ETV Bharat / bharat

ଯୁଦ୍ଧ ମୁହାଁ ଇସ୍ରାଏଲ-ଇରାନ, ଭାରତୀୟଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି - Travel advisory for Iran Israel

author img

By ETV Bharat Odisha Team

Published : Apr 13, 2024, 7:49 AM IST

Travel advisory for Iran & Israel: ମଧ୍ୟପ୍ରାଚ୍ୟରେ ବଢୁଛି ଆଉ ଏକ ଯୁଦ୍ଧ ଭୟ । ପରସ୍ପର ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି ଇସ୍ରାଏଲ ଓ ଇରାନ । ଏହାକୁ ଦୃଷ୍ଟିରେ ରଖି ଭାରତୀୟଙ୍କ ଟ୍ରାଭେଲ ଆଡଭାଇଜରୀ ଜାରି କଲା ବିଦେଶ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା । ଉଭୟ ରାଷ୍ଟ୍ର ଯେକୌଣସି ମୁହୂର୍ତ୍ତରେ ପରସ୍ପର ଉପରେ ଆକ୍ରମଣ କରିପାରନ୍ତି । ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରଣାଳୟ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଭାରତୀୟଙ୍କୁ ଇରାନ ଏବଂ ଇସ୍ରାଏଲ ଯିବାକୁ ବାରଣ କରାଯାଇଛି । ସେହିପରି ଯେଉଁ ଭାରତୀୟମାନେ ଏବେ ଏହି ଦୁଇ ଦେଶରେ ଅଛନ୍ତି ସେମାନେ ନିଜ ସୁରକ୍ଷା ପ୍ରତି ସତର୍କ ରହିବା ସହ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଭାରତୀୟ ଦୂତାବାସ ପକ୍ଷରୁ ଜାରି ଆଡଭାଇଜରୀ (ମାର୍ଗଦର୍ଶିକା)ରେ କୁହାଯାଇଛି, ''ଦୁଇ ଦେଶର ସାମ୍ପ୍ରତିକ ସୁରକ୍ଷା ସ୍ଥିତିକୁ ନଜରରେ ରଖି ଇସ୍ରାଏଲରେ ଥିବା ସବୁ ଭାରତୀୟମାନଙ୍କୁ ଅନାବଶ୍ୟକ ଯାତ୍ରା ନକରିବା, ଶାନ୍ତ ରହିବା ଏବଂ ସ୍ଥାନୀୟ ଅଧିକାରୀଙ୍କ ଦ୍ବାରା ଜାରି ସୁରକ୍ଷା ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦିଆଯାଉଛି । ଆମର ସମସ୍ତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦୂତାବାସ ଇସ୍ରାଏଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି ।'' ଏଥିସହ ଦୂତାବାସ ସହିତ ଯୋଗାଯୋଗ କରି ନିଜର ପରିଚୟ ଓ ଠିକଣା ଯଥାଶୀଘ୍ର ପଞ୍ଜିକରଣ କରିବାକୁ ମଧ୍ୟ କୁହାଯାଇଛି ।

ତେବେ ଭାରତ ସମେତ ଫ୍ରାନ୍ସ ଏବଂ ଆମେରିକା ମଧ୍ୟ ସେମାନଙ୍କର ନାଗରିକଙ୍କୁ ଇରାନ, ଇସ୍ରାଏଲ, ଲେବନାନ ଏବଂ ପାଲେଷ୍ଟାଇନ ନଯିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି ।

ଏହା ମଧ୍ୟ ପଢନ୍ତୁ: ‘ଇଦ’ ସମ୍ବୋଧନରେ ଇରାନ ମୁଖ୍ୟଙ୍କ ଖୋଲା ଚେତାବନୀ, ‘ଇସ୍ରାଏଲ ଦଣ୍ଡ ପାଇବା ଉଚିତ ଓ ନିଶ୍ଚିତ ପାଇବ’ - Iran Threatens To Israel

ଇସ୍ରାଏଲ ଏବଂ ହମାସ ମଧ୍ୟରେ ୬ ମାସ ହେଲା ଯୁଦ୍ଧ ଜାରି ରହିଥିବା ବେଳେ ମଧ୍ୟପ୍ରାଚ୍ୟରେ ଏବେ ଆଉ ଏକ ଯୁଦ୍ଧର ଭୟ ବଢିଛି । ଗତ ଏପ୍ରିଲ ୧ରେ ସିରିଆରେ ଥିବା ଇରାନର ବାଣିଜ୍ୟିକ ଦୂତାବାସରେ ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରିଥିଲା ଇରାନ । ଯେଉଁଥିରେ ଇରାନର ଦୁଇ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା । ଏବେ ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ ପଣ କରିଛି । ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଇରାନ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ ପାଇଁ ରଣନୀତି ପ୍ରସ୍ତୁତ କରିଛି । ଏହାର ମୁକାବିଲା ପାଇଁ ଇସ୍ରାଏଲ ମଧ୍ୟ ହାଇଆଲର୍ଟରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.