆସନ୍ତାକାଲି (ରବିବାର) ପୂର୍ବାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଗତ କିଛି ଦିନଧରି ଚିକିତ୍ସାଧୀନ ଥିବା ରାମୋଜୀ ରାଓ ଆଜି ଭୋର ସମୟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ 87ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ଭାରତୀୟ ସିନେମା, ସାମ୍ବାଦିକତା, ଶିକ୍ଷା, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଅତୂଳନୀୟ ଅବଦାନ ଦେଇଥିବା ରାମୋଜୀ ରାଓଙ୍କ ଅବର୍ତ୍ତମାନରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ ଶୂନ୍ୟସ୍ଥାନ । କେବଳ ଜଣେ ବହୁମୁଖୀ ପ୍ରତିଭା ନୁହନ୍ତି ବରଂ ଏକ ଅନୁଷ୍ଠାନକୁ ହରାଇଛି ଦେଶ । ଦେଶବ୍ୟାପୀ ପ୍ରକାଶ ପାଇଛି ଶୋକ । ରାଜନେତା, ଅଭିନେତା, ଶିକ୍ଷାବିତ, ବୁଦ୍ଧିଜୀବୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାମୋଜୀ ଫିଲ୍ମ ସିଟିରେ ପହଞ୍ଚି ଶ୍ରୀ ରାଓଙ୍କ ଶେଷ ଦର୍ଶନ କରିଛନ୍ତି ।

ପ୍ରାରମ୍ଭିକ ଜୀବନ:

1936 ମସିହାରେ ପରାଧୀନ ଭାରତର ମାଡ୍ରାସ ପ୍ରେସଡେନ୍ସିର କ୍ରିଷ୍ଣା ଜିଲ୍ଲରେ ପେଡାପାରୁପୁରୀ ଗ୍ରାମର ଏକ କୃଷକ ପରିବାରରେ ରାମୋଜୀ ଜନ୍ମଗ୍ରହଣ କରିଥିଲେ । ବାପାଙ୍କ ନାମ ଥିଲା ଭେଙ୍କେଟ ସୁବାରାଓ ଓ ମା’ ଥିଲେ ଭେଙ୍କେଟ ସୁବ୍ବାମ୍ମା । ବାପା ଥିଲେ ବୃତ୍ତିରେ କୃଷକ । ପିଲାଦିନୁ ଶିକ୍ଷାରେ ବେଶ ମେଧାବୀ ଥିଲେ ରାମୋଜୀ ରାଓ । ସିନେମା ନିର୍ମାଣ ସମ୍ପର୍କରେ ଥିବା ଅହେତୁକ ଆଗ୍ରହ ତାଙ୍କୁ କଳା ଦୁନିଆରେ ପ୍ରବେଶ କରାଇଥିଲା । ହେଲେ କିଛି ବର୍ଷ ପରେ ସେ ବ୍ୟବସାୟିକ ଦୁନିଆରେ ପାଦ ରଖିଥିଲେ । 1962 ମସିହାରେ ପ୍ରତିଷ୍ଠା କରିଥିଲେ ମାର୍ଗଦର୍ଶୀ ଚିଟଫଣ୍ଡ । ପରେ ସେନେମା ନିର୍ମାଣ ପାଇଁ ପ୍ରତିଷ୍ଠା କରିଥିଲେ ରାମୋଜୀ ଫିଲ୍ମ ସିଟି । ଏକାଧାରାରେ ଜଣେ ଲେଖକ, ସାହିତ୍ୟିକ, ସ୍ତମ୍ଭକାର, ପ୍ରଯୋଜକ, ସମାଜସେବୀ ଥିଲେ ରାମୋଜୀ ।

ସାହିତ୍ୟ, ସାମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ଅତୂଳନୀୟ ଅବଦାନ:

ଆଞ୍ଚଳିକ ଓ ଦେଶର ଜାତୀୟ ସିନେମା ଶିଳ୍ପକୁ ଅତୂଳନୀୟ ଅବଦାନ ଦେଇଥିବା ରାମୋଜୀ ରାଓ 4 ଫିଲ୍ମ ଫେୟାର ଆଓ୍ବାର୍ଡ (ଦକ୍ଷିଣ ଭାରତୀୟ ସିନେମା) ଓ ତେଲଗୁ ସିନେମା ପାଇଁ ଜାତୀୟ ଫିଲ୍ମ ଫେୟାର ଆଓ୍ବାର୍ଡରେ ମଧ୍ୟ ସମ୍ମାନିତ ହୋଇଥିଲେ । ଭାରତୀୟ ସାହିତ୍ୟ, ସମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ଅତୂଳନୀୟ ଅବଦାନ ପାଇଁ ବର୍ଷ 2016ରେ ତାଙ୍କୁ ସମ୍ମାନଜନକ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାମୋଜୀ ରାଓଙ୍କୁ ‘ପଦ୍ମବିଭୂଷଣ’ ସମ୍ମାନରେ ସମ୍ମାନିତ କରିଥିଲେ ।

ରାମୋଜୀ ଗ୍ରୁପର ବିଭିନ୍ନ ସଂସ୍ଥାରେ ଏବେ ପ୍ରାୟ 10 ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଆଡି ଏହି ଭେଟେରାନ ପରପାରିକୁ ଚାଲିଯାଇଛନ୍ତି । ତାଙ୍କ ଅନୁପସ୍ଥିତି ଏକ ଅପରୂଣୀୟ ସ୍ଥାନ ସୃଷ୍ଟି କରିଛି ସତ୍ୟ, କିନ୍ତୁ ସେ ସୃଷ୍ଟି କରିଥିବା ଧାରା ଓ ଛାଡି ଯାଇଥିବା ପଦାଙ୍କ ଆଗାମୀ ପିଢିକୁ ନିଶ୍ଚିତ ମାର୍ଗଦର୍ଶନ କରୁଥିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 8, 2024, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.